ETV Bharat / state

ଗଳା କାଟି ବ୍ୟକ୍ତିଙ୍କୁ ହତ୍ୟା

ରବିବାର ଅନୁଗୋଳ ଜିଲ୍ଲାର ବନ୍ତଳା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 31, 2021, 4:55 PM IST

ଗଳା କାଟି ବ୍ୟକ୍ତିଙ୍କୁ ହତ୍ୟା
ଗଳା କାଟି ବ୍ୟକ୍ତିଙ୍କୁ ହତ୍ୟା

ଅନୁଗୋଳ: ଗଳା କାଟି ବ୍ୟକ୍ତିଙ୍କୁ ହତ୍ୟା । ରବିବାର ଅନୁଗୋଳ ଜିଲ୍ଲାର ବନ୍ତଳା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ମୁହଁ ଓ ଗଳାରେ କଟା ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ବନ୍ତଳା ବଜାର ଗାଁର କାଶୀନାଥ ବେହେରା ବୋଲି ଜଣାପଡିଛି।

ଗଳା କାଟି ବ୍ୟକ୍ତିଙ୍କୁ ହତ୍ୟା

ସୂଚନା ଅନୁଯାୟୀ, କାଶୀନାଥ ମଜୁରୀ ଲାଗି ନିଜ ପରିବାର ଚଳାଏ । ଶନିବାର ରାତିରେ ସେ ଶୌଚ ପାଇଁ ବାହାରୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ରାତି ତମାମ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ପାଇ ନଥିଲେ ।

ରବିବାର ଗାଁ ପିଲା ଚଣା କିଆରୀକୁ ଚଣା ଖାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତଦେହ ପଡିଥିବା ଦେଖିଥିଲେ। ଏହାପରେ ଏନେଇ ବନ୍ତଳା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ତେବେ କିଏ କାହିଁକି କାଶିନାଥଙ୍କୁ ଏଭଳି ଗଳା କାଟି ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.