ETV Bharat / state

ଚିକିତ୍ସା ଅଭାବରୁ ଅକ୍ଷମ ପ୍ରିୟବନ୍ଧୁ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକର ସାନ୍ତରାପୁର ନୂଆସାହି ଗାଁ । ବସବାସ କରନ୍ତି ପ୍ରିୟବନ୍ଧୁ ସାହୁ ଓ ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଏକମାତ୍ର ଝିଅ । ଝାଟିମାଟି କୁଡ଼ିଆ ଘର ଖଣ୍ଡକ ଛାଡ଼ିଦେଲେ ଆଉ କିଛି ସମ୍ବଳ ନାହିଁ । ଏବେ କେବଳ ଅପେକ୍ଷା ସରାକାରୀ ସହାୟତାକୁ ।

author img

By

Published : Jun 5, 2019, 10:41 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କଥାରେ ଅଛି ବିପଦ ଯେତେବେଳେ ଆସେ ସଖା ସହଦୋରଙ୍କୁ ସାଙ୍ଗରେ ଧରି ଆସେ । ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ପ୍ରିୟବନ୍ଧୁଙ୍କ ପରିବାରରେ । ପ୍ରିୟଙ୍କ ବଡ଼ପୁଅ ଦିବ୍ୟାଙ୍ଗ । ଜମିବାଡ଼ି ବିକ୍ରିକରି ଚିକିତ୍ସା କରାଇବା ପରେ ମଧ୍ୟ କିଛି ଲାଭ ହେଲା ନାହିଁ । ଏବେ ପ୍ରିୟଙ୍କ କିଡ଼ନୀ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା କରିବାକୁ ଅର୍ଥ ନାହିଁ କି କୌଣସି ସରକାରୀ ସହାୟତା ନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଜିଲ୍ଲାର ବଅଁରପାଳ ବ୍ଳକର ସାନ୍ତରାପୁର ନୂଆସାହି ଗାଁ । ବସବାସ କରନ୍ତି ପ୍ରିୟବନ୍ଧୁ ସାହୁ ଓ ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଏକମାତ୍ର ଝିଅ । ଝାଟିମାଟି କୁଡ଼ିଆ ଘର ଖଣ୍ଡକ ଛାଡ଼ିଦେଲେ ଆଉ କିଛି ସମ୍ବଳ ନାହିଁ । ଜନ୍ମରୁ ପ୍ରିୟଙ୍କ ବଡପୁଅ ଦିବ୍ୟାଙ୍ଗ । ଘର ଡିହ ବିକି ଚିକିତ୍ସା କଲେ ବି କିଛି ସୁଫଳ ମିଳିନଥିଲା । ଏତିକିରେ ଦୁଃଖ ସରିନଥିଲା । ନିଜେ ପ୍ରିୟବନ୍ଧୁ ଏବେ କିଡ଼ନୀ ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସବୁ ପୁଞ୍ଜି ସରିବା ପରେ ସାହାରା ହୋଇଥିଲା ନିରାମୟ କେନ୍ଦ୍ର । ମାତ୍ର ସେଠାରେ ସେହି ଔଷଧ ମିଳୁନି । ଯାହାକୁ ନେଇ ଚିନ୍ତାରେ ପରିବାର ।

ପ୍ରିୟବନ୍ଧୁ ଗାଁ ଗାଁ ବୁଲି ଭଙ୍ଗା ଲୁହା, ପୁରୁଣା ଖବର କାଗଜ କିଣି ମହାଜନ ପାଖରେ ବିକ୍ରି କରି ଯାହା ଦି ପଇସା ପାଉଥିଲେ ସେଥିରେ ପରିବାର ଚଳୁଥିଲା । ଏବେ ସେ କାମ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ଏବେ ସବୁ ବୋଝ ତାଙ୍କ ସ୍ତ୍ରୀଙ୍କ ଉପରେ । ଡାକ୍ତରଙ୍କ କହିବା କଥା ପ୍ରାୟ 80 ପ୍ରତିଶତ କିଡ଼ନୀ ନଷ୍ଟ ହୋଇଛି । ଅନ୍ୟପଟେ ପରିବାର ଚଳାଇବା ଏବେ କାଠିକର ପାଠ ହେଲାଣି । କେହି କେହି ଅଳ୍ପ ବହୁତ ସହାୟତା କଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏବେ କେବଳ ଅପେକ୍ଷା ସରାକାରୀ ସହାୟତାକୁ ।

ପରିବାରର ଏକମାତ୍ର ରୋଜଗାରିଆ ପ୍ରିୟବନ୍ଧୁ ଚିକିତ୍ସା ଅଭାବରୁ ଆଜି ଅକ୍ଷମ । ବଡ଼ ପୁଅ ଦିବ୍ୟାଙ୍ଗ । ସାହା ଭରଷା କେହି ନାହିଁ । ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ପ୍ରିୟବନ୍ଧୁର ଉପଯୁକ୍ତ ଚିକିତ୍ସା କରାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ଅନୁଗୋଳ:  କଥାରେ ଅଛି ବିପଦ ଯେତେବେଳେ ଆସେ ସଖା ସହଦୋରଙ୍କୁ ସାଙ୍ଗରେ ଧରି ଆସେ । ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ପ୍ରିୟବନ୍ଧୁଙ୍କ ପରିବାରରେ ।  ପ୍ରିୟଙ୍କ ବଡ଼ପୁଅ ଶାରୀରିକ ଦିବ୍ୟାଙ୍ଗ । ଜମିବାଡ଼ି ବିକ୍ରିକରି ଚିକିତ୍ସା କରାଇବା ପରେ ମଧ୍ୟ କିଛି ଲାଭ ହେଲା ନାହିଁ । ଏବେ ପ୍ରିୟଙ୍କ କିଡ଼ନୀ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା କରିବାକୁ ଅର୍ଥ ନାହିଁ କି କୌଣସି ସରକାରୀ ସହାୟତା ନାହିଁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.