ETV Bharat / state

ଜମି ଅଧିଗ୍ରହଣ ପାଇଁ ଯାଇ ଫସିଲେ MCL କର୍ତ୍ତୃପକ୍ଷ!

ଗୋଟିଏ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ଫସିଲେ MCL କର୍ତ୍ତୃପକ୍ଷ । ଲୋକଙ୍କୁ ଉଚି୍‌ତ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ପ୍ରତିବାଦରେ ତାତିଲେ ଲୋକେ। ଘଟଣାସ୍ଥଳରେ ଏନେଇ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା।

ଜମି ଅଧିଗ୍ରହଣ ପାଇଁ ଯାଇ ଫସିଲେ MCL କର୍ତ୍ତୃପକ୍ଷ !
author img

By

Published : Oct 29, 2019, 7:12 PM IST

ଅନୁଗୋଳ: କୋଇଲା ଖଣି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ବେଳେ ଉତ୍ତେଜନା । ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ । ମଙ୍ଗଳବାର ଏଭଳି ସ୍ଥିତି ଲାଗି ରହିଥିଲା ତାଳଚେର ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରେ । ଏହି ଖଣିର ସମ୍ପ୍ରସାରଣ ପାଇଁ ଭାଲୁଗାଡ଼ିଆ ଗାଁର ନାଏକ ସାହିର ପ୍ରାୟ ୪୦ ପରିବାର ଘର ଭାଙ୍ଗିବା ପାଇଁ MCL ମେସିନ ନେଇ ପହଞ୍ଚିଥିଲା। ସାଙ୍ଗରେ ଥିଲେ ଜିଲ୍ଲା ଏସପିଙ୍କ ସହ ଶହ ଶହ ପୋଲିସ, ତାଳଚେର ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ । ଗାଁ ଲୋକେ ଉଚ୍ଛେଦକୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରତ୍ୟେକ ପରିବାରକୁ 16ଲକ୍ଷ ଟଙ୍କା, ନିଯୁକ୍ତି ଓ ରହିବା ପାଇଁ ଘର ଯୋଗାଇ ଦେଲେ ଜାଗା ଛାଡ଼ିବେ ବୋଲି ଜିଦ୍‌ ଧରି ବସିଥିଲେ । ଯାହାକୁ ନେଇ ବିଗିଡିଥିଲା ପରିସ୍ଥିତି । MCL ମନମୁଖୀ ଭାବେ ଲୋକଙ୍କ ଉପରେ ଦାଉ ସାଜୁଥିବା ବିଧାୟକ ଅଭିଯୋଗ କରିଥିଲେ । ଏହି ସବୁ ପରେ ବି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ।

ଜମି ଅଧିଗ୍ରହଣ ପାଇଁ ଯାଇ ଫସିଲେ MCL କର୍ତ୍ତୃପକ୍ଷ !

ଏହାପରେ ଭାଲୁଗାଡ଼ିଆ ନାଏକ ସାହିକୁ ପୋଲିସ ଘେରାବନ୍ଦି କରି ଘର ଭାଙ୍ଗିଛି । ଅନ୍ୟପଟେ ପୋଲିସ ଗିରଫ ଦାରିକୁ ବିରୋଧ କରି ତାଳଚେର ଅଞ୍ଚଳର ବହୁ ଶ୍ରମିକ ଓ ଅନ୍ୟାନ୍ୟ ସଙ୍ଗଠନ ସମସ୍ତ କୋଇଲା ଖଣିକୁ ବନ୍ଦ କରି ଦେଇଛନ୍ତି । ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି । ଏପଟେ ଏପରି ପରିସ୍ଥିତିକୁ ନେଇ ଅଡ଼ୁଆରେ ପଡି ଯାଇଛନ୍ତି MCL କର୍ତ୍ତୃପକ୍ଷ , ପୋଲିସ ଏବଂ ଜିଲ୍ଲା ପ୍ରଶାସନ । ତେବେ କ୍ଷତିଗ୍ରସ୍ତଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି MCL କର୍ତ୍ତୃପକ୍ଷ କହିଛନ୍ତି।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ ଇଟିଭି ଭାରତ

Intro:ଗୋଟିଏ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ଫସିଲେ MCL କର୍ତ୍ତୁପକ୍ଷ । ଲୋକଙ୍କୁ ଉଚିତ ଥଇଥାନ ନ କରି ଉତ୍ସେଦ କରାଯାଉଥିବା ଅଭିଯୋଗରେ ଲୋକେ MCL କୁ ବିରୋଧ କରିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ଏବେ MCL ତାଳଚେର ର ସମସ୍ତ କୋଇଲା ଖଣିରେ । ଆନ୍ଦୋଳନ କାରୀ ଙ୍କୁ ବିଧାୟକ ସମର୍ଥନ କରିଥିବା ବେଳେ ଗିରଫ ଦାରି ପ୍ରତିବାଦରେ ଏବେ ୮ ଟି ଯାକ କୋଇଲା ଖଣି ଅଚଳ । Body:Vo – 1
କୋଇଲା ଖଣି ସଂପ୍ରସାରଣ ପାଇଁ ଉତ୍ସେଦ ବେଳେ ଉତ୍ତେଜନା । ଗ୍ରାମବାସୀ ଓ ପୋଲିସ ମୁହାଁ ମୁହିଁ । ଆଜି ଏଭଳି ସ୍ଥିତି ଲାଗି ରହିଛି ଅନୁଗୋଳ ଜିଲ୍ଲା ତାଳଚେର ହିଙ୍ଗୁଳ କୋଇଲା ଖଣି ଅଞ୍ଚଳ ରେ । ହିଙ୍ଗୁଳ କୋଇଲା ଖଣିର ସଂପ୍ରସାରଣ ପାଇଁ ଆଜି ଭାଲୁଗାଡ଼ିଆ ଗାଁର ନାଏକ ସାହିର ପ୍ରାୟ ୪୦ ପରିବାର ଘର ଭାଙ୍ଗିବା ପାଇଁ MCL ମେସିନ ନେଇ ପହଞ୍ଚିଥିଲା । ସାଙ୍ଗରେ ଥିଲେ ଜିଲ୍ଲା SP ଙ୍କ ସହ ଶହ ଶହ ପୋଲିସ , ତାଳଚେର ପଜିଲ୍ଲାପାଳ, ଓ ମାଜିଷ୍ଟ୍ରେଟ । ଗାଁ ଲୋକେ ଉତ୍ସେଦ କୁ ବିରୋଧ କରି ଗାଡ଼ି ଗୁଡ଼ିକୁ ଫେରାଇ ଦେଇଥିଲେ । ଯାହା ପରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରତ୍ୟକ ପରିବାରକୁ 16ଲକ୍ଷ ଟଙ୍କା, ନିଯୁକ୍ତି ଓ ରହିବା ପାଇଁ ଘର ଯୋଗାଇ ଦେଲେ ଜାଗା ଛାଡ଼ିବେ ବୋଲି ଜିଦ ଧରି ବସିଥିଲେ । ଯାହାକୁ ନେଇ ବିଗିଥିଲା ପରିସ୍ଥିତି । MCL ମନମୁଖୀ ଭାବେ ଲୋକଙ୍କ ଉପରେ ଦାଉ ସଢୁଥିବା ବିଧାୟକ ଅଭିଯୋଗ କରିଥିଲା । ଏ ସବୁ ପରେବୀ ସ୍ଥିତି ସୁଧାର ନ ଆସିବାରୁ ବାଧ୍ୟ ହୋଇ ପୋଲିସ ଲୋକଙ୍କୁ ଗିରଫ କରିଥିଲା ।
Byte – 1 ବ୍ରକ କିଶୋର ପ୍ରଧାନ, ବିଧାୟକ ତାଳଚେର
Byte – 2 ମାଗୁଣି ଚନ୍ଦ୍ର ପ୍ରଧାନ , ଭାଲୁଗାଡିଆ ଗ୍ରାମବସୀ
Byte – 3 ସରସ୍ଵତୀ ପ୍ରଧାନ , ଭାଲୁଗାଡିଆ ଗ୍ରାମବସୀ
Byte – 4 ଦିଲ୍ଲୀପ କୁମାର ପ୍ରଧାନ , ଭାଲୁଗାଡିଆ ଗ୍ରାମବସୀ
Vo – 2
ଲୋକଙ୍କୁ ଗିରଫ ପରେ ଭାଲୁଗାଡ଼ିଆ ନାଏକ ସାହିକୁ ପୋଲିସ ଘେରାବନ୍ଦି କରି ରଖିଛି । ଘର ଭଙ୍ଗା କାର୍ଯ୍ୟ ମଧ୍ୟ ଚାଲିଛି । ଅନ୍ୟ ପକ୍ଷରେ ଭାଲୁଗାଡ଼ିଆ ଗ୍ରାମବାସୀ ଏମସିଏଲର ଏଭଳି ଦାଦାଗିରୀର କଡ଼ା ଜବାବ ଦେବାକୁ ସଜବାଜ ହେଉଛନ୍ତି । କାରଣ ନାଏକ ସାହି ପରେ ପୁରା ଗାଁକୁ ଉଛେଦ କରିବାକୁ ଏମସିଏଲ ଯୋଜନା କରୁଛି । ସେତେବେଳେ ଜବାବ ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି । ପୋଲିସ ଗିରଫ ଦାରିକୁ ବିରୋଧ କରି ତାଳଚେର ଅଞ୍ଚଳର ବହୁ ଶ୍ରମିକ ଓ ଅନ୍ୟାନ୍ୟ ସଙ୍ଗଠନ ସମସ୍ତ କୋଇଲା ଖଣିକୁ ବନ୍ଦ କରି ଦେଇଛନ୍ତି । କୈାଣସି ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ହେଉ ନାହିଁ । ତେଣୁ ଗୋଟିଏ ଖଣି ଖନନ କରିବାକୁ ଯାଇ ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି MCL ଓ ପୋଲିସ ଏବଂ ଜିଲ୍ଲା ପ୍ରଶାସନ । ସେପଟେ MCL କର୍ତ୍ତୁପକ୍ଷ କହିଛନ୍ତି ଭାଲୁଗାଡିଆ ଗ୍ରାମବାସୀଙ୍କୁ ଆଇନ ଅନୁଯାଇ କ୍ଷତିପୂରଣ ଦିଆଯାଇଛି ।
Byte – 5 ମହା ପ୍ରବନ୍ଧକ MCL ହିଙ୍ଗୁଳ କ୍ଷେତ୍ର
Byte – 6 ସଞ୍ଜୟ ବେହେରା, ସହକାରୀ ଜିଲାପାଳ ତଥା ଏକଜୁକୁଟିଭ ମାଜିଷ୍ଟ୍ରେଟ
Conclusion:ଅସାନ୍ତ ହୋଇ ପଡ଼ିଛି ତାଳଚେର ଅଞ୍ଚଳ । ଭାଲୁଗାଡ଼ିଆରେ ଆନ୍ଦୋଳନକାରୀଙ୍କୁ ଗିରଫ କରି ଯୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା ମହଙ୍ଗା ପଡ଼ିଛି । କାରଣ ଏହାର ପ୍ରଭାବ ନିଶ୍ଚିତ ଭାବେ ଆହୁରି ବଡ଼ ଆନ୍ଦୋଳନର ଦାନା ବାନ୍ଧୁଛି ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.