ETV Bharat / state

ହାତୀ ଘଉଡେଇବା ହେଲା କାଳ; ଯୁବକଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Jun 13, 2023, 1:18 PM IST

ଅନୁଗୋଳରେ ଯୁବକଙ୍କୁ କଚାଡି ମାରିଲା ହାତୀ । ବନ ବିଭାଗ ସହ ମିଶି ହାତୀ ଘଉଡାଉ ଥିବାବେଳେ ଅଘଟଣ । ଅଧିକ ପଢନ୍ତୁ

ଅନୁଗୋଳରେ ହାତୀ ଆକ୍ରମଣରେ ଯୁବକ ମୃତ
ଅନୁଗୋଳରେ ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୋଳ: ହାତୀ ଘଉଡାଇବା ହେଲା କାଳ । ସମସ୍ତଙ୍କ ସାମ୍ନାରେ ଯୁବକଙ୍କୁ କଚାଡି ମାରିଲା ଦନ୍ତା । ଗାଁକୁ ହାତୀ ପଶି ଆସୁଥିବାରୁ ଗାଁ ଲୋକ ଓ ବନ ବିଭାଗ ମିଳିମିଶି ହାତୀ ଘଉଡାଉ ଥିଲେ । ଆଉ ଏତିକି ବେଳେ ହାତୀ ହାବୁଡରେ ପଡିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲାର ଅନୁଗୋଳ ବନ ଖଣ୍ଡ ଅନୁଗୋଳ ବନାଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ । ବନ ବିଭାଗ ସହ ମିଶି ସେ ହାତୀ ଘଉଡାଉ ଥିଲେ । ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ : ପାଣି ପାଇଁ ରାସ୍ତାରୋକ, ଗରା ବାଲ୍ଟି ଧରି ରାସ୍ତାରେ ବସିଲେ ଲୋକେ

ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଏଠାରେ ହାତୀ ଆକ୍ରମଣରେ ପୁଣିଥରେ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ପୁରୁଣାଗଡ଼ ଗାଁ ନିକଟକୁ ହାତୀପଲ ଆସିଥିବା ବେଳେ ଗାଁ ଲୋକ ଘଉଡାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ଭିତରେ ଲିଟୁ ଖଟୁଆ ଥିଲେ । ଏହି ସମୟରେ ସେ ହଠାତ୍ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।

ଥମୁନି ହାତୀ ଆତଙ୍କ: ଅନୁଗୋଳ ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ, ବିଗତ କିଛି ଦିନ ମଧ୍ୟରେ ହାତୀ ଆକ୍ରମଣରେ ଅନେକ ନିରୀହ ଜୀବନ ଗଲାଣି । କେତେବେଳେ ଶୌଚ ପାଇଁ ଯିବା ବାଟରେ ତ ଆଉ କେତେବେଳେ ଆମ୍ବ ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଲୋକେ ଜୀବନ ହରାଉଛନ୍ତି । କହିବାକୁ ଜିଲ୍ଲାରେ ଏଭଳି ଘଟଣା ସବୁଦିନିଆ ହୋଇଗଲାଣି । ଏଇ କିଛି ଦିନ ତଳେ ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଅନୁଗୋଳରେ ହାତୀଙ୍କ ଉପଦ୍ରବ ବଢିଚାଲିଛି । ଏଠାରେ ଅନେକ ସମୟରେ ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀ ବଳି ପଡୁଛି ତ ଆଉ କେତେବେଳେ ମଣିଷ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.