ETV Bharat / state

ଗଜାନନଙ୍କ ଆଗମନରେ ତାଳଚେର ଚଳଚଞ୍ଚଳ - କୋଇଲା ନଗରୀ ତାଳଚେର

ଗଣେଶ ଚତୁର୍ଥୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର । ଏଠାକାର ଗଣପର୍ବ ଭାବରେ ପରିଚିତ ଏହି ପୂଜା ସହରରେ 11ଦିନ ଧରି ଚାଲିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 2, 2019, 5:13 PM IST

ଅନୁଗୋଳ: ଆଜି ଗଣେଶ ଚତୁର୍ଥୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର । ଚଳିତ ବର୍ଷ ତାଳଚେର ସହରରେ 70ରୁ ଅଧିକ ମଣ୍ଡପରେ ବିଘ୍ନନାଶନଙ୍କ ପୂଜା କରାଯାଉଛି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜ୍ଜସଜ୍ଜାରେ ଝଲସି ଉଠିଛି ପୂଜା ମଣ୍ଡପ । ପ୍ରାୟ 11ଦିନ ଧରି ଏଠାରେ ଚାଲିବ ଗଣେଶ ପୂଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତାଳଚେରର ଗଣପର୍ବ ହେଉଛି ଗଣେଶ ପୂଜା । ସେଥିପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବାହ୍ନ ଓ ଅପରାହ୍ନରେ କେତେକ ମଣ୍ଡପରେ ପୂଜା ଆରମ୍ଭ ହୋଇଛି । ଗଙ୍ଗାମାତାଙ୍କ ଆବାହନ ପରେ ଅଗ୍ରପୂଜ୍ୟଙ୍କୁ ଆରାଧନା କରାଯାଇଛି । ସେହିପରି ଆଉ କେତେକ ମଣ୍ଡପରେ ରାତିରେ ପୂଜା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରଶାସନ, ପୋଲିସ ଓ ମିଳିତ ପୂଜା କମିଟିର ସହଯୋଗରେ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ସହରର ପ୍ରମୁଖ ପୂଜା ମଣ୍ଡପ ଭାବେ ହାଣ୍ଡିଧୁଆ, ଶର୍ମାଛକ, ହାଟତୋଟା, ରାମଚନ୍ଦ୍ର ବଜାର, କାରିଗରୀପଡା ଆଦି ମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ଓ ସାଜସଜା ମଧ୍ୟରେ ପୂଜା କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଜି ପବିତ୍ର ଗଣେଷ ଚତୁର୍ଥୀ । ଧରାବତରଣ କରିଛନ୍ତି ବିଘ୍ନବିନାଶକ । ଚଳଚଂଚଳ ପୁର ପଲ୍ଲୀ । ସବୁଥି ପୂଜା ପାଉଛନ୍ତି ଗଜାନନ । ଏପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରି ତାଳଚେର । Body:ତାଳଚେର ର ଗଣପର୍ବ ଭାବେ ପରିଚିତ ଏହି ପୂଜା ପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏଥର ତାଳଚେର ସହର ମଧ୍ୟରେ ୭୦ରୁ ଅଧିକ ମଣ୍ଡପ ରେ ବିହନ ନାଶନଙ୍କ ପୂଜା କରାଯାଉଛି । କେତେକ ମଣ୍ଡପରେ ପୂଜା ଆରମ୍ଭ ହୋଇଥିବା ବେଳେ ଆଉ କେତକ ମଣ୍ଡପରେ ରାତିରେ ପୂଜା ହେବ । ଗଙ୍ଗା ଆବାହନ ପରେ ଅଗ୍ରପୂଜ୍ୟଙ୍କୁ ଆରାଧନା କରାଯାଇଛି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜାଟରେ ଝଲସି ଉଠିଛି କୋଇଲା ନଗରି । ଏଥର ୧୧ ଦିନ ଧରି ଚାଲିବ ଏହି ପୂଜା ଉତ୍ସବ । ପ୍ରତ୍ୟକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଜିଲ୍ଲା ପୋଲିସ , ପ୍ରଶାଶନ ଓ ସେଣ୍ଟ୍ରାଲ ପୂଜା କମିଟିର ମିଳିତ ସହଯୋଗରେ ପୂଜା ର ନିୟନ୍ତ୍ରଣ କରାଯାଉଛି । ସାଙ୍ଗକୁ ଭିତରର ସାଜସଜା ବେଶ ଆକର୍ଷଣୀୟ ହୋଇଛି ।
Byte - 1 ନାରାୟଣ ପାଣିଗ୍ରାହୀ , ତାଳଚେରବାସୀ
Byte - 2 ରଞ୍ଜିତ କୁମାର ମହାପାତ୍ର , ସମ୍ପାଦକ ସେଣ୍ଟ୍ରାଲ ପୂଜା କମିଟି
Byte - 3 ସଂଜୀବ ପଟ୍ଟନାୟକ , ପୂଜକମିଟି କର୍ମକର୍ତ୍ତା
Conclusion:ସହର ର ପ୍ରମୁଖ ପୂଜା ମଣ୍ଡପ ଭାବେ , ହାଣ୍ଡିଧୁଆ , ଶର୍ମାଛକ , ହାଟତୋଟା , ରାମଚନ୍ଦ୍ର ବଜାର , କାରିଗରୀପଡା ଆଦି ମଣ୍ଡପ ମାନଙ୍କରେ ଆକର୍ଷଣୀୟ ମୂର୍ତ୍ତି ଓ ସାଜସଜା ମଧ୍ୟରେ ପୂଜା କରାଯାଉଛି । ଏହା ସହିତ ଅନ୍ୟ ମଣ୍ଡପ ଗୁଡିକରେ ଭଳିକି ଭଳି ଆଲୋକର ତୋରଣ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.