ETV Bharat / state

କର୍ମଚାରୀଙ୍କ EPF ଜମା ଗାଏବ ! ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ - ଇଞ୍ଜିନିରସ ଏକତା ମଞ୍ଚର ବିକ୍ଷୋଭ

ଅନୁଗୋଳ ବିଦ୍ୟୁତ ଡିଭିଜନ ଏବଂ ତାଳଚେର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଆଗରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ । ଅଧିକ ପଢନ୍ତୁ

କର୍ମଚାରୀଙ୍କ EPEF ଜମା ଗାଏବ
କର୍ମଚାରୀଙ୍କ EPEF ଜମା ଗାଏବ
author img

By

Published : Feb 10, 2023, 12:48 PM IST

କର୍ମଚାରୀଙ୍କ EPF ଜମା ଗାଏବ

ଅନୁଗୋଳ: ଟାଟା ପାଓ୍ବାର ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିରସ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ । ଇପିଏଫ ଟଙ୍କାର ହିସାବ ଦିଅ ନାରା ଦେଇ ଅନୁଗୋଳ ବିଦ୍ୟୁତ୍‌ ଡିଭିଜନ ଏବଂ ତାଳଚେର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କର୍ମଚାରୀ ।

ଗୁରୁବାର ଓଡିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଇଞ୍ଜିନିରସ ଏକତା ମଞ୍ଚ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚର ଆବାହକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅନୁଗୋଳ ବିଦ୍ୟୁତ ଡିଭିଜନ ଏବଂ ତାଳଚେର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ହିସାବ ଦିଆନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଆସନ୍ତା ୧୮ତାରିଖରୁ ସାରା ରାଜ୍ୟର କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୃତ୍ୟୁର ଆଭାସ ପାଇଥିଲେ କି ନବ ? ହତ୍ୟାକୁ ବିତିଲା 13 ଦିନ, ଆଜିବି ଗୁଞ୍ଜରିତ ଶେଷ ଅଭିଭାଷଣ

ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ," ବିଦ୍ୟୁତ୍‌ ବିଭାଗକୁ ଟାଟା ନେବା ଆଗରୁ କର୍ମଚାରୀ ମାନଙ୍କ ୧୯୦୦ କୋଟି ଟଙ୍କା ପିଏଫ ଥିଲା । ବର୍ତ୍ତମାନ ଆଉ ସେହି ଟଙ୍କାର ହିସାବ ନାହିଁ । ଆମ ଇପିଏଫ ଟଙ୍କା କୁଆଡେ ଗଲା ସେ ନେଇ ଟାଟା କର୍ତ୍ତୃପକ୍ଷ ତାହାର ହିସାବ ଦିଅନ୍ତୁ । ଅନେକ କର୍ମଚାରୀ ଏବେ ମଧ୍ୟ ଅସ୍ଥାୟୀ ଭାବେ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ସ୍ଥାୟୀ କରାଯାଇନଥିବା ବେଳେ ତାଙ୍କୁ ସ୍ଥାୟୀ କରାଯାଉ । ଏନେଇ ଫେବୃଆରୀ ମାସରେ ଆମର ଟାଟା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ସେ ଆଗାମୀ ଏକ ମାସ ମଧ୍ୟରେ ଏହାର ସମାଧାନ କରିବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିରବ ରହିଛନ୍ତି । କୌଣସି କର୍ମଚାରୀଙ୍କୁ ସ୍ଥାୟୀ କରାଯାଇ ନାହିଁ । ତେଣୁ ବାଧ୍ୟ ହୋଇ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । ଆଗାମୀ ୧୮ ତାରିଖରୁ ସାରା ରାଜ୍ୟର କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରିବୁ ।"

ଟାଟା ପାଓ୍ବାର ବିରୋଧରେ ୯ ମାସ ଧରି ଆନ୍ଦେଳନ ଜାରି ରହିଥିଲା । କିନ୍ତୁ ଗତ ସେପ୍ଟେମ୍ବର ୮ ତାରିଖରେ ଟାଟା ପାଓ୍ବାର ସହ ଏକ ଚୁକ୍ତି ପତ୍ର ସ୍ବାକ୍ଷର ହୋଇଥିଲା । 2 ଭିତରେ ଦାବି ପୂରଣ ପାଇଁ ସେ କହିଥିଲେ । କିନ୍ତୁ କୌଣସି କାର୍ଯ୍ୟ କରାଯାଇ ନାହିଁ । 2010 ମସିହାରୁ କଣ୍ଟ୍ରାଚୁଆଲ ଭାବେ କାମ କରୁଥିବା କର୍ମଚାରୀଙ୍କୁ କେବେ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଏକତା ମଞ୍ଚ ପକ୍ଷରୁ ଟାଟା ପାଓ୍ବାରକୁ ପ୍ରଶ୍ନ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.