ETV Bharat / state

ସଂକ୍ରମଣରୁ ବର୍ତ୍ତିବା ପାଇଁ ଧାଡିରେ ରହୁଛି ଆଧାର କାର୍ଡ - ଅନୁଗୋଳ କୋରୋନା ଖବର

କୋରୋନା ସଂକ୍ରମଣରୁ ବର୍ତ୍ତିବାରୁ ଲୋକେ ଅନୁଗୋଳ ଜିଲ୍ଲା କୋଶଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭିନବ ଉପାୟ । କୋରୋନା ଯାଞ୍ଚ କରାଇବାକୁ ଆସିଥିବା ଲୋକେ ଧାଡ଼ିରେ ଛିଡ଼ା ହେବା ବଦଳରେ ସାଥିରେ ଆଣିଥିବା ଆଧାର କାର୍ଡ ଧାଡ଼ିରେ ରଖିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ସଂକ୍ରମଣରୁ ବର୍ତ୍ତିବା ପାଇଁ ଧାଡିରେ ରହୁଛି ଆଧାର କାର୍ଡ

author img

By

Published : May 12, 2021, 6:11 AM IST

ଅନୁଗୋଳ: କୋରୋନା ମହାମାରୀ ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବରେ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟର ଅନେକ ଟୀକାକରଣ କେନ୍ଦ୍ର ଗୁଡ଼ିକରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଏହି ଭିଡ଼ ଏଡ଼ାଇବା ସହ କୋରୋନା ସଂକ୍ରମଣରୁ ବର୍ତ୍ତିବାରୁ ଲୋକେ ଅନୁଗୋଳ ଜିଲ୍ଲା କୋଶଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭିନବ ଉପାୟ ।

ସଂକ୍ରମଣରୁ ବର୍ତ୍ତିବା ପାଇଁ ଧାଡିରେ ରହୁଛି ଆଧାର କାର୍ଡ

କୋରୋନା ଯାଞ୍ଚ କରାଇବାକୁ ଆସିଥିବା ଲୋକେ ଧାଡ଼ିରେ ଛିଡ଼ା ହେବା ବଦଳରେ ସାଥିରେ ଆଣିଥିବା ଆଧାର କାର୍ଡ ଧାଡ଼ିରେ ରଖିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଏବେ ଟେଷ୍ଟିଂକୁ ଯେତିକି ଗୁରୁତ୍ବ ଦିଆଯାଉଛି ଟୀକାକରଣ ଉପରେ ବି ସେତିକି ଗୁରୁତ୍ବ ଦିଆଯାଉଛି । ଏହି ଅଭିନବ ଉପାୟରେ ଧାଡ଼ି କଲାବେଳେ ଆଧାର କାର୍ଡ ଯେପରି ପବନରେ ଉଡ଼ି ନଯିବ ସେଥିପାଇଁ ତା’ଉପରେ ଛୋଟ ଛୋଟ ପଥର ରଖି ଦେଇଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ କେହି କେହି ନିଜ ବ୍ୟାଗକୁ ଧାଡ଼ିରେ ରଖିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଡେରିରେ ଟେଷ୍ଟିଂ ହେଉଥିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କୋରୋନା ଟେଷ୍ଟ ପାଇଁ ସକାଳ ୯ଟା ବେଳେ ଆରମ୍ଭ ହେଉଥିବା ବେଳେ ରାତି ୪ ଟାରୁ ଲୋକ ଆସି ଜଗି ରହୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.