ETV Bharat / state

ଅନୁଗୋଳରେ ଚାଞ୍ଚଲ୍ୟ, ହତ୍ୟା ପରେ SP ଅଫିସ ସାମ୍ନାରେ ଫିଙ୍ଗିଦେଲେ !

ଅନୁଗୋଳ ଏସପି ଅଫିସ ସାମ୍ନାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହ ଫିଙ୍ଗି ଚାଲିଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ

author img

By

Published : Sep 24, 2022, 11:57 AM IST

ଏସପି ଅଫିସ ସାମ୍ନାରେ ପଡିଛି ଅଜଣା ମୃତଦେହ, ହତ୍ୟା କରି ଫିଙ୍ଗା ଯାଇଥିବା ସନ୍ଦେହ

ଅନୁଗୋଳ: ଏସପି ଅଫିସ ସମ୍ମୁଖରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ(Unidentified Dead Body Found Infront Of SP Office) । ଆଜି(ଶନିବାର) ସକାଳେ ଅନୁଗୋଳ ଏସପି ଅଫିସ ସାମ୍ନାରେ ଏହି ମୃତଦେହ ପଡିଥିବାର ଦେଖାଯାଇଛି । କେହି ଦୁର୍ବୃତ୍ତ ଏହି ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟ କଲେ ଏହା ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଛାନଭିନ୍ ଚଳାଇଛି ।

ଅନୁଗୋଳ ଏସପି ଅଫିସ ସାମ୍ନାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୂଚନା ଅନୁଯାୟୀ, ଆଜି ସକାଳେ ଅନୁଗୋଳ ଏସପି ଅଫିସ(Anugul SP Office) ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ ମୃତଦେହ ପଡିଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସେଠାରେ ଆଖପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ପୋଲିସ ମଧ୍ୟ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନଥିବାବେଳେ ତାଙ୍କର ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହ ପାଖରେ ଗୋଟିଏ ଚପଲ ଏବଂ ଗାମୁଛା ପଡିଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ଏହାସହିତ ମୃତଦେହକୁ ଘୋଷାରି ଅଣାଯାଇଥିବାରୁ ବହୁ ଦୂର ପର୍ଯ୍ୟନ୍ତ ଘୋଷରା ଚିହ୍ନ ରହିଥିବାର ଦେଖାଯାଇଛି । ରାସ୍ତା ପାର୍ଶ୍ଵ ମାଟିରେ ସେଭଳି କିଛି ଚିହ୍ନ ରହିଥିବାବେଳେ, ଏଥିରୁ ବ୍ୟକ୍ତି ଜଣଙ୍କ ମୃତ୍ୟୁବେଳେ ଖୁବ୍ ଛଟପଟ ହୋଇଥିବା ଅନୁମାନ କରାଯାଉଛି । ଏହିସବୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି । ତେବେ ପ୍ରକୃତରେ ଏହା ହତ୍ୟା ନା କୌଣସି ଦୁର୍ଘଟଣାରେ ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ କିଏ ଏହି ବ୍ୟକ୍ତି, ତାହା ତଦନ୍ତ ପରେ ଜଣାପଡିବ । ବର୍ତ୍ତମାନ ପୋଲିସ ମୃତକଙ୍କ ପରିଚୟ ଜାଣିବାକୁ ଖୋଳତାଡ ଚଳାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.