ETV Bharat / state

ଅଭୟାରଣ୍ୟରେ ଦେଶୀ ରନ୍ଧା ମଦ ଭାଟିକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ - ମଦ ଭାଟିକୁ ବିରୋଧ

ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ପୁରୁଣାକୋଟ ଠାରେ ଦେଶୀ ରନ୍ଧା ମଦ ଭାଟିକୁ ବିରୋଧ । ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଅଭୟାରଣ୍ୟରେ ଦେଶୀ ରନ୍ଧା ମଦ ଭାଟିକୁ ବିରୋଧ;ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

author img

By

Published : Sep 13, 2021, 11:48 AM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ପୁରୁଣାକୋଟ ଠାରେ ଦେଶୀ ରନ୍ଧା ମଦ ଭାଟିକୁ ବିରୋଧ । ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଯେଉଁଠି ମଦ ଭାଟି ନିର୍ମାଣ ହେଉଛି ତାହାର ଅତି ନିକଟରେ ସରକାରୀ ସ୍କୁଲ, ଅନୁସୂଚିତ ଜନ ଜାତିର ବାଳିକା ହଷ୍ଟେଲ, ଗାଁର ଦେବୀ ପୀଠ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ତେଣୁ ଏସବୁ ଉପରେ କୁପ୍ରଭାବ ପଡିବ।

ଅଭୟାରଣ୍ୟରେ ଦେଶୀ ରନ୍ଧା ମଦ ଭାଟିକୁ ବିରୋଧ;ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟିକରପଡା ଭଳି ପର୍ଯ୍ୟଟନସ୍ଥଳୀକୁ ଯାତାୟତ ରାସ୍ତାକୁ ଲାଗି ରହିଛି ମଦ ଭାଟି। ଦେଶ ବିଦେଶରୁ ଏଠାକୁ ପର୍ଯ୍ୟଟକ ଆସୁଛନ୍ତି । ଏଠାରେ ମଦ ଭାଟି ହେଲେ ଏକ ଖରାପ ପରିବେଶ ସୃଷ୍ଟି କରିବ। ବନ୍ୟଜନ୍ତୁ ଚଲା ପଥ ଉପରେ ମଦ ଭାଟି ନିର୍ମାଣ କରାଯାଇଛି। ଫଳରେ ବନ୍ୟଜନ୍ତୁ ଯାତାୟାତ କରି ପାରିବେ ନାହିଁ।

ଏ ଅଞ୍ଚଳରେ ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଦୟନୀୟ। ଯାହା ରୋଜଗାର କରିବେ ଅତି ନିକଟରେ ମଦ ମିଳିଲେ ସବୁ ଅର୍ଥ ମଦ ପିଇ ଖର୍ଚ୍ଚ କରିଦେବେ। ଏହାଛଡା ସାତ କୋଶିଆର ଜୈବ ବିବିଧତା ନଷ୍ଟ ହେବ। ଏସବୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ଏଠାରେ ମଦ ଭାଟି ନକରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ପ୍ରତିକାର କରା ନଗଲେ । ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.