ETV Bharat / state

ସଂସଦରେ କଣ ଦାବି ଉପସ୍ଥାପନ କରିବେ କହିଲେ ସାଂସଦ ମହେଶ ସାହୁ - ଭିସି ଯୋଗେ ସାଂସଦଙ୍କ ସୂଚନା

ନିଜ ଲୋକସଭା କ୍ଷେତ୍ର ପାଇଁ ଲୋକସଭାରେ କଣ ସବୁ ପ୍ରସଙ୍ଗ ଉଠାଇବେ ସେ ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଅଧିକ ପଢନ୍ତୁ...

ନିଜ ଲୋକସଭା କ୍ଷେତ୍ର ପାଇଁ ଲୋକସଭାରେ ବିଭିନ୍ନ ଦାବି ରଖିବେ ସାଂସଦ ମହେଶ ସାହୁ

author img

By

Published : Feb 5, 2021, 10:58 PM IST

ଅନୁଗୋଳ: ନିଜ ଲୋକସଭା କ୍ଷେତ୍ର ପାଇଁ ଲୋକସଭାରେ କଣ ସବୁ ପ୍ରସଙ୍ଗ ଉଠାଇବେ ସେନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଏହି ପରିପ୍ରେକ୍ଷୀରେ ସାଂସଦ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଗୋଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ।

ନିଜ ଲୋକସଭା କ୍ଷେତ୍ର ପାଇଁ ଲୋକସଭାରେ ବିଭିନ୍ନ ଦାବି ରଖିବେ ସାଂସଦ ମହେଶ ସାହୁ

ଢେଙ୍କାନାଳ ସାଂସଦ ମହେଶ ସାହୁ ଶୁକ୍ରବାର ଅନୁଗୋଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏଥରର ବଜେଟ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ଓ ଜିଲ୍ଲା ପାଇଁ ଥିବା ଆବଶ୍ୟକତା ପୂରଣ ଦିଗରେ କଣ ପଦକ୍ଷେପ ନେବେ ସେନେଇ ସୂଚନା ଦେଇଛନ୍ତି । ବିଶେଷକରି ତାଳଚେର ଅନୁଗୋଳ ରେଲୱେ ଲୁପ ଲାଇନ, ତାଳଚେର ବିମଳ ବେଡା ରେଲୱେ ଲାଇନ ସମେତ ଶିଳ୍ପ ସଂସ୍ଥାମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀଙ୍କ ନିଯୁକ୍ତି ସମ୍ପର୍କରେ ଦାବି ଉପସ୍ଥାପନ କରିବେ ବୋଲି ମହେଶ କହିଛନ୍ତି । ଏହାସହ ଆଗାମୀ ଦିନରେ ଯେଉଁ ସବୁ କାରଖାନା ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ସେ କାରଖାନାରେ କିଭଳି ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ସେନେଇ ମଧ୍ୟ ଲୋକସଭାରେ ଦାବି ରଖିବେ ବୋଲି ସାଂସଦ ଜଣାଇଛନ୍ତି ।

ଏହାବ୍ୟତୀତ ଜିଲ୍ଲାର ଉପାନ୍ତ ଇଲାକା ବଲଙ୍ଗ ଠାରେ ଏକା ମୋବାଇଲ ଟାୱାର ନିର୍ମାଣ ପାଇଁ ଦାବି ଉଠାଇଛନ୍ତି ବୋଲି ମହେଶ ଗଣମାଧ୍ୟମକୁ କହିଛନ୍ତି । ଏନେଇ ମଧ୍ୟ ସେ ଏକ ଭିଡିଓ ଜାରି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.