ହାଇଦ୍ରାବାଦ: ରାଜ୍ୟ ପାଇଁ ପୁଣି ଗର୍ବ ଆଣିଲେ ଆଉ ଜଣେ ଓଡିଆ ଅଫିସର । ପରିବେଶରେ ଜୈବ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନିଭାଇଥିବା ମହାନଦୀ ୱାଇଲ୍ଡ ଲାଇଫ ଡିସିଏଫ ଅଶୁଂ ପ୍ରଜ୍ଞା ଦାସଙ୍କୁ ଚଳିତ ବର୍ଷ ମିଳିବ ସମ୍ମାନ ଜନକ ‘ଆର୍ଥ ହିରୋ ଆୱାର୍ଡ’ । ଅନୁଗୋଳ ଜିଲ୍ଲାର ମହାନଦୀ ୱାଇଲ୍ଡ ଲାଇଫରେ କାର୍ଯ୍ୟ ନିଭାଉଥିବା ଅଶୁଂ ପ୍ରଜ୍ଞା ସ୍ଥାନୀୟ ସମ୍ପ୍ରଦାୟର ସହାୟତାରେ ଜଙ୍ଗଲ ଅଞ୍ଚଳର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଇଥିଲେ ।
ବାଘ ମାନଙ୍କର ବାସସ୍ଥାନର ସୁରକ୍ଷା, ଇକୋଟୁରିଜିମ୍ ମାଧ୍ୟମରେ ସାତକୋଶିଆର ମହାନଦୀ କୂଳରେ ବିଲୁପ୍ତ ଘଢିଆଳ କୁମ୍ଭୀର ମାନଙ୍କ ପୁନର୍ଜୀବନରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦଶମ ନାଟୱେଷ୍ଟ ଗ୍ରୁପ୍ ଆର୍ଥ ହିରୋ ପୁରସ୍କାରରେ ପୁରସ୍କୃତ କରିବା ପାଇଁ ଅଶୁଂ ପ୍ରଜ୍ଞା ଦାସଙ୍କ ନାମଙ୍କୁ ମନୋନୀତ କରିଛନ୍ତି ।
ଚଳିତ ବର୍ଷ COVID-19 ମହାମାରୀକୁ ଦୃଷ୍ଟିରେ ରଖି ଦଶମ ନାଟୱେଷ୍ଟ ଗ୍ରୁପ୍ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ ଉତ୍ସବ କରିବ । ଏହି କାର୍ଯ୍ୟକ୍ରମକୁ ଚଳିତବର୍ଷ ଅକ୍ଟୋବର 8ରେ ବିତରଣ କରାଯିବ । CNBC ନେଟୱାର୍କ-18ରେ ସଂନ୍ଧ୍ୟା 5.30 ରେ ଆୟୋଜନ ହେବ କାର୍ଯ୍ୟକ୍ରମ ।
ସେପଟେ ଭାରତର ନାଟୱେଷ୍ଟ ଗ୍ରୁପ୍ର ନିର୍ଦ୍ଦେଶକ ଏନ ସୁନୀଲ କୁମାର ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏକ ଚିଠିରେ ଲେଖିଛନ୍ତି, “ମୁଁ ନିଶ୍ଚିତ ଯେ ଶ୍ରୀମତୀ ଅନସୁ ପ୍ରଜ୍ଞା ଦାସଙ୍କ କାର୍ଯ୍ୟ ତଥା ସ୍ବୀକୃତି ସୁରକ୍ଷା ପାଇଁ କାର୍ଯ୍ୟ କରିବା ଓଡିଶା ରାଜ୍ୟରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ