ETV Bharat / state

କୋଭିଡ ଭୟରେ ହଜିଯାଉଛି ମାନବିକତା... - anugul corona dead neglect

କୋରୋନାରେ ମୃତ ମହିଳାଙ୍କ ମୃତଦେହକୁ କେହି ଛୁଇଁଲେନି କି ଦାହ ପାଇଁ ନେଲେନି । ପରିବାର ଲୋକେ, ପଡୋଶୀ ଏବଂ ଗ୍ରାମବାସୀ ସମସ୍ତେ ତାଟି କବାଟ ପକାଇ ଘରେ ରହିଲେ । ଅଧିକ ପଢନ୍ତୁ...

କୋଭିଡ ଭୟରେ ହଜି ଯାଉଛି ମାନବିକତା, ଅନ୍ତିମ ସଂସ୍କାର ପାଇଁ ଆସିଲେନି କେହି

author img

By

Published : May 14, 2021, 7:18 AM IST

ଅନୁଗୋଳ: କୋରୋନାରେ ମୃତ ମହିଳାଙ୍କ ମୃତଦେହକୁ କେହି ଛୁଇଁଲେନି କି ଦାହ ପାଇଁ ନେଲେନି । ପରିବାର ଲୋକେ, ପଡୋଶୀ ଏବଂ ଗ୍ରାମବାସୀ ସମସ୍ତେ ତାଟି କବାଟ ପକାଇ ଘରେ ରହିଲେ । ଏହି ଖବର ପାଇ ସମାଜସେବୀ ଚିନ୍ମୟୀ ଦାସ ସେଠାରେ ପହଞ୍ଚି ଦୀର୍ଘ ୩ ଘଣ୍ଟା ପରେ ମୃତଦେହକୁ ବାଇକ ଯୋଗେ ପ୍ରାୟ ଅଢେଇ କି.ମି ଦୂରକୁ ଆଣି ପୋତି ଦେଇଥିଲେ ।

କୋଭିଡ ଭୟରେ ହଜି ଯାଉଛି ମାନବିକତା

ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ବାଗେଡିଆ ଗାଁରେ । ଗାଁର କନକଲତା ସାହୁ ନାମକ ଜଣେ ମହିଳା କରୋନାରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମୃତ ମହିଳାଙ୍କ ସ୍ୱାମୀ ଓ ବଡ଼ ପୁଅ ମୃତଦେହ ନିକଟକୁ ଆସି ନଥିଲେ ।

ସାହି ପଡିଶା ଏବଂ ଗାଁ ଲୋକେ ମଧ୍ୟ କେହି ଆସି ନଆସି ଭୟରେ କବାଟ ଦେଇ ଘର ଭିତରେ ରହିଥିଲେ । ମୃତ ମହିଳାଙ୍କ ସାନ ପୁଅ ଚିନ୍ମୟୀଙ୍କୁ ଖବର ଦେବା ପରେ ଚିନ୍ମୟୀ ଗାଁରେ ପହଞ୍ଚି ସାନ ପୁଅ ସହାୟତାରେ ବାଇକ ଯୋଗେ ମୃତଦେହକୁ ଆଣି ପୋତି ଦେଇଥିଲେ । ଅନୁଗୋଳ ଜିଲାରେ ଏଭଳି ଘଟଣା ବାରମ୍ବାର ନଜରକୁ ଆସିଛି, ଯାହା ଲୋକଙ୍କ ରୁଗଣ ମାନସିକତାକୁ ଦର୍ଶାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.