ETV Bharat / state

ନାଲୋକ ନଗରୀରେ ଜମିବ ବିଶ୍ୱ ବିନ୍ଧାଣିଙ୍କ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ଅନୁଗୋଳରେ ବିଶ୍ବକର୍ମା ପୂଜା

ସଜେଇ ହେଉଛି ଅନୁଗୋଳ ଜିଲ୍ଲାର ନାଲକୋ ନଗର । ଆସନ୍ତା ୧୭ ତାରିଖ ଦେବଶିଳ୍ପୀଙ୍କ ଆଗମନକୁ ଆଖି ଆଗରେ ରଖି ଚାଲିଛି ପୂଜା ପ୍ରସ୍ତୁତି । ସମଗ୍ର ନଗର ପୂଜାପାଇଁ ଚଳଚଞ୍ଚଳ ହୋଇ ଉଠିଛି (Biswakarma puja preparation) । ଅଧିକ ପଢ଼ନ୍ତୁ

lord Biswakarma puja preparation is in last stage in Anugul
ନାଲୋକ ନଗରୀରେ ଜମିବ ବିଶ୍ୱ ବିନ୍ଧାଣିଙ୍କ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
author img

By

Published : Sep 15, 2022, 9:18 PM IST

ଅନୁଗୋଳ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ନାଲକୋ ନଗରର ବିଶ୍ଵକର୍ମା ପୂଜା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ମୂର୍ତ୍ତି କାରିଗର ବିଶ୍ଵ ବିନ୍ଧାଣୀଙ୍କୁ ଶେଷ ସ୍ପର୍ଶ ଦେଉଥିବା ବେଳେ ଅନ୍ୟ କେଉଁଠି ତୋରଣ କାରିଗର ନିଜ ତୋରଣକୁ ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଦେବଶିଳ୍ପୀଙ୍କ ଆଗମନ ପାଇଁ ସଜେଇ ହେଲାଣି ନାଲକୋ ନଗର । କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେବ ହୋଇନଥିଲା ପୂଜା । ଏଥର ପୂଜା ଜାକଜକମରେ କରିବାକୁ ପୂଜା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି (Biswakarma puja preparation) ।

ନାଲୋକ ନଗରୀରେ ଜମିବ ବିଶ୍ୱ ବିନ୍ଧାଣିଙ୍କ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ସଜେଇ ହେଉଛି ଅନୁଗୋଳ

ସଜେଇ ହେଉଛି ଅନୁଗୋଳ ଜିଲ୍ଲାର ନାଲକୋ ନଗର । ଆସନ୍ତା ୧୭ ତାରିଖ ଦେବଶିଳ୍ପୀଙ୍କ ଆଗମନକୁ ଆଖି ଆଗରେ ରଖି ଚାଲିଛି ପୂଜା ପ୍ରସ୍ତୁତି । ସମଗ୍ର ନଗର ପୂଜାପାଇଁ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ପୂଜା ମଣ୍ଡପ ଆକର୍ଷଣୀୟ କରିବାରେ ଲାଗିପଡିଛନ୍ତି କାରିଗର । ଏଥର ପୂଜା ପାଇଁ କିଏ ମୂର୍ତ୍ତି ସଜ ଉପରେ ଧ୍ୟାନ ଦେଇଛି ତ ଆଉ କିଏ ତୋରଣ ସଜାକୁ ଅଧିକ ଗୁରୁତ୍ଵ ଦେଇଛି ।

ଏହାକୁ ନେଇ ପୂଜା କମିଟି ସଦସ୍ୟ କହିଛନ୍ତି, "ନାଲକୋର ବିଶ୍ବକର୍ମା ପୂଜା ବିଶ୍ବପ୍ରସିଦ୍ଧ । ପ୍ରାୟ ୮୦ ପ୍ରତିଶତ କାମ ଶେଷ ହେବ । ଏଥର ପୂଜା ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରି ସୁରୁଖୁରରେ ପୂଜା କରିବାକୁ ଯୋଜନା ରଖାଯାଇଛି ।"

ସେପଟେ ନାଲକୋ କର୍ମଚାରୀ କହିଛନ୍ତି, "ଏଥର ଆମେ ଦିଲ୍ଲୀର ଅକ୍ଷର ଧାମ ଥିମ୍‌କୁ ନେଇ ତୋରଣ ତିଆରି କରୁଛୁ । ପ୍ରାୟ ୧୦୦ କାରିଗର କାମରେ ଲାଗିଛନ୍ତି । ଏଥର ପୂଜା ଭଳ ହେବ ବୋଲି ଆଶା କରୁଛି । ଲୋକଙ୍କୁ ତୋରଣ ପସନ୍ଦ ଆସିବ ।"

ତିଆରି ହେଉଛି ନୂଆ ନୂଆ ତୋରଣ

କେଉଁଠି ଦିଲ୍ଲୀ ର ଅକ୍ଷୟ ଧାମ ସଦୃଶ ତୋରଣ ନିର୍ମାଣ ହେଉଛି ତ ଆଉ କେଉଁଠି ବିବେକାନନ୍ଦ ଆତ୍ମଜୀବନୀକୁ ନେଇ ଚିତ୍ରିତ ହେଉଛି ତୋରଣ । କେଉଁଠି ପ୍ୟାଲେଶ ସଦୃଶ ତୋରଣ ତ କେଉଁଠି ନୃସିଙ୍ଘ ଅବତାରକୁ ନେଇ ଚିତ୍ରିତ ହେବ ମଣ୍ଡପ । କେଉଁଠି ରାଜ ପ୍ରସାଦ ମଧ୍ୟରେ ବିରାଜିତ ହେବେ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏଥିପାଇଁ ପ୍ରସ୍ତୁତି ଖୁବ ଜୋର୍‌ସୋର୍‌ରେ ଆଗେଇ ଚାଲିଛି । କୁହାଯାଏ ଓଡିଶାର ସବୁଠାରୁ ବ୍ୟୟବହୁଳ ପୂଜା ଭାବେ ପରିଚିତ ନାଲକୋର ବିଶ୍ଵକର୍ମା ।

୧୭ ମଣ୍ଡପରେ ପୂଜା ପାଇବେ ବିଶ୍ବକର୍ମା

ଏଥର ୨୩ ପରିବର୍ତେ ୧୭ ଟି ମଣ୍ଡପରେ ବିଶ୍ଵବିନ୍ଧାଣି ଙ୍କୁ ପୂଜା କରାଯିବ । ସେପ୍ଟେମ୍ବର ୧୭ ତାରିଖ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ । ପୂଜାରେ ଏଥର ମୀନାବଜାରକୁ ବାରଣ କରାଯାଇଛି ।

ଏଥର ବିଶ୍ବକର୍ମାଙ୍କ ପୂଜାକୁ ଆହୁରି ଆକର୍ଷଣୀୟ କରିବ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ମେଳା, ତାସାଙ୍ଗକୁ ଖାଦ୍ୟ ବଜାର । ଯାହାର ମଜା ନେବାପାଇଁ ସମସ୍ତେ ଚାହିଁ ବସିଛନ୍ତି । ଦୁଇ ବର୍ଷର ଅନ୍ତରାଳରେ ନାଲକୋନଗରୀରେ ବିରାଜିବେ ବିଶ୍ବକର୍ମା । ଏଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.