ଅନୁଗୋଳ: ଟାଟାଷ୍ଟିଲ ନିକଟରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବା ସୂଚନା (miscreants firing near tata steel plant youth is critically injured )। ଗୁରୁତର ଜଣକ ହେଉଛନ୍ତି ରବି କୁମାର ସିଂ। ମଥାରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଟାଟାଷ୍ଟିଲର ତାଳ ବାହଳି ଗେଟ ପାଖରେ ଘଟିଛି ଘଟଣା । ଗୁରୁତର ଜଣଙ୍କ ଘର ବିହାର ନାଳନ୍ଦା ଜିଲ୍ଲା ଚଣ୍ଡିମାଉ ଅଞ୍ଚଳରେ। ତେବେ କିଏ ଓ କାହିଁକି ରବି କୁମାରଙ୍କ ଉପରକୁ ଗୁଳିମାଡ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ବିହାର ନାଳନ୍ଦା ଜିଲ୍ଲା ଚଣ୍ଡିମାଉ ଅଞ୍ଚଳର ରବି କୁମାର ସିଂ ଟାଟାଷ୍ଟିଲ ପ୍ଲାଣ୍ଟର CRMରେ ଡିପାର୍ଟମେଣ୍ଟ କାମ କରୁଥିଲେ । ଆଜି ପ୍ଲାଣ୍ଟର ତାଳ ବାହଳି ଗେଟ ପାଖରେ ସେ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରୁ ଗୁଳି ଚାଳନା କରିଥିଲେ । ଫଳରେ ରବିଙ୍କ ମଥାରେ ବାଜିଥିଲା ଗୁଳି । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ପୋଲିସ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟରେ ASO ପରୀକ୍ଷା ମାମଲା, ସାନି ମେରିଟ ଲିଷ୍ଟ ପ୍ରକାଶ ଲାଗି କୋର୍ଟଙ୍କ ନିର୍ଦ୍ଦେଶ
ତେବେ କିଏ ଓ କେଉଁ କାରଣରୁ ରବିଙ୍କ ଉପରକୁ ଗୁଳି ଚାଳନା କଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ରବିଙ୍କ କାହା ସହ ପୂର୍ବରୁ ଶତ୍ରୁତା ଥିଲା ନା ନାହିଁ ତାହା ମଧ୍ୟ ଜଣାପଡିନାହିଁ । ଏହି ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।
ଇଟିଭି ଭାରତ, ଅନୁଗୋଳ