ETV Bharat / state

କମୁଛି ଆମ୍ବ ଉତ୍ପାଦନ, ଚିନ୍ତାରେ ଚାଷୀ: ଜଳବାୟୁ ପରିବର୍ତ୍ତନକୁ ଦାୟୀ କଲେ ବିଶେଷଜ୍ଞ

ଆମ୍ବଚାଷର ଚରାଭୂମି କୁହାଯାଉଥିବା ଅନୁଗୋଳରେ ନାହିଁ ଆମ୍ବର ଚାହିଦା । ବଜାରରେ ବିଦେଶୀ ଆମ୍ବର ଚଢା ମୂଲ୍ୟ ଦେଖି ଖାଉଟି ଚିନ୍ତାରେ ତ ଏଥର ଭଲ ଅମଳ ନହେବାରୁ ଚାଷୀ ବି ହତାସ ହୋଇବସିଛି । ଆମ୍ବର ଏ ଘୋର ଅଭାବ ପାଇଁ ପରିବେଷ ପ୍ରତିକୂଳତାକୁ ଦାୟୀ କଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

author img

By

Published : May 18, 2022, 9:01 PM IST

କମୁଛି ଆମ୍ବ ଉତ୍ପାଦନ, ଚିନ୍ତାରେ ଚାଷୀ: ଜଳବାୟୁ ପରିବର୍ତ୍ତନକୁ ଦାୟୀ କଲେ ବିଶେଷଜ୍ଞ
କମୁଛି ଆମ୍ବ ଉତ୍ପାଦନ, ଚିନ୍ତାରେ ଚାଷୀ: ଜଳବାୟୁ ପରିବର୍ତ୍ତନକୁ ଦାୟୀ କଲେ ବିଶେଷଜ୍ଞ

ଅନୁଗୋଳ: ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଆମ୍ବ ଚାଷ ସମ୍ପୂର୍ଣ ଉଜୁଡି ଯାଇଛି । ଯେଉଁ ସମୟରେ ଗଛରେ ଡାଳ ନଇଁ ପଡିବା କଥା ସେହି ସମୟରେ ଖୋଜିଲେ ମଧ୍ୟ ଆମ୍ବଟିଏ ମିଳୁନି । ଫଳରେ ଆମ୍ବ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ସାଧାରଣ ଲୋକେ ମଧ୍ୟ ଖାଇବାକୁ ଆମ୍ବଟିଏ ପାଉନାହାଁନ୍ତି । ଜଳବାୟୁରେ ଘୋର ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଅନୁଗୋଳ ଜିଲ୍ଲା ଆମ୍ବ ଚାଷ ପାଇଁ ବେସ ଜଣାଶୁଣା । ଏଠାକାର ଜଳବାୟୁରେ ଭଳିକି ଭଳି କିସମର ଆମ୍ବ ହୁଏ । ତେଣୁ ପ୍ରତିବର୍ଷ ଚାଷୀମାନେ ଆଗ୍ରହ ପ୍ରକାଶ କରି ଆମ୍ବ ଚାଷ କରିଥାନ୍ତି । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଳାରେ ପ୍ରାୟ ୩୨ଶହ ଆମ୍ବ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ରୁ ଅଧିକ ଚାଷୀ ୫ ରୁ ୨୫ ଏକର ଜମିରେ ଆମ୍ବ ଚାଷ କରନ୍ତି । ତେଣୁ ଜିଲ୍ଲାରେ ପ୍ରାୟ ୨୦ହଜାର ହେକ୍ଟର ଜମିରେ ଆମ୍ବ ଚାଷ ହେଉଛି । ସେଥି ମଧ୍ୟରୁ ୮ ହଜାର ହେକ୍ଟର ଜମିରେ ଲଗାଯାଇଥିବା ଗଛରୁ ଫଳ ଉତ୍ପାଦନ ହେଉଛି । ତେଣୁ ଏହି ରେକର୍ଡ ଅନୁସାରେ ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୧୨ଶହ କ୍ୱିଣ୍ଟାଲ ଆମ୍ବ ଉତ୍ପାଦନ ହେଉଛି ।

ବିଭାଗୀୟ ରେକର୍ଡ ବାହାରେ ମଧ୍ୟ ଅନେକ କ୍ଷୁଦ୍ର ଚାଷୀ କମ ଜାଗାରେ ଆମ୍ବ ଚାଷ କରୁଛନ୍ତି । ତେଣୁ ଆମ୍ବ, ଜିଲ୍ଲାବାସୀଙ୍କ ଚାହିଦା ପୁରଣ କରିବା ସହ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହୋଇଥାଏ । ଏଠାରେ ଦସେରି, ମଲ୍ଲିକା, ଆଖୁରସ, ବାଇଗଣ ପଲ୍ଲୀ, ଗୋଲାପ ଖାସ, ବମ୍ବେ ଗ୍ରୀନ ସମେତ ବହୁ କିସମର କଲମୀ ଆମ୍ବ ଚାଷ ହୋଇଥାଏ । ଚାଷୀମାନେ ଭଲ ଦୁଇ ପଇସା ପାଆନ୍ତି । କେବଳ ଆମ୍ବ କାହିଁକି ଆମ୍ବସଢା, ଆମ୍ବୁଲ, ଆଚାର ଆଦି କରି ମଧ୍ୟ ଗୁଜୁରାଣ ମେଣ୍ଟାଇଥାନ୍ତି ଚାଷୀ । ହେଲେ ଚଳିତ ବର୍ଷ ଗଛରେ ଆମ୍ବଟିଏ ଦେଖିବା ସ୍ୱପ୍ନ ହୋଇ ପଡିଛି । କାଁ ଭାଁ କିଛି ଗଛରେ ଖୁବ କମ ଆମ୍ବ ଫଳିଛି । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଜଳବାୟୁରେ ବ୍ୟାପକ ପରିବର୍ତ୍ତନ କାରଣରୁ ପ୍ରଭାବିତ ହେଉଛି ଆମ୍ବଚାଷ । ଯେତେବେଳେ ଗଛରେ ବଉଳ ଆସିଥିଲା ସେତେବେଳେ ଖରା ଓ ଉଷ୍ମତାର ଆବଶ୍ୟକତା ଥିଲା । କିନ୍ତୁ ସେହି ସମୟରେ ଲଗାଣ ବର୍ଷା ହେବାସହ କାକର ଓ କୁହୁଡି କାରଣରୁ ବଉଳ ସବୁ ଝଡ଼ିଗଲା । ଯାହା କିଛି କଷି ରହିଲା ସେ ସମୟରେ ପ୍ରବଳ ଖରା ହେବାରୁ ତାହା ମଧ୍ୟ ଝଡ଼ିଗଲା । ତେଣୁ ଜଳବାୟୁ ଅନୁକୂଳ ହେଲା ନାହିଁ । ଫଳରେ ଆମ୍ବ ଚାଷ ପ୍ରଭାବିତ ହୋଇଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଏବେ ସ୍ଥାନୀୟ ଆମ୍ବ ବହୁଳ ଭାବରେ ବିକ୍ରି ହେବା କଥା । କିନ୍ତୁ ବିଦେଶୀ ଆମ୍ବ କେଜି ପ୍ରତି ଦେଢ଼ ଶହରୁ ଦୁଇ ଶହ ଟଙ୍କାରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ଜିଲ୍ଲାବାସୀ ଆମ୍ବ ପାଇବାରୁ ବଞ୍ଚିତ ହେଉଛନ୍ତି । ସେପଟେ ହଜାର ହଜାର ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଜଲବାୟୁ ପରିବର୍ତ୍ତନ ପାଇଁ କେବଳ ଯେ, ଆମ୍ବ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ତାହା ନୁହେଁ, ଖାଉଟି ମଧ୍ୟ ମହଙ୍ଗା ମାଡର ସମ୍ମୁଖୀନ ହେଉଛନ୍ତି । ତେଣୁ ନୂତନ ଜ୍ଞାନ କୌଶଳ ମାଧ୍ୟମରେ କିପରି ଆମ୍ବ ଚାଷ ବଞ୍ଚି ରହିବା ସହ ଚାଷୀ କିପରି ସ୍ବାବଲମ୍ବୀ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.