ETV Bharat / state

ଅନୁଗୋଳରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର

author img

By

Published : Sep 19, 2022, 3:42 PM IST

ଅନୁଗୋଳରେ ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ବଢୁଥିବା ଆକ୍ରମଣରୁ କିଭଳି ମୁକୁଳାଯାଇ ପାରିବ ସେନେଇ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି(State Bjp President Samir Mohanty) । ଅଧିକ ପଢନ୍ତୁ

ଅନୁଗୋଳରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୋଳ: ଜିଲ୍ଲାରେ ବିଜେପିର ଦୁଇଦିନିଆ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥି‌ଲେ । ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ବଢୁଥିବା ଆକ୍ରମଣରୁ କିଭଳି ମୁକୁଳାଯାଇ ପାରିବ ସେନେଇ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି(State Bjp President Samir Mohanty) ।

ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଆଗାମୀ ଦିନରେ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୋଧରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେପିର ପ୍ରଶିକ୍ଷଣ ଶିବିରି, ରାଜ୍ୟ ସରକାରଙ୍କ ସ୍ମାର୍ଟକାର୍ଡ ଯୋଜନାକୁ ତାତ୍ସଲ୍ୟ କଲେ ବୈଜୟନ୍ତ

ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ସଭାପତିତ୍ୱରେ ଦୁଇ ଦିନଆ ଶିବିର ଆୟୋଜିତ କରାଯାଇଛି । ଏହି ଶିବିରରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ ଯୋଗ ଦେବେ । ଏହାସହ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୋଳ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, " ଏହା ଏକ ନିରନ୍ତର ପ୍ରକିୟା । ଆମ ରାଜ୍ୟରେ ଅନୁସୂଚିତ ଜାତି ମୋର୍ଚ୍ଚା ବ୍ୟକ୍ତି ବିଶେଷଙ୍କ ପାଖରେ ମୋଦିଙ୍କର ଗରିବ କଲ୍ୟାଣ ଯୋଜନା ବାଟବଣା ହୋଇଯାଇଛି । ଏହାକୁ ନେଇ ଏହି ଶିବିର ଆୟୋଜିତ କରାଯାଇଛି । କର୍ମକର୍ତ୍ତାଙ୍କ ଏବଂ ଜନସାଧାରଣଙ୍କ ପାଖରେ ମୋଦି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇବା ଏହି ଶିବିରର ଲକ୍ଷ୍ୟ । ତେଣୁ ଲୋକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ତିନିଦିନ ଦୁଇରାତିର ବ୍ୟବସ୍ଥା କରାଯାଇଛି । ମୁଁ ଆଶା କରୁଛି ଏହା ସଫଳ ହେବ । ମୋଦି କହିଛନ୍ତି ଗରିବ ଯୋଜନାର ପ୍ରୟୋଗଶାଳା ଓଡିଶା । ସେହି ଦୃଷ୍ଟିରୁ ଆମ ସମସ୍ତଙ୍କ କର୍ତ୍ତବ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ବର୍ଗକୁ ଗରିବ ସୀମାରେଖା ତଳେ ଚାପି ଦିଆଯାଇଛି । ଏଥିରୁ କେମିତି ଲୋକଙ୍କୁ ମୁକୁଲାଇ ମୋଦିଙ୍କର ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବା ସେନେଇ ପ୍ରଶିକ୍ଷଣ ଦିଆଯାଉଛି ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.