ETV Bharat / state

ଅନୁଗୋଳରେ ବଜ୍ରପାତ: ଜଣେ ମୃତ, 2 ଆହତ - ଛେଣ୍ତିପଦା

ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ  ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 11, 2019, 12:03 AM IST

ଅନୁଗୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ବାରମଞ୍ଚା ଗାଁବାହାଳ ସାହିର ସତ୍ୟଭାମା ସାହୁ। ସେହିପରି ଥାନା ଛକରେ ଥିବା ଜଣେ ଫଳ ଦୋକାନୀ ବ୍ରହ୍ମାନନ୍ଦ ଖିଲାର ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସତ୍ୟଭାମା ଘର ପାଖରେ ଗାଈ ଚରାଉଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା । ଫଳରେ ସତ୍ୟଭାମା ସେହି ସ୍ଥାନରେ ଅଚେତ ହୋଇ ପଡିଥିଲେ । ପାଖରେ ଥିବା କିଛିଲୋକ ଦମକଳ ବାହିନୀକୁ ଫୋନ କରିବାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସତ୍ୟଭାମାକୁ ଛେଣ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସତ୍ୟଭାମାକୁ ମୃତ ଘୋଷଣା କରିଥିଲେ।

ଗୁରୁତର ହୋଇଥିବା ଫଳ ଦୋକାନୀ ବ୍ରହ୍ମାନନ୍ଦ ଖିଲାରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । ସେହିଭଳି ଜିଲ୍ଲାର ବେଣା ଗାଡ଼ିଆ ଗାଁର ମାଣିକ ବେହେରା ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ କୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଛି ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପ୍ରଶିକ୍ଷଣ ।ଦୁଇ ଦିନିଆ ଜୁନ ୧୧,୧୨ପ୍ରଶିକ୍ଷଣ ଶିବିରରେ ବିଏମସିର  ୬୭ଟି ୱାର୍ଡରେ କାର୍ଯ୍ୟରତ ୩୧୦୦ ସଫେଇ କର୍ମଚାରୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଏବଂ ଏଥିପାଇଁ ସେମାନଙ୍କ ଦାଇତ୍ୱ ବାବଦରେ ପ୍ରଶିକ୍ଷଣ ଦିଆଯାଇଛି।ଜୁନ୧୧ ସୋମବାର ଦିନ ବିଏମସିର ପାଖାପାଖି ୧୫୦୦ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଆଜି ଏ ପ୍ରଶିକ୍ଷଣ ଶିବିରରେ ଆସି ବହୁତ ଖୁସି ଲାଗୁଛି।ଭୁବନେଶ୍ୱର ରେ କିଭଳି ଭାବେ ସ୍ୱଚ୍ଛତା ତା କୁ ଅଧିକ ଭଲ ଭାବେ କରାଯିବ ସେ ନେଇ ତାଲିମ ଦିଆଯାଇଛି ବୋଲି ବିଏମସି୬ ନଂ ୱାର୍ଡର ସଫେଇ କର୍ମଚାରୀ ପଞ୍ଚମୀ ଦିଗଲ କହିଛନ୍ତି।

ବିଏମସି, ଜାଗୃତି, ପିଏମାର ଓ ରାମକୀ ସମସ୍ତ ସଫେଇ କର୍ମଚାରୀ ଙ୍କୁ ନେଇ ସ୍ୱଚ୍ଛ ଭାରତ ନେଇ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।କିଭଳି ଭାବରେ ବର୍ଜ୍ୟବସ୍ତୁ ସଠିକ ଭାବେ ପରିଚାଳନା କରିହେବ ସେ ନେଇ ତାଲିମ ଦିଆଯାଉଛି।ଏଥିରେ ପାଖାପାଖି ୩ ହଜାରରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ଏ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଛନ୍ତି ବୋଲି ବିଏମସି ସ୍ୱଚ୍ଛ ଭାରତ ସେଲ ଅଧିକାରୀ ମନୋରଞ୍ଜନ ସାହୁ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.