ETV Bharat / state

TTPS ବନ୍ଦ ହେଲେ ଭାରତର ଅନେକ କାରଖାନାକୁ ବନ୍ଦ କରାଯିବ: ସାଂସଦ - anugul news

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା ଟିଟିପିଏସ ବନ୍ଦ ହେଲେ ଭାରତ ବର୍ଷର ଅନେକ କାରଖାନା ବନ୍ଦ କରି ଦିଆଯିବ । ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଅଧିକ ପଢନ୍ତୁ...

TTPS ବନ୍ଦ ହେଲେ ଭାରତର ଅନେକ କାରଖାନାକୁ ବନ୍ଦ କରାଯିବ

author img

By

Published : Mar 4, 2021, 3:07 PM IST

ଅନୁଗୋଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା ଟିଟିପିଏସ ବନ୍ଦ ହେଲେ ଭାରତ ବର୍ଷର ଅନେକ କାରଖାନା ବନ୍ଦ କରି ଦିଆଯିବ । ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ମାର୍ଚ୍ଚ ମାସ 31 ତାରିଖ ତାଳଚେରସ୍ଥିତ ଟିଟିପିଏସ କାରଖାନା ବନ୍ଦ ହୋଇଯିବ। ପରିବେଶ ଅନୁମତି ଅବଧି ଶେଷ ହୋଇ ଯାଇଥିବାରୁ ବନ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।

TTPS ବନ୍ଦ ହେଲେ ଭାରତର ଅନେକ କାରଖାନାକୁ ବନ୍ଦ କରାଯିବ

ତେବେ ବନ୍ଦ ନିଷ୍ପତିକୁ ଶ୍ରମିକ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ବନ୍ଦ ନ କରିବାକୁ ବାରମ୍ବାର ସରକାରଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ଗୁରୁବାର ମଧ୍ୟ ଢେଙ୍କାନାଳ ଏମପି ମହେଶ ସାହୁଙ୍କ ନେତୃତ୍ବରେ ହଜାର ହଜାର ଶ୍ରମିକ ଏକ ବାଇକ ରାଲିରେ ଆସି ଅନୁଗୋଳରେ ପହଞ୍ଚିଥିଲେ। ଷ୍ଟାଡିୟମ ପଡିଆ ଠାରୁ ଶୋଭାଯାତ୍ରା କରି ସହର ପରିକ୍ରମା କରିଛନ୍ତି ଆନ୍ଦୋଳନକାରୀ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ।

ଟିଟିପିଏସ ଏକ ଲାଭଦାୟକ କାରଖାନା। ସେଠାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 30 ହଜାରରୁ ଅଧିକ ଲୋକ କାମ କରି ଜୀବିକା ନିର୍ବାହ କରୁଛନ୍ତି। କର୍ତ୍ତୃପକ୍ଷ ସମସ୍ତ ଶ୍ରମିକଙ୍କୁ ଛଟେଇ କରିବାକୁ ନୋଟିସ ଦେଇସାରିଛନ୍ତି। ଏଭଳି ହେଲେ ସେମାନେ କ'ଣ କରିବେ, କେମିତି ପରିବାର ଚଳାଇବେ। କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ବନ୍ଦ ହେବାକୁ ଦିଆ ଯିବ ନାହିଁ। ଯଦି ସରକାର ଜୋର ଜବରଦସ୍ତ ବନ୍ଦ କରନ୍ତି ତେବେ ତାଳଚେର ଅଞ୍ଚଳରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଦାବି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.