ଅନୁଗୋଳ: ଅନୁଗୋଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ହୋଇଥିବା ରାଜନୈତିକ ବୟାନ ବାଜି ଏବେ ଅନୁଗୋଳରେ ଚର୍ଚ୍ଚା ଯୋର ଧରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଭାରୁ ସାଂସଦ ମହେଶ ସାହୁ କେନ୍ଦ୍ରମନ୍ତ୍ରୀଙ୍କ ପାଦ ତଳେ ମାଟି ନଥିବା ଓ ସରକାରୀଙ୍କୁ ଦାନୀ କର୍ଣ୍ଣ ବୋଲି କହି ଆକ୍ଷେପ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସଭାରୁ କେନ୍ଦ୍ରମନ୍ତ୍ରୀ ଓ ମୋଦି ସରକାର ଙ୍କୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଟାର୍ଗେଟ କରିଛନ୍ତି । ସାଂସଦ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶକୁ ନୂତନ ଦିଗଦର୍ଶନ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରଶଂସା ମଧ୍ୟ ପାଇଛନ୍ତି। କିନ୍ତୁ କେତେଜଣ ନେତା ସାମାନ୍ୟ କିଛି କେନ୍ଦ୍ରୀୟ ଅନୁଦାନ ଆଣି ଦାନୀକର୍ଣ୍ଣ ବୋଲି କହି ଆକ୍ଷେପ କରିଥିଲେ ସାଂସଦ ମହେଶ ସାହୁ । ମନେରଖିବା ଦରକାର, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କାର ରାଜସ୍ବ ପ୍ରଦାନ କରୁଛି। କିନ୍ତୁ ପତିଆରା ନ ଥିବା କି ଖାତା ଖତିଆନ ନ ଥିବା କେତେଜଣ ବ୍ୟକ୍ତି ଅଯଥା ଚିତ୍କାର କରୁଛନ୍ତି।
ଏହାବି ପଢନ୍ତୁ- କେନ୍ଦ୍ରର ଟଙ୍କାରେ ପ୍ରକଳ୍ପ କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର
ସାଂସଦ ଆହୁରି ଅଭିଯୋଗ କରି କହିଛନ୍ତି, ତାଳଚେର ମେଡିକାଲ କଲେଜ ଚାଲୁ କରିବାକୁ ଚାହିଁଲେ, ହେଲେ ଏମସିଏଲ ଟିମକୁ ପଠାଇବାକୁ କେନ୍ଦ୍ର ସରକାରଙ୍କ ସାହସ ହେଲାନି। ଏବେ ଚିତ୍କାର କରୁଛନ୍ତି ଏତେ ଲୋକଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରିଛନ୍ତି। ହେଲେ ଯେଉଁମାନେ ଚିତ୍କାର କରୁଛନ୍ତି, ସେମାନେ ନବୀନ ବାବୁଙ୍କ ବିକାଶ ଦେଖି ଈର୍ଷା ପରାୟଣ ହୋଇଛନ୍ତି ବୋଲି ସାଂସଦ ସାହୁ ଆରୋପ ଲଗାଇଛନ୍ତି ।
ଏହାବି ପଢନ୍ତୁ- ଅନୁଗୋଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ମିଶନଶକ୍ତି ମହିଳାଙ୍କୁ ଋଣ ବାଣ୍ଟିଲେ ନବୀନ
ସୂଚନାଯୋଗଯ୍ୟ ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ 29 ତାରିଖରେ KV 2 ର ସ୍ଥାୟୀ କ୍ୟାମ୍ପସ ଭିତ୍ତିପ୍ରସ୍ଥର ସ୍ଥାପନ ପାଇଁ ଆୟୋଜିତ ସଭାରେ ସିଧାସଳଖ ନବୀନ ସରକାରକୁ ଟାର୍ଗେଟ କରିଥିଲେ । ତାଳଚେର ମେଡିକାଲ କଲେଜ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ଏହି ଦାବିକୁ ପ୍ରଧାନମନ୍ତ୍ରୀ ପୂରଣ କଲେ। ମେଡିକାଲ ପରିଚାଳନା ବାବଦକୁ ୧୦ ବର୍ଷ ପାଇଁ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ବୀକୃତି ଦେଲେ। ଏହା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ପାଇଁ ଆବେଦନ ନ କରିବା ଦୁର୍ଭାଗ୍ୟଜନକ। ଜିଲା ଖଣିଜ ପ୍ରତିଷ୍ଠାନ କାହାର। ରାଜ୍ୟକୁ କେନ୍ଦ୍ର ୧୫୦୦ କୋଟି ଟଙ୍କା ଦେଉଥିବାବେଳେ ଅନୁଗୋଳ ଭାଗରେ ୮ଶହ କୋଟି ପଡ଼ୁଛି । ତାହା ପରେ ବି ଅନୁଗୋଳ କୁ ରାଜ୍ୟ ସରକାର ଉପେକ୍ଷା କରୁଥିବା ନେଇ ଧର୍ମେନ୍ଦ୍ର କହିଥିଲେ । ସଭାମଞ୍ଚରେ ହୋଇଥିବା ଏହି ବାକଯୁଦ୍ଧ ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଧରିଛି ।
ଇଟିଭି ଭାରତ, ଅନୁଗୋଳ