ETV Bharat / state

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ, ପୋଲିସର ତନାଘନା ଜାରି

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଛି । ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ
author img

By

Published : Oct 15, 2022, 11:26 AM IST

ଅନୁଗୋଳ: ଜିଲ୍ଲାରେ ମାତିଛନ୍ତି ଲୁଟେରା । ବ୍ୟାଙ୍କର ଗ୍ରୀଲ ତାଡିବା ସହ କାନ୍ଥ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ

ଗୁରୁବାର ବିଳମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ ଖୋଳି ଭିତରକୁ ଚୋର ପଶିବା ପରେ ଲକର କାଟିବାକୁ ଚେଷ୍ଟା କରିଥିଲେ । ଏଥିରେ ବିଫଳ ହୋଇଥିବା ବେଳେ ଅନ୍ୟ ଆଲମିରା, ଡ୍ରୟର ଆଦି ଭାଙ୍ଗି ଦେଇଥିଲେ । ତେବେ ଟଙ୍କା ନେଇ ନପାରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଶୁକ୍ରବାର ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ଖୋଲିବା ପରେ ଚୋରି ଉଦ୍ୟମ ହୋଇଥିବା ଜାଣି ପାରିଥିଲେ । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସିବା ପରେ ଆହୁରୀ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ

ପ୍ରକାଶଯୋଗ୍ୟ ଯେ, ଗତ ଅକ୍ଟୋବର ୧୧ ତାରିଖରେ କଟକରୁ ଏକ ସମାନ ଖବର ସାମ୍ନାକୁ ଆସିଥିଲା । କଟକ ଚୌଦ୍ବାର ବାଣୀପଦା ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଥିଲା । ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍ଗ ଭିତରେ ପଶିଥିଲେ । ବ୍ୟାଙ୍କରେ ଲାଗିଥିବା ଇନଭଟର ସହ ସିସିଟିଭ ହାର୍ଡଡିସ୍କକୁ ଚୋରି କରି ନେଇଥିବା ଜଣାପଡ଼ିଛି ।

ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ କିମ୍ବା ଷ୍ଟ୍ରଙ୍ଗ ଭିତରେ ଥିବା ଲକର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଥିଲା । ତେବେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସନ୍ଦେହ କରିଥିଲା ପୋଲିସ । ବଡ ଧରଣର ଡକାୟତି ହୋଇ ନଥିଲେ ବି ପୋଲିସ ଏହାକୁ ଖାମ ଖିଆଲିରେ ନେଇନାହିଁ । କେଉଁ ପରିସ୍ଥିତିରେ ବ୍ୟାଙ୍କ ଭିତରେ ଲୁଟେରା ପଶିଲେ ଡକାୟତି ଯୋଜନାକୁ କିପରି ସଫଳ କରିବାକୁ ଚେଷ୍ଟା କରୁଥିଲେ ତାର କାରଣ ଖୋଜୁଛି ପୋଲିସ । ବ୍ୟାଙ୍କରେ ଲାଗିଥିବା କ୍ୟାମେରାରୁ ପୋଲିସ ହାତରେ କିଛି ତଥ୍ୟ ଲାଗିପାରେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.