ETV Bharat / state

କେନ୍ଦ୍ରର ଟଙ୍କାରେ ପ୍ରକଳ୍ପ କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରର ଟଙ୍କାରେ ପ୍ରକଳ୍ପ କରି ରାଜ୍ୟ ସରକାର ବାଃ ବାଃ ନେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan targets State Govt in Anugul) । ଅନୁଗୋଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

Dharmendra Pradhan
Dharmendra Pradhan
author img

By

Published : Dec 29, 2022, 10:25 PM IST

କେନ୍ଦ୍ରର ଟଙ୍କାରେ ପ୍ରକଳ୍ପ କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଅନୁଗୋଳ: ନବୀନ ବାବୁ ମାଛ ତେଲରେ ମାଛ ଭାଜୁଛନ୍ତି । କେନ୍ଦ୍ରର ଟଙ୍କାରେ ପ୍ରକଳ୍ପ କରି ନିଜେ ବାଃ ବାଃ ନେଉଛନ୍ତି । ଆଜି(ଗୁରୁବାର) ଏଭଳି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan targets State Govt)। ଆଜି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏପରି ମନ୍ତବ୍ୟ ଦେଇଛନ୍ତି ଧର୍ମେନ୍ଦ୍ର । ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁଗୋଳକୁ ଗସ୍ତ କରି ବିଜେଡି ଶିବିରରେ ଯୋଗଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଅନୁଗୋଳ ମାଟି କାହା ଉପରେ ନିର୍ଭର କରିବା ନାହିଁ, ନା କେନ୍ଦ୍ର ନା ରାଜ୍ୟ । ଜିଲ୍ଲାରେ ଯାହା ସମ୍ପଦ ଅଛି ତାହା ଜିଲ୍ଲା ପାଇଁ ଯଥେଷ୍ଟ । ଜିଲ୍ଲାର ବିକାଶରେ ଦରକାର କେବଳ ଉଭୟ ସରକାରଙ୍କ ସହଯୋଗ ।" ଅନୁଗୋଳ ରେଳ ଷ୍ଟେସନଠାରେ KV-୨ ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ କାଯ୍ୟକ୍ରମ ଯୋଗ ଦେବା ଅବସରରେ ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ମୋଦି ସରକାର ଯେଉଁ DMF ଟଙ୍କା ଦେଉଛନ୍ତି ନବୀନ ବାବୁ ଓ ତାଙ୍କ ଅଫିସରମାନେ ଏହାକୁ ନିଜ ଇଚ୍ଛାରେ ଖର୍ଚ୍ଚ କରି ନିଜର ଭୋଟ ବ୍ୟାଙ୍କ ବନାଉଛନ୍ତି ।

ଏହା ବି ପଢନ୍ତୁ- କେନ୍ଦ୍ର ଅର୍ଥରେ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତା: ବିଜେପି

KV-୨ର ଏହି ଶିଳାନ୍ୟାସ ଉତ୍ସବ ପାଇଁ ଆୟୋଜିତ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ । ମୋଦି ସରକାରଙ୍କ ଏହି ୩ଜଣ ମନ୍ତ୍ରୀ ତାଳଚେର ବଳରାମ ଦେଇ ଅନୁଗୋଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦଘାଟନ, ସମ୍ବଲପୁର-ହାଓଡା ସାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ, କେନ୍ଦ୍ରୀୟ ବିଦ୍ୟାଳୟ-୨ର ସ୍ଥାୟୀ କ୍ୟାମ୍ପସ ଭୂମି ପୂଜନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେପିର ଏହି କାର୍ଯ୍ୟକ୍ରମ ଥିବା ବେଳେ ଆଜିର ଦିନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।

ଏହା ବି ପଢନ୍ତୁ- ଅନୁଗୋଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ମିଶନଶକ୍ତି ମହିଳାଙ୍କୁ ଋଣ ବାଣ୍ଟିଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲା ଯେ, କେନ୍ଦ୍ର ଅର୍ଥରେ ପ୍ରକଳ୍ପ କରି କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତା । ଏହାସହିତ ତାଳଚେରରେ ମେଡିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ବୋଲି ବିଜେପି ସରକାରଙ୍କୁ ପ୍ରଶ୍ନ କରିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.