ETV Bharat / state

5T School Transformation Initiative: ରୂପାନ୍ତରିତରେ ଆଗରେ ଅନୁଗୋଳ

author img

By

Published : Jun 2, 2022, 7:32 AM IST

ରାଜ୍ୟ ସରକାରଙ୍କ 5 ଟି ଦ୍ବାରା ହାଇସ୍କୁଲ ଗୁଡିକ କରାଯାଉଛି ରୂପାନ୍ତରିତ । ଏ କ୍ଷେତ୍ରରେ ରାଜ୍ୟରେ ଆଗରେ ରହିଛି ଅନୁଗୋଳ । ଅଧିକ ପଢନ୍ତୁ

5T ସ୍କୁଲ ରୂପାନ୍ତରିତରେ ରାଜ୍ୟରେ ଆଗରେ ଅନୁଗୋଳ

ଅନୁଗୋଳ: ରାଜ୍ୟ ସରକାରଙ୍କ 5 ଟି ଦ୍ବାରା ହାଇସ୍କୁଲ ଗୁଡିକ ରୂପାନ୍ତରିତ କରାଯାଉଛି । ଏ କ୍ଷେତ୍ରରେ ସାରା ରାଜ୍ୟରେ ଆଗରେ ରହିଛି ଅନୁଗୋଳ। ଜିଲ୍ଲାରେ ଥିବା ସମସ୍ତ ହାଇସ୍କୁଲ ଅର୍ଥାତ ୨୩୮ଟି ହାଇସ୍କୁଲକୁ ରୂପାନ୍ତରଣ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ବର୍ତମାନ ସୁଦ୍ଧା ପ୍ରାୟ ୧୪୦କୋଟି ଟଙ୍କା ବ୍ୟୟ ହୋଇ ସାରିଛି । ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସହ ଅତ୍ୟାଧୁନିକ ପଦ୍ଧତିରେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ଜିଲ୍ଲାପାଳ ସଫଳ କରାଇ ପାରିଛନ୍ତି । ଖଣି ପ୍ରଭାବିତ ୧୬ଟି ସ୍କୁଲକୁ ଛାଡିଦେଲେ ଆଉ ୨୩୮ଟି ସ୍କୁଲକୁ ରୂପାନ୍ତରଣ ଯୋଜନାରେ ସାମିଲ କରାଯାଇଛି । ଯାହାଦ୍ବାରା ଉପକୃତ ହେଉଛନ୍ତି ପ୍ରାୟ ୪୭ହଜାର ୨୨୬ଜଣ ଛାତ୍ରଛାତ୍ରୀ ।

କାନ୍ଥ ଗୁଡିକରେ ହୋଇଥିବା ଚିତ୍ର ହେଉକି ବିଦ୍ୟାଳୟର ବଗିଚା ଆଉ ଖେଳପଡିଆ ସତେ ଯେମିତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଠ କରୁଛି । ପ୍ରଥମ ପର୍ଯ୍ୟାୟରେ ୯୦ଟି ସ୍କୁଲରେ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଆଉ ୫୦ଟି ସ୍କୁଲ ଉଦଘାଟନ ପାଇଁ ସଜେଇ ହୋଇଛି । ସ୍କୁଲ ଗୁଡିକୁ ଦେଖିଲେ ଲାଗୁଛି କୌଣସି ଉନ୍ନତ ଘରୋଇ ସ୍କୁଲ ଠାରୁ କୌଣସି ଗୁଣରେ କମ ନୁହେଁ ।

ବହୁ ଅଭିଭାବକ ଏହାକୁ ସ୍ବାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । କିନ୍ତୁ ଯେଉଁ ଢଙ୍ଗରେ ସ୍କୁଲ ରୂପାନ୍ତରିତ ହୋଇଛି ସେହି ଅନୁସାରେ ଆବଶ୍ୟକ ଓ ଅଭିଜ୍ଞ ଶିକ୍ଷକ ନିଯୁକ୍ତି କରାଗଲେ ଆହୁରି ଭଲ ହୁଅନ୍ତା ବୋଲି ମତ ଦେଇଛନ୍ତି । ହାଇସ୍କୁଲ ସ୍ତରରେ ଶିକ୍ଷା ହିଁ ଜୀବନରେ ଛାତ୍ରଛାତ୍ରୀଙ୍କ ମୂଳଦୁଆ । ଏହାକୁ ହୃଦବୋଧ କରି ପାରିଛନ୍ତି ସରକାର । ଏହାଦ୍ବାରା ନିଶ୍ଚିତ ଭାବେ ରାଜ୍ୟରୁ ବହୁ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ବାହାରି ପାରିବେ ଏବଂ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ନାଁ କରିବେ ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.