ETV Bharat / state

ଜମୁଛି ତାଳଚେର ଗଣପର୍ବ, ୧୦୦ରୁ ଅଧିକ ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜା - ତାଳଚେରରେ ଗଣେଶ ପୂଜା

ଅନୁଗୋଳ ତାଳଚେର ସହରରେ ଜମୁଛି ଗଣପର୍ବ ଗଣେଶ ପୂଜା । ୧୦୦ରୁ ଅଧିକ ମଣ୍ଡପରେ ଧୁମଧାମରେ ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜା । ଅଧିକ ପଢନ୍ତୁ

ଜମୁଛି ତାଳଚେର ଗଣପର୍ବ, ୧୦୦ରୁ ଅଧିକ ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜା

author img

By

Published : Sep 8, 2022, 1:38 PM IST

ଅନୁଗୋଳ: ଗଣେଶ ପୂଜା ପାଇଁ ଝଲସୁଛି କଳା ହୀରାର ସହର ତାଳଚେର । ରାସ୍ତାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ରଙ୍ଗୀନ ଆଲୋକ । ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ସହରଠୁ ପୁରପଲ୍ଲୀ । ବିଭିନ୍ନ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଛି ଜୋରଦାର ପ୍ରସ୍ତୁତି । ପ୍ରାୟ ୧୦୦ରୁ ଅଧିକ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ପୂଜା ଚାଲିଥିବା ଦେଖିବାକୁ ମିଳିଛି ।

ଜମୁଛି ତାଳଚେର ଗଣପର୍ବ, ୧୦୦ରୁ ଅଧିକ ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜା

କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେବ ପୂଜା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପୂଜାରେ ସନ୍ଧ୍ୟାରେ ପୂଜା ମଣ୍ଡପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ମିନା ବଜାର ଓ ଚଟପଟି ଖାଇବାର ମଜା ନେବା ସହ ସେଲ୍ଫି ଉଠାଇ ମଜା ନେଉଛନ୍ତି ଶ୍ରଦ୍ଧାଳୁ । ଦିନ ଯେତିକି ଗଡୁଛି ତାଳଚେରରେ ସେତିକି ଜମୁଛି ଗଣେଶ ପୂଜା । ପୂଜା ମଣ୍ଡପ ଗୁଡିକରେ ଆଲୋକମାଳା ସାଙ୍ଗକୁ ଖୁବ ଆକର୍ଷଣୀୟ ହୋଇଛି ତୋରଣ । ଚଳିତ ବର୍ଷ ୧୦୦ ରୁ ଊର୍ଦ୍ଧ୍ବ ଛୋଟ ଓ ବଡ଼ ମଣ୍ଡପରେ ପୂଜାପାଉଛନ୍ତି ପ୍ରଭୁ ଗଜାନନ ।

ଏହା ବି ପଢନ୍ତୁ- ଗଣେଶ ଭସାଣି ପାଇଁ ମେଳଣ ଉତ୍ସବ, ଶୋଭାଯାତ୍ରାରେ ଦୁଲୁକିଲା ସହର

ତାଳଚେରରେ ଏହା ଏକ ଗଣ ପର୍ବ ହୋଇଥିବାରୁ ସମସ୍ତ ବର୍ଗର ଲୋକ ଏହି ପୂଜାରେ ସାମୀଲ ହୋଇଥାନ୍ତି । ଏହାକୁ ନଜରରେ ରଖି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ସହ ପୂଜା ମଣ୍ଡପ ଗୁଡିକ ପୁରସ୍କାର ପାଇବା ଆଶାରେ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ସାଜ ସଜା ଯାଇଥିବାବେଳେ, ଭଳିକି ଭଳି ଆଲୋକର ତୋରଣ ଗୁଡିକୁ ମଧ୍ୟ୍ୟ ସଜାଯାଇଛି । କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେବ ପୂଜା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଗତ ୩୧ ତାରିଖରୁ ପୂଜା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ହେଲେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଦୀର୍ଘ ୧୦ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ତାଳଚେରକୁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟି ବାରେ ଲାଗିଛି । ମିନା ବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଓ ଚଟପଟି ଖାଇବାର ମଜା ଉଠାଇଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ପ୍ରତ୍ୟକ ଦିନ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକୃଷ୍ଟ କରିପାରିଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ତେବେ ଚଳିତ ବର୍ଷ ଆସନ୍ତା ୧୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.