ETV Bharat / state

ଅନୁଗୋଳରେ ହାତୀ ଆତଙ୍କ, କାମ କରିବାକୁ ଯାଉଥିବା ବେଳେ କଚାଡି ମାରିଲା ଦନ୍ତା - ତାଳଚେର ବନାଞ୍ଚଳରେ ହାତୀ ଆକ୍ରମଣ

ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଅନୁଗୋଳରେ ହାତୀ ଆତଙ୍କ
ଅନୁଗୋଳରେ ହାତୀ ଆତଙ୍କ
author img

By ETV Bharat Odisha Team

Published : Sep 26, 2023, 1:07 PM IST

Updated : Sep 26, 2023, 2:05 PM IST

ଅନୁଗୋଳରେ ହାତୀ ଆତଙ୍କ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବାଇଝାଲି ସାହିର ପ୍ରଫୁଲ୍ଲ ଭୋଇ ନାମକ ଯୁବକ ଟାଟା ପ୍ଲାଣ୍ଟ୍‌କୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ତମାମ ଏହି ଗୋଠଛଡ଼ା ହାତୀଟି ତାଳଚେର ବନାଞ୍ଚଳର ବନ୍ଧା ଗାଁ ସମେତ ଆଖପାଖ ଗାଁରେ ବୁଲୁଥିଲା । ଆଜି ସକାଳ ସମୟରେ ବାଇଝାଲିସାହିର ପ୍ରଫୁଲ୍ଲ ଭୋଇ ଟାଟା ପ୍ଲାଣ୍ଟ୍‌କୁ କାମ କରିବାକୁ ଯାଇଥିବା ବେଳେ ନାଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ପ୍ରଫୁଲକୁ ଧରି କଚାଡ଼ି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ତେବେ ଗତକାଲି ରାତିଠାରୁ ହାତୀଟି ବୁଲୁଥିବା ବେଳେ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏବେ ପୁଣି ଜଣକୁ ହାତୀ ମାରିବାରୁ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ଜିଲ୍ଲାରେ ହାତୀ ମଣିଷ ଲଢେଇ ରୋକିବାକୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ଚାଲିଛି । ଏନେଇ ସର୍କିଟ ହାଉସରେ ଶନିବାର ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ତତ୍ତ୍ୱବଧାନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ଅନୁଗୋଳ, ଆଠମଲ୍ଲିକ ଏବଂ ସାତକୋଶିଆ DFO, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ହେତୁ ତାହା କିଭଳି ରୋକି ହେବ ସେନେଇ ଯୋଜନା ପ୍ରସ୍ତୁତ କରା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Watch: ସୁନ୍ଦରଗଡରେ ହାତୀ ଉପଦ୍ରବ, ଘଉଡ଼ାଇଲେ ଗ୍ରାମବାସୀ

ପ୍ରକାଶ ଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଜଙ୍ଗଲ ଛାଡି ଜନ ବସତି ମୁହାଁ ହେଉଛନ୍ତି ହାତୀ । ଗାଁରେ ପଶି ଏକରଏକର ଫସଲ ନଷ୍ଟ କରୁଥିଲେ ହାତୀପଲ । ଏନେଇ ସ୍ଥାନୀୟ ଲୋକ ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ହାତୀ ସୁନ୍ଦରଗଡ଼ ବସଷ୍ଟାଣ୍ଡ୍‌ ନିକଟ ଲୁହୁରାଢିପା ଅଞ୍ଚଳକୁ ପଳାଇଯାଇଥିଲା । ସେଠାରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଥିଲେ । ହାତୀକୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଚେଷ୍ଟା କରିଥିଲେ । ମିଳିତ ଉଦ୍ୟମରେ ହାତୀପଲକୁ ଜନବସତି ଅଞ୍ଚଳରୁ ଦୂରେଇ ସୁରକ୍ଷିତ ସ୍ଥାନକୁ ନେବାକୁ ସକ୍ଷମ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Sep 26, 2023, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.