ETV Bharat / state

MCL କରୁଛି ଶ୍ରମିକ ମାରଣ ନୀତି, ବିଧାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ - ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ

ଦିନକୁ ଦିନ MCL ବିରୁଦ୍ଧରେ ତେଜୁଛି ଠିକା ଶ୍ରମିକଙ୍କ ଅସନ୍ତୋଷ । ୭ ଦଫା ଦାବି ନେଇ ତାଳଚେର ବିଧାୟକଙ୍କ ନେତୃତ୍ବରେ ଜିଲ୍ଲପାଳଙ୍କ ଅଫିସ ଘେରିଲେ ଶ୍ରମିକ । ଅଧିକ ପଢନ୍ତୁ

MCL workers gheraoed collector office
MCL workers gheraoed collector office
author img

By

Published : Mar 21, 2023, 9:19 PM IST

MCL କରୁଛି ଶ୍ରମିକ ମାରଣ ନୀତି, ବିଧାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ

ଅନୁଗୋଳ: ଦିନକୁ ଦିନ MCL ବିରୁଦ୍ଧରେ ତେଜୁଛି ଠିକା ଶ୍ରମିକଙ୍କ ଅସନ୍ତୋଷ । ସ୍ଥାୟୀ କର୍ମଚାରୀଙ୍କ ଦରମା ବାରମ୍ବାର ବୃଦ୍ଧି ହେଉଥିବା ବେଳେ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ହେଉ ନଥିବା ନେଇ ଦାବି ଆପତ୍ତି କଲେ ବି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଯାହାର ପ୍ରତିବାଦ ଶ୍ରମିକମାନେ କରିଛନ୍ତି । ଆଜି ହଜାର ହଜାର ଶ୍ରମିକ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ MCL ବିରୁଦ୍ଧରେ କରିଛନ୍ତି ଆନ୍ଦୋଳନ । ୭ ଦଫା ଦାବି ନେଇ ତାଳଚେର ବିଧାୟକଙ୍କ ନେତୃତ୍ବରେ ଜିଲ୍ଲପାଳଙ୍କ ଅଫିସ ଘେରିଛନ୍ତି ଶହ ଶହ ଶ୍ରମିକ ।

ଜିଲ୍ଲାର ତାଳଚେର ମହାନଦୀ କୋଲ୍‌ ଫିଲଡ଼ କଣ୍ଟ୍ରାକ୍ଚୁଆଲ ଟ୍ରାନ୍ସପୋର୍ଟ ୱାର୍କରସ ୟୁନିଅନ ପକ୍ଷରୁ ଆଜି ୭ଦଫା ଦାବି ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ବରେ ପ୍ରାୟ ୫ହଜାରରୁ ଅଧିକ ଠିକା ଶ୍ରମିକ ଅନୁଗୋଳ ଷ୍ଟାଡିଅମ ପଡ଼ିଆଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା କରାଯାଇଥିଲା ।

ଏହା ବି ପଢନ୍ତୁ- ଆଦିବାସୀ ଛାତ୍ରୀଙ୍କୁ ଠକିଦେଲା ନର୍ସିଂ କଲେଜ, ଗୁହାରି ଶୁଣିବାକୁ କେହି ନାହାନ୍ତି

ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ପୂଜା ପାର୍ବଣ ସମୟରେ ବୋନସ ଏବଂ ଏକ୍ସଗ୍ରାସିଆ ପ୍ରଦାନ କରିବା, ସମସ୍ତଙ୍କୁ ଇଏସଆଇରେ ଅନ୍ତର୍ଭୁକ୍ତ କରିବା, ସମସ୍ତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ହାରରେ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଶ୍ରମିକ ମୃତ୍ୟୁ ହେଲେ ସହାୟତା ରାଶି ୫୦ଲକ୍ଷକୁ ବୃଦ୍ଧି କରିବା ଆଦି ୭ଦଫା ଦାବି ଉପସ୍ଥାପନ କରାଯାଇଥିଲା । ଏହାପରେ ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏ ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, "MCL କର୍ତ୍ତୃପକ୍ଷ ନିଯୁକ୍ତ କରିଥିବା ସମସ୍ତ କର୍ମଚାରୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢିଚାଲିଛି । କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ, କୋଲ ଇଣ୍ଡିଆ ଲିମିଟେଡ କୋଲକାତା ଓ ଅନ୍ୟ ସଂଗଠନର ମିଳିତ ବୈଠକରେ ଶ୍ରମିକଙ୍କ ବିନା ଅନ୍ୟ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରମିକମାନେ ଦିନ ରାତି ଖଟୁଥିବା ବେଳେ ସେମାନଙ୍କ ଯୋଗଦାନ ଅଧିକ । ଏମାନେ ଅନୁଷ୍ଠାନ ପ୍ରତି ଅଧିକ କାମ କରୁଥିବା ବେଳେ ତାଙ୍କ ବେତନ ବୃଦ୍ଧି କରାଯାଉନାହିଁ । ଏ ନେଇ ପ୍ରାୟ ୭ଦଫା ଦାବି କରାଯାଇଛି । ଆଗକୁ ତାହା ପୁରଣ ନ ହେଲେ ତୀବ୍ର ଆନ୍ଦୋଳନ କରାଯିବ ।"

ନିର୍ଦ୍ଧାରିତ ସମୟରେ ଦାବିଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ହଜାର ହଜାର ଶ୍ରମିକ କାମ ବନ୍ଦ କରିବେ ବୋଲି ଚେତାବନୀ ଦିଆଯାଇଛି । ଏଥିପାଇଁ ଯାହା କ୍ଷତି ହେବ ଏମ୍ସିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ଯଦି ଦାବି ପୂରଣ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ସାମନା କରିବାକୁ ପଡ଼ିବ ବୋଲି ଶ୍ରମିକ ମାନଙ୍କ ପକ୍ଷରୁ ଧମକ ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.