ଅନୁଗୋଳ: କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ସୁରକ୍ଷା ଚିନ୍ତାରେ ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି । କୋଭିଡ-19 ର ମୁକାବିଲା ପାଇଁ ନେଇଛି ଅନେକ ପଦକ୍ଷେପ । କୋଭିଡ-19 ମୁକାବିଲା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି । ନିଜର କର୍ମଚାରୀଙ୍କୁ ସୁରକ୍ଷିତ ଦେବା ସହ ପ୍ଲାଣ୍ଟର ପାର୍ଶ୍ଵବର୍ତ୍ତୀ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
![anugul](https://etvbharatimages.akamaized.net/etvbharat/prod-images/od-ang-02-kanihan-ntpc-covid-privention-avb-7202779_10042020190759_1004f_1586525879_687.jpg)
ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ଏନଟିପିସି ପ୍ଲାଣ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଥିବା ପ୍ଲାଣ୍ଟର ଚିଫ ଜେନେରାଲ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ କର୍ମଚାରୀଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଇଛି ।
![anugul](https://etvbharatimages.akamaized.net/etvbharat/prod-images/od-ang-02-kanihan-ntpc-covid-privention-avb-7202779_10042020190759_1004f_1586525879_206.jpg)
![anugul](https://etvbharatimages.akamaized.net/etvbharat/prod-images/od-ang-02-kanihan-ntpc-covid-privention-avb-7202779_10042020190759_1004f_1586525879_926.jpg)
ଓଡିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, କମ୍ପାନୀ କର୍ମଚାରୀଙ୍କ ପାଇଁ କ୍ଵାରେଣ୍ଟାଇନ ବ୍ୟବସ୍ଥା ଓ ଚିକିତ୍ସାଳୟର କର୍ମଚାରୀଙ୍କୁ ଏଥିପାଇଁ ଟ୍ରେନିଂ ମଧ୍ୟ ଦିଆଯାଇଛି । ସରକାରୀ ସ୍ତରରେ ମଧ୍ୟ 10 ହଜାର ମାସ୍କ ଗରିବ ଲୋକଙ୍କ ପାଇଁ ଦିଆଯିବା ସହ 480 ଖାଦ୍ୟ ପୁଡିଆ ଦିଆଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ