ETV Bharat / state

ଅନୁଗୋଳରେ ଗାନ୍ଧୀ ବିରୋଧୀ ଅପପ୍ରଚାରକୁ ବିରୋଧ - ଗାନ୍ଧୀ ବିରୋଧୀ ଅପପ୍ରଚାର

ଦେଶରେ ଏବେ ହରିଦ୍ଵାର ଠାରୁ ଆରମ୍ଭ ହୋଇଥିବା ଧର୍ମ ସଂସଦ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଲୋକଙ୍କୁ ଉତ୍ତେଜନା ମୂଳକ ଅଭିଭାଷଣମାନ ଦିଆଯାଉଛି । ଯାହାର ଘୋର ବିରୋଧ କରି ପ୍ରତିବାଦ କରିଛନ୍ତି ଅନୁଗୋଳ ବାସୀ । ଅଧିକ ପଢନ୍ତୁ

ଅନୁଗୋଳରେ ଗାନ୍ଧୀ ବିରୋଧୀ ଅପପ୍ରଚାରକୁ ବିରୋଧ
ଅନୁଗୋଳରେ ଗାନ୍ଧୀ ବିରୋଧୀ ଅପପ୍ରଚାରକୁ ବିରୋଧ
author img

By

Published : Jan 27, 2022, 9:51 AM IST

ଅନୁଗୋଳ: ଦେଶରେ ଏବେ ହରିଦ୍ଵାର ଠାରୁ ଆରମ୍ଭ ହୋଇଥିବା ଧର୍ମ ସଂସଦ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଲୋକଙ୍କୁ ଉତ୍ତେଜନା ମୂଳକ ଅଭିଭାଷଣମାନ ଦିଆଯାଉଛି । ସେହିପରି ବିଭିନ୍ନ ସାମ୍ପ୍ରଦାୟିକ ଗୋଷ୍ଠି ମାନଙ୍କ ଦ୍ବାରା କେତେବେଳେ ନେତାଜୀଙ୍କୁ ଗାନ୍ଧିଜୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଠିଆ କରାଯାଉଛି ତ ଆଉ କେତେବଳେ ସର୍ଦ୍ଦାର ପଟେଲ ଓ ନେହେରୁଙ୍କ ମଧ୍ୟରେ ଭେଦଭାବ କରାଯାଉଛି ।

ଅନୁଗୋଳରେ ଗାନ୍ଧୀ ବିରୋଧୀ ଅପପ୍ରଚାରକୁ ବିରୋଧ

ଯାହାର ଘୋର ବିରୋଧ କରି ପ୍ରତିବାଦ କରିଛନ୍ତି ଅନୁଗୋଳ ବାସୀ । ବହୁ ସଂଖ୍ୟକ ଗାନ୍ଧି ପ୍ରେମୀ ଅନୁଗୋଳର ଗାନ୍ଧୀ ପାର୍କ ଠାରେ ଏକଜୁଟ ହୋଇ ଗାନ୍ଧୀଙ୍କ ବିଚାର ଧରାକୁ ଯେଉଁଭଳି ଭାବେ ଏକ ଗୋଷ୍ଠୀ ନଷ୍ଟ କରିବାକୁ ଯାଉଛନ୍ତି ତାହାର ପ୍ରତିବାଦ କରି ନିରବ ବିରୋଧ କରିଛନ୍ତି । ଅନୁଗୋଳ ଜିଲ୍ଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନ ପକ୍ଷରୁ ରାଷ୍ଟ୍ରପିତାଙ୍କ ଅପମାନ ସହିବୁ ନାହିଁ ନାରା ଦେଇ ପ୍ରତିବାଦ କରାଯାଇଛି ।

ଦେଶରେ ନୂଆ ଯୁବ ପିଢ଼ିଙ୍କ ଭିତରେ ଏପରି ଭାବନାଧାରା ଉଦ୍ରେକ କରାଇବାର ଅଭିସନ୍ଧି ମୂଳକ ଯୋଜନା ଗୋଟିଏ ଗୋଷ୍ଠୀ ପକ୍ଷରୁ ଜାରସୋର ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ଗାନ୍ଧି ପ୍ରେମୀ। ସାରା ବିଶ୍ବରେ ବିଶିଷ୍ଟ ବ୍ୟକ୍ତି ମାନେ ଗାନ୍ଧୀଙ୍କୁ ନିଜର ଆଦର୍ଶ ମାନୁଥିବା ବେଳେ ଆମ ଦେଶରେ ଗାନ୍ଧୀ ବିଚାରର ଧାରାକୁ ଯେଉଁମାନେ ବିରୋଧ କରିବାକୁ ଚେଷ୍ଟା କରୁଛିନ୍ତି ସେମାନେ ନିଶ୍ଚିତ ବିଫଳ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.