ETV Bharat / state

କୋରୋନା କଟକଣାରେ ଶେଷ ହେଲା ଓୟୁଏଟି ପ୍ରବେଶିକା ପରୀକ୍ଷା

author img

By

Published : Oct 11, 2020, 3:41 PM IST

Updated : Oct 11, 2020, 5:45 PM IST

କୋରୋନା କଟକଣା ମଧ୍ୟରେ ଅନୁଗୋଳ ଜିଲ୍ଲାରେ ଓୟୁଏଟି ପ୍ରବେଶିକା ପରୀକ୍ଷା ଆୟୋଜନ ହୋଇଯାଇଛି । 3ଶହ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ ଏବଂ ଶୃଙ୍ଖଳା ରକ୍ଷା କରିବା ପାଇଁ କଲେଜ ବାହାରେ ଓ ଭିତରେ ବ୍ୟାପକ ପୋଲିସଙ୍କୁ ମୂତୟନ କରାଯାଇଥିଲା । ଅଧିକ ପଢନ୍ତୁ..

କୋରୋନା କଟକଣାରେ ଶେଷ ହେଲା ଓୟୁଏଟି ପ୍ରବେଶିକା ପରୀକ୍ଷା
କୋରୋନା କଟକଣାରେ ଶେଷ ହେଲା ଓୟୁଏଟି ପ୍ରବେଶିକା ପରୀକ୍ଷା

ଅନୁଗୋଳ: ରବିବାର ଜିଲ୍ଲାର ସରାକାରୀ ମହାବିଦ୍ୟାଳୟରେ ଓୟୁଏଟି ପ୍ରବେଶିକା ପରୀକ୍ଷା ଆୟୋଜନ ହୋଇଯାଇଛି । ତେବେ କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଶେଷ ହୋଇଥିବା ବେଳେ କଲେଜ ବାହାରେ ଓ ଭିତରେ ବ୍ୟାପକ ପୋଲିସ ମୂତୟନ ହୋଇଥିଲେ ।

ସମସ୍ତ ପ୍ରକାର ନିୟମ ପାଳନ କରି ଓୟୁଏଟି ପ୍ରବେଶିକା ପରୀକ୍ଷା ଜିଲ୍ଲାରେ ଆୟୋଜିତ ହୋଇଥିଲା । ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ମାସ୍କ, ଗ୍ଲୋବସ୍ ପିନ୍ଧି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ବାଧ୍ୟ କରାଯାଇଥିଲା । ପ୍ରବେଶ ପୁର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ପରୀକ୍ଷାର୍ଥୀମାନେ ସାନିଟାଇଜିଂ କରି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ ।

ସୂଚନା ଅନୁସାରେ କେବଳ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ବ୍ୟତୀତ ଆଉ କାହାକୁ କଲେଜ ପରିସରକୁ ଛଡ଼ା ଯାଇନଥିଲା । ତେବେ ଆଜି 3ଶହ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 11, 2020, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.