ETV Bharat / state

ଅନୁଗୋଳରେ କମଳା ଚାଷ ପାଲଟି ଯିବ କି ଇତିହାସ ? ଜଳବାୟୁ ପରିବର୍ତ୍ତନର ମାଡ, ଗଛରେ ରହୁନି ଫଳ - ଅସମୟରେ ଫଳି ଝଡିପଡୁଛି କମଳା

ଶୀତ ଋତୁ ଆସିଲେ ଲୋକେ ସାତକୋଶିଆ କମଳାକୁ ଖୋଜୁଥିଲେ । ତେବେ ଗତକିଛି ବର୍ଷ ହେଲା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଅନୁଗୋଳ ଜିଲ୍ଲାରେ କମଳା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବହୁ ପରିଶ୍ରମ ଓ ଖର୍ଚ୍ଚ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

କମଳା ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ
କମଳା ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ
author img

By

Published : Oct 28, 2022, 7:23 PM IST

ଅନୁଗୋଳ: ଦିନଥିଲା କମଳା ଚାଷ ପାଇଁ ବେଶ ଜଣାଶୁଣା ଥିଲା ଅନୁଗୋଳ । କାରଣ କମଳା ଚାଷ ପାଇଁ ଅନୁଗୋଳରେ ଜଳବାୟୁ ବେଶ ଅନୁକୂଳ ଥିଲା । ଶୀତ ଋତୁ ଆସିଲେ ଲୋକେ ସାତକୋଶିଆ କମଳା ଖୋଜୁଥିଲେ । ତେବେ ଗତକିଛି ବର୍ଷ ହେଲା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଅନୁଗୋଳ ଜିଲ୍ଲାରେ କମଳା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସମୟ ପୂର୍ବରୁ ଗଛ ଗୁଡିକରେ ଫଳ ଆସି ଥିବାରୁ କୀଟ ପତଙ୍ଗ ଯୋଗୁଁ ଅଧିକାଂଶ ଫଳ ଝଡି ପଡୁଛି। ଫଳରେ ବହୁ ପରିଶ୍ରମ ଓ ଖର୍ଚ୍ଚ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କମଳା ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଦିନଥିଲା କମଳା ଚାଷ ପାଇଁ ଅନୁଗୁଳରେ ଜଳବାୟୁ ଅନୁକୂଳ ଥିଲା। ତେଣୁ ଏଠାରେ ଏକର ଏକର ଜାଗାରେ ଏକ କମଳା ଫାର୍ମ ଥିଲା। ଏହାଛଡା ପାଲଲହଡା ଏବଂ ସାତକୋଶିଆ ଅଞ୍ଚଳରେ ବ୍ୟାପକ ଭାବରେ କମଳା ଚାଷ ହେଉଥିଲା। ଅନୁଗୋଳର ଉନ୍ନତ କିଶମର କମଳା ସାରା ରାଜ୍ୟରେ ବେସ ନାମ କରିଥିଲା । କିନ୍ତୁ କିଛି ବର୍ଷ ହେଲା ଜଳବାୟୁରେ ଘୋର ପରିବର୍ତ୍ତନ ହେବାଫଳରେ ଧୀରେ ଧୀରେ କମଳା ଚାଷ ପ୍ରଭାବିତ ହୋଇଛି । ଆଉ ଆଗ ଭଳି କମଳା ଚାଷ ହେଉ ନାହିଁ । ଏମିତି ସ୍ଥିତିରେ ସାତକୋଶିଆ ଅଞ୍ଚଳର କୁଲାଙ୍ଗୀ ଗାଁରେ କିଛି ଚାଷି କମଳା ଚାଷକୁ ବଞ୍ଚାଇ ରଖିଛନ୍ତି । ପ୍ରତିକୂଳ ଜଳବାୟୁରେ ମଧ୍ୟ ବହୁ ପରିଶ୍ରମ କରି କମଳା ଉତ୍ପାଦନ କରି ପାରୁଛନ୍ତି। ଆଗରୁ କମଳା ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଏବେ ତାହା କମି ଯାଇଛି। କିଛି ବର୍ଷ ହେଲା ଅସମୟରେ ଗଛରେ କମଳା ଆସୁଛି। ଯାହାକି ଉତ୍ପାଦନ ପ୍ରଭାବିତ ହେଉଛି ।

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ଏନେଇ କମଳା ଚାଷୀ କହିଛନ୍ତି,"ଜୁନ ଜୁଲାଇ ମାସରେ ଗଛରେ ଫୁଲ ଆସିଲେ ଡିସେମ୍ବର ମାସରେ ଫଳ ଅମଳ ହୁଏ। ତେଣୁ କିଛି ଅସୁବିଧା ହୁଏ ନାହିଁ। କିନ୍ତୁ କିଛି ବର୍ଷ ହେଲା ଯଥେଷ୍ଟ ପୂର୍ବରୁ ଅର୍ଥାତ ଜାନୁଆରୀ ମାସ ବେଳକୁ ଗଛରେ ଫୁଲ ଆସି ଯାଉଛି। ତେଣୁ ଫଳ ଯେଉଁ ସମୟରେ ପାକଳ ହେଉଛି ସେହି ସମୟରେ ବହୁ ସଂଖ୍ୟାରେ ପ୍ରଜାପତି ଓ ଅନ୍ୟ ପତଙ୍ଗ ଆସି ଫଳର ଡେମ୍ଫ କାଟି ଦେଉଛନ୍ତି। ତେଣୁ ଅଧିକାଂଶ ଫଳ ଝଡି ପଡୁଛି । ବ୍ୟାପକ କ୍ଷତି ହେଉଛି ।"

ଜିଲ୍ଲାର ସାତକୋଶିଆ ଭିତରେ ଥିବା କୁଲାଙ୍ଗୀ, ଟାକରସିଂହା, ଦଣ୍ଡସିଂହା, ନୂଆପଡା ଓ ହିଡିସିଂହି ଆଦି ଗାଁ ଗୁଡିକରେ ବ୍ୟାପକ କମଳା ଚାଷ ହେଉଥିଲା। ୧୯୭୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବହୁ ପରିମାଣର କମଳା ଚାଷ କରା ଯାଉଥିଲା। ସେତେବେଳେ ସତକୋଶିଆରେ ବ୍ୟାପକ ବୃକ୍ଷରାଜି ଥିଲା। ପ୍ରକୃତରେ ଡିସେମ୍ବର ଓ ଜାନୁଆରୀ ମାସରେ କମଳା ଗଛରେ ପାଚେ। ସେତେବେଳେ ତାପମାତ୍ରା ୨୦ଡିଗ୍ରୀ ତଳକୁ ଥାଏ। ତେଣୁ ପ୍ରଜାପତି ସେହି ତାପମାତ୍ରାରେ ବଂଶ ବୃଦ୍ଧି କରି ପାରନ୍ତି ନାହିଁ । କିନ୍ତୁ ସେପ୍ଟେମ୍ବର ମାସରେ ଯଥେଷ୍ଟ ଆଗରୁ କମଳା ପାଚି ଯାଉଛି। ଏହି ମାସରେ ତାପମାତ୍ରା ୩୦ଡିଗ୍ରୀ ଉପରେ ରହୁଛି। ଯାହାକି ପ୍ରଜାପତି ବଂଶ ବୃଦ୍ଧି ପାଇ ବେସ ଅନୁକୂଳ ହୋଇଥାଏ । ଚାଷୀ ଯେତେ ପ୍ରକାର ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ଫଳପ୍ରଦ ହେଉ ନାହିଁ।

ଏନେଇ ଉଦ୍ୟାନ ଅଧିକାରୀଙ୍କୁ ସମ୍ପର୍କ କରିବା ସମୟରେ ସେ କହିଛନ୍ତି, "ଏବେ କିଛି ବର୍ଷ ହେଲା ଯେଉଁଭଳି ଭାବେ ଜଳବାୟୁରେ ପରିବର୍ତ୍ତନ ହେଉଛି ତାହାର ପ୍ରଭାବରେ ଅସମୟରେ କମଳା ଫଳୁଛି। ଯେତେବେଳେ ପ୍ରଜାପତି ପାଇଁ ଅନୁକୂଳ ଜଳବାୟୁ ସେତେବେଳେ କମଳା ପାଚୁଛି। ତେଣୁ ବିଭାଗ ତରଫରୁ ଏଥିପ୍ରତି ନଜର ଦିଆଯିବ। କେଉଁ ପ୍ରକାର କୀଟନାଶକ ପ୍ରୟୋଗ କଲେ ପ୍ରଜାପତିଙ୍କୁ ନିୟନ୍ତ୍ରଣ କରିହେବ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।"

ଗତ କିଛି ବର୍ଷ ହେଲା ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ନିଶ୍ଚୟ ଉଦବେଗ ଜନକ । ଏବେବି ସାତକୋଶିଆ ଅଞ୍ଚଳରେ ୧୦ହଜାରରୁ ଅଧିକ କମଳା ଗଛ ଅଛି। ତେଣୁ ଉଦ୍ୟାନ ବିଭାଗ ଉଦ୍ୟମ କଲେ ପୁଣି ଥରେ ଏଠାରେ ବ୍ୟାପକ କମଳା ଚାଷ ହୋଇ ପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.