ଅନୁଗୋଳ: ଯୁବ ଦିବସରେ ଜୋତା ପଲିସ କରି ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେଉନଥିବାରୁ ଏଭଳି ପ୍ରତିବାଦ କରିଛି କଂଗ୍ରେସ। ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ରୂପେ ପାଳନ କରାଯାଉଥିବାବେଳେ ରାଜ୍ୟରେ ଯୁବକମାନେ ବେକାର ହୋଇ ବସିଥିବା ଅଭିଯୋଗ କରିଛି କଂଗ୍ରେସ।
ଅନୁଗୋଳ ଛାତ୍ର କଂଗ୍ରେସ ନେତା ବାପୁଜୀ ପ୍ରଧାନଙ୍କ ନେତୃତ୍ବରେ ଗାନ୍ଧୀ ମୂର୍ତ୍ତି ତଳେ ବସି ଜୋତା ପଲିସ କରି ପ୍ରତିବାଦ କରାଯାଇଛି। ଏଥିରେ ବହୁ ଯୁବନେତା ଓ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦେଶରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟା ବଢ଼ି ଚାଲିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଏହି ସମସ୍ୟା ଦୂର ନହେଲେ ଆଗାମୀ ଦିନରେ ନବୀନ ନିବାସ ଘେରାଉ କରିବା ସହିତ ରାଜରାସ୍ତାରେ ଲଢେଇ କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି। ଏହି ପ୍ରତିବାଦ ସଭାରେ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି ଫାରୁକ ଅହମ୍ମଦ, ଛାତ୍ର ନେତା କୈଳାଶ ପ୍ରଧାନ, ଯୁବନେତା ଶିବାନୀ ଶଙ୍କର ଗ୍ୟୈଡ, ଆଲୋକ ଦାଶ, ତୁଷାର କାନ୍ତ ପ୍ରଧାନ, ଆଲୋକ ଚାନ୍ଦ ସାହୁ, ବିଭୁତି ପ୍ରଧାନ, ତନ୍ମୟ ରଞ୍ଜନ ସାହୁ ଆଦି ଛାତ୍ର ଓ ଯୁବକମାନେ ସାମିଲ ହୋଇ ଜୋତା ପଲିସ କରିଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ