ETV Bharat / state

ବଢି ଚାଲିଛି ଶିକ୍ଷକଙ୍କ ଦାବି, ୮ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Dec 9, 2022, 9:11 AM IST

ଓସ୍ତା ସଂଗଠନ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ୮ଦଫା ଦାବି ନେଇ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବଢି ବଢ଼ି ଚାଲିଛି ଶିକ୍ଷକଙ୍କ ଦାବି, ୮ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୋଳ: ଓସ୍ତା ସଂଗଠନ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ୮ ଦଫା ଦାବି ନେଇ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ । ଗତକାଲି ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଶିକ୍ଷକ ଏକାଠି ହୋଇ ଶୋଭାଯାତ୍ରା କରିଥିଲେ । ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ଏଥିସହ ସଂଗଠନ ଦାବି କରିଛି ଯେ, ୮ଦଫା ଦାବି ନେଇ ଓସ୍ତା ପକ୍ଷରୁ ଗତ ୩ତାରିଖ ଠାରୁ ଆନ୍ଦୋଳନ ଚାଲିଛି। ଆସନ୍ତା ୧୭ତାରିଖରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରାଯିବ । ତେଣୁ ସରକାର ଗତ ଜାନୁଆରୀ ମାସରେ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଅବିଳମ୍ବେ ପ୍ରଦାନ କରିବା, ବିନା ବେତନରର ୨୫/୩୦ବର୍ଷ ହେଲା ଚାକିରି କରୁଥିବା ଶିକ୍ଷକ ମାନଙ୍କୁ ତୁରନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ସହ ଅବସର ବୟସ ସୀମା ୬୨କୁ ବୃଦ୍ଧି କରିବା, ନୂତନ ଭାବେ ଗଢି ଉଠିଥିବା ସ୍କୁଲ ଓ କଲେଜରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ସରକାରୀ କରିବା ସହ ପେନସନ ବ୍ୟବସ୍ଥା କରିବା ଆଦି ୮ଦଫା ଦାବି ରଖିଛି ସଙ୍ଗଠନ । ତେବେ ଆସନ୍ତା ୧୭ତାରିଖ ସୁଦ୍ଧା ସରକାର ପୂରଣ ନକଲେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତବନୀ ଦେଇଛି ସଙ୍ଗଠନ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.