ETV Bharat / state

କୂଅରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ

ଅନୁଗୋଳ ଜିଲ୍ଲାରେ ଯୁବକକୁ ବିଭତ୍ସ ହତ୍ୟା । ରେଙ୍ଗାଲି ଥାନା ଅଞ୍ଚଳରେ କୂଅରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

murder-case-in-rengali-police-station-anugul-district
ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
author img

By

Published : Nov 28, 2019, 5:28 PM IST

ଅନୁଗୋଳ: ବିଭତ୍ସ ହତ୍ୟାକାଣ୍ଡ। କୂଅ ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତଦେହ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଲିପଶି ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ଯୁବକକୁ ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ଫିଙ୍ଗି ଦେଇଛନ୍ତି ଦୁବୁର୍ତ୍ତ । ବାଲିପଶି ଗାଁର ଦୁର୍ଯ୍ୟୋଧନ ତୁଙ୍ଗକୁ କେହି ହତ୍ୟା କରି କୂଅରେ ପିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଦୁର୍ଯ୍ୟୋଧନ ଗତକାଲି ଠାରୁ ଘରୁ କୌଣସି କାମରେ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ସକାଳେ କୂଅରେ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଗାଁ ଲୋକେ ଦେଖିଥିଲେ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ପୋଲିସ ଟିମ ସହିତ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଅନ୍ୟ ମହିଳାଙ୍କ ସହ ସମ୍ପର୍କକୁ ନେଇ ଗତ କିଛିଦିନ ତଳେ ମୃତ ଦୁର୍ଯ୍ୟୋଧନ ସହ ସମ୍ପୃକ୍ତ ମହିଳାଙ୍କ ପରିବାରର ଗଣ୍ଡଗୋଳ ହୋଇଥିବା ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୂଅ ଭିତରୁ ଉଦ୍ଧାର ହେଲା ମୁଣ୍ଡ ବିହୀନ ମୃତ ଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ଘଟିଛି ଅନୁଗୋଳ ଜିଲା ରେ ।Body:ଅନୁଗୋଳ ରେ ବିଭତ୍ସ ହତ୍ୟାକାଣ୍ଡ। ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ଫିଙ୍ଗିଲେ ଦୁର୍ବୁକ୍ତ । ଘଟଣା ଘଟିଛି ଜିଲ୍ଲାର ରେଙ୍ଗାଳୀ ଥାନା ଅଞ୍ଚଳ ରେ । ଥାନା ର ବାଲିପଶି ଗାଁ ରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ବାଲିପଶି ଗାଁ ର ଦୁର୍ଯ୍ୟଧନ ତୁଙ୍ଗ ଙ୍କୁ କେହି ହତ୍ୟା କରି କୁଅରେ ପିଙ୍ଗିଦେଈଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଦୁର୍ଯ୍ୟଧନ ଗତ କାଲି ଘରୁ କୌଣସି କାମ ରେ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ ଆଜି କୂଅରେ ତାଙ୍କ ମୁଣ୍ଡ ବିହୀନ ମୃତ ଦେହ ପଡିଥିବା ଗାଁ ଲୋକେ ଦେଖିଥିଲେ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ପୋଲିସ ଟିମ ସହିତ ଗାଁ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।Conclusion:ମୃତ ଦେହ ଉଦ୍ଧାର ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ପର ସ୍ତ୍ରୀ ସହ ସମ୍ପର୍କ କୁ ନେଇ ଗତ କିଛିଦିନ ତଳେ ମୃତ ଦୁର୍ଯ୍ୟୋଧନ ସହ ସଂପୃକ୍ତ ସ୍ତ୍ରୀ ର ପରିବାର ଗଣ୍ଡ ଗୋଳ ହୋଇଥିବା ଦୁର୍ଯ୍ୟୋଧନ ର ସ୍ତ୍ରୀ ଅଭିଯୋଗ କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.