ETV Bharat / state

କଟକଣା ମଧ୍ୟରେ ଅନୁଗୋଳରୁ ବିଦାୟ ନେଲେ ମା’

author img

By

Published : Oct 16, 2021, 5:07 PM IST

ଚାରି ଦିନର ପୂଜା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ ଯୋଗମାୟା। କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ବିଦାୟ ଦେଉଛନ୍ତି ଅନୁଗୋଳବାସୀ। ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ଧରା ପୃଷ୍ଟରୁ ବିଦାୟ ନେଲେ ମା
କଟକଣା ମଧ୍ୟରେ ଧରା ପୃଷ୍ଟରୁ ବିଦାୟ ନେଲେ ମା

ଅନୁଗୋଳ: ବେଶ ନିରାଡ଼ମ୍ବର ଭାବେ ଆଜି ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ପୂଜା କମିଟି ମାତ୍ର ଦୁଇଟି ଢୋଲ ବାଦ୍ୟ ଓ ଘଣ୍ଟ ବଜାଇ ନିର୍ଦ୍ଦିଷ୍ଟ ସଂଖ୍ୟକ ସଦସ୍ୟଙ୍କ ଗହଣରେ ମା’ଙ୍କ ମୂର୍ତ୍ତି ଆଣି ଜଳାଶୟରେ ବିସର୍ଜନ କରିଥିଲେ।

କଟକଣା ମଧ୍ୟରେ ଧରା ପୃଷ୍ଟରୁ ବିଦାୟ ନେଲେ ମା

ଅସ୍ଥାୟୀ ମୂର୍ତ୍ତି ବିସର୍ଜନ ସ୍ଥଳର ବ୍ୟବସ୍ଥା କରିଛି ପ୍ରଶାସନ । କିନ୍ତୁ, ତାହା ବହୁ ବିଳମ୍ବରେ କରାଯାଇଥିବାରୁ କେତେକ କମିଟି କେନାଲରେ ମୂର୍ତ୍ତି ବିସର୍ଜନ କରିଥିଲେ। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା।

ତେବେ ଗତବର୍ଷ ପରି ଏବର୍ଷ ମଧ୍ୟ ବିନା କୌଣସି ବାଜା ଓ ବାଣରେ ମା’ଙ୍କୁ ବିଦାୟ ଦେବାକୁ ପଡିଥିଲା। ଫଳରେ ସମସ୍ତଙ୍କ ମନରେ ଦୁଃଖ ଖେଳିଯାଇଥିଲା। ଅନୁଗୋଳ ସହର ରେ 10 ରୁ ଅଧିକ ମଣ୍ଡପରେ ମା’ଙ୍କୁ ପୂଜା କରାଯାଇଥିଲା। କଟକଣାକୁ ମାନି ସମସ୍ତେ ମା’ଙ୍କୁ ଏଥର ଆରାଧନା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.