ETV Bharat / state

ସପ୍ତମ ବେତନ କମିଶନ ନିୟମରେ ପରିବର୍ତ୍ତନକୁ OSSTAର ବିରୋଧ, ଆନ୍ଦୋଳନ ଚେତାବନୀ

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିୟମ ପରିବର୍ତ୍ତନକୁ ଓଷ୍ଟା (OSSTA) ବିରୋଧ । ଆନ୍ଦୋଳନ ପାଇଁ ଦେଲା ଚେତାବନୀ । ଅଧିକ ପଢନ୍ତୁ

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିୟମ ପରିବର୍ତ୍ତନକୁ ଓସ୍ତାର ବିରୋଧ

author img

By

Published : May 17, 2022, 12:00 PM IST

ଅନୁଗୋଳ: ରାଜ୍ୟ ସରକାର ସପ୍ତମ ବେତନ କମିଶନ ବ୍ୟବସ୍ଥାକୁ ଶିକ୍ଷକମାନଙ୍କ କ୍ଷେତ୍ରରେ ପରିବର୍ତ୍ତନ କରିଥିବା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (OSSTA) ଅଭିଯୋଗ କରିଛି । ଏନେଇ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଓଷ୍ଟା ରାଜ୍ୟ ସଭାପତି ସରୋଜ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଓଷ୍ଟା ପକ୍ଷରୁ କୁହାଯାଇଛି ଯେ, ''ସପ୍ତମ ବେତନ କମିଶନ ବ୍ୟବସ୍ଥାକୁ ରାଜ୍ୟ ସରକାର ନିଜକୁ ସୁହାଇଲା ଭଳି ପରିବର୍ତ୍ତନ କରିଛନ୍ତି ।

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିୟମ ପରିବର୍ତ୍ତନକୁ ଓସ୍ତାର ବିରୋଧ

ଏହା ଫଳରେ ଶିକ୍ଷକମାନଙ୍କ ଚାକିରୀ ସୁରକ୍ଷିତ ରହିବ ନାହିଁ । ସେମାନେ ବିପୁଳ କ୍ଷତି ସହିବେ । ସବୁ ଜିଲ୍ଲାରେ ଶିକ୍ଷକମାନେ ସମାନ ସୁବିଧା ପାଇବେ ନାହିଁ । ତେଣୁ ସରକାର ବ୍ୟବସ୍ଥାକୁ ପରିବର୍ତ୍ତନ ନକରି ଯାହା ରହିଛି ତାହାକୁ କାର୍ଯ୍ୟକାରୀ କରନ୍ତୁ ।'' ନଚେତ୍‌ ପ୍ରତ୍ୟେକ ଜିଲ୍ଲାରେ ଶିକ୍ଷକମାନେ ଏଭଳି ବୈଠକ କରି ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.