ଅନୁଗୋଳ: ରାଜ୍ୟରେ କାୟା ବିସ୍ତାର କରିଚାଲିଛି କୋରୋନା । ଶିଳ୍ପନଗରୀ ଅନୁଗୋଳରେ ମଧ୍ୟ ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ଗତକାଲି(ବୁଧବାର) 12 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି(ଗୁରୁବାର) ଆଉ 5 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ଅନୁଗୋଳ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 245ରେ ପହଞ୍ଚିଛି ।
![anugul](https://etvbharatimages.akamaized.net/etvbharat/prod-images/od-ang-03-angul-12positive-dry-7202779_23072020201206_2307f_1595515326_848.jpg)
ବୁଧବାର ଜିଲ୍ଲାରୁ 12 ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେମାଙ୍କ ମଧ୍ୟରେ ଏକ ବୃହତ ଶିଳ୍ପ ସଂସ୍ଥାରୁ 5 ଓ ଅନୁଗୋଳ ପୌରାଞ୍ଚଳରୁ 5 ଆକ୍ରାନ୍ତ ରହିଛନ୍ତି। ତେବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭଗ ଅନୁସାରେ, ଗତକାଲି(ବୁଧବାର) ଅବକାରୀ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ପୌରାଞ୍ଚଳ ଗୁରୁବାର ପୁଣି 5 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ସୂଚନା ଲୋକ ସମ୍ପର୍କ ବିଭଗ ଦେଇଥିବା ସୁଚନା ଅନୁସାରେ, ପୌରାଞ୍ଚଳ ଆକ୍ରାନ୍ତ ମାନଙ୍କ ମଧ୍ୟରେ 4ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି। ମୁଖ ଚିକିତ୍ସାଲୟରେ ହୋଇଥିବା ଆଣ୍ଟିଜେନ ଟେଷ୍ଟରେ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ଶିଳ୍ପସଂସ୍ଥାର ମଧ୍ୟ 4 ପୁରୁଷ ଓ ଜଣେ ମହିଳା ପଜେଟିଭ ରହିଛନ୍ତି । ଏହାବାଦ ଅନୁଗୋଳ ବଳ୍କ ଅଞ୍ଚଳରୁ ଜଣେ ପୁରୁଷ ଆଉ ଜଣେ ମହିଳା ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଯାହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 245 ରେ ପହଁଛିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ