ETV Bharat / state

ଲୋକଙ୍କୁ ଘାରିଛି ବାଘ ଭୟ, ଘରୁ ବାହାରୁ ନାହାନ୍ତି ଗ୍ରାମବାସୀ - ଲୋକଙ୍କୁ ଘାରିଛି ବାଘ ଭୟ

ଅନୁଗୋଳ ବନଖଣ୍ଡର ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମାତିଛି କଲରାପତରିଆ ବାଘ । ହାତୀ ପରେ ଏବେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ରହିଛି ବାଘ ଭୟ । ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟ ବିପଦରେ ରହିଛି । ଅଧିକ ପଢ଼ନ୍ତୁ

leopard terror in angul
ଅନୁଗୋଳରେ ବାଘ ଆତଙ୍କ
author img

By

Published : Jul 18, 2023, 7:12 AM IST

ଅନୁଗୋଳରେ ବାଘ ଆତଙ୍କ

ଅନୁଗୋଳ: ଅନୁଗୋଳ ବନଖଣ୍ଡର ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମାତିଛି କଲରାପତରିଆ ବାଘ । କୃଷ୍ଣଚକ୍ରଗଡ଼ ଏବଂ କୁଲୁସର ଗାଁ ପାଖ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗତ ସପ୍ତାହରେ ଛେଳି ଚରାଇବାକୁ ଯାଇଥିବା ଦୁଇଜଣ ଗ୍ରାମବାସୀଙ୍କୁ ଅତର୍କିତ ଭାବେ ବାଘ ଆକ୍ରମଣ କରିଥିଲା । ଏହାପରେ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଗାଈ, ଛେଳି ଚରାଇବାକୁ ଜଙ୍ଗଲକୁ ଯାଉ ନାହାଁନ୍ତି କି ରାତି ହେଲେ ଘରୁ ବାହାରୁ ନାହାନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ମଧ୍ୟ ଭୟରେ ଜଙ୍ଗଲ ଭିତରକୁ ଯାଉ ନାହାଁନ୍ତି । ଫଳରେ ଜୀବନ ଜୀବିକା ନେଇ ଆଶା ଆଶଙ୍କରେ ଗ୍ରାମବାସୀ ।

ଅନୁଗୋଳ ବନଖଣ୍ଡର ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ କୃଷ୍ଣଚକ୍ରଗଡ଼, କୁଲୁସର, ମାନିକଯୋଡି ଓ ସରଧାପୁର ଭଳି ଅନେକ ଗାଁ । ଚାରିଆଡେ କେବଳ ଜଙ୍ଗଲ ଓ ପାହାଡ଼ । ମଝିରେ ଏହିସବୁ ଗାଁ ରହିଛି । ଲୋକଙ୍କର ଆର୍ଥିକ ସ୍ଥିତି ମଧ୍ୟ ସେତେଟା ଉନ୍ନତ ନୁହେଁ । ଅଧିକାଂଶ ଲୋକ ଗାଈ, ଛେଳି ଓ ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରନ୍ତି । ହାତୀ ଉପଦ୍ରବ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଛାଡି ଦେଲେଣି । ଜଙ୍ଗଲକୁ ଯାଇ ଶାଳପତ୍ର, ଛତୁ, ବାଉଁଶ, ମହୁ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିଛି ଲୋକ ଜୀବିକା ନିର୍ବାହ କରନ୍ତି । ହେଲେ କିଛି ଦିନ ହେଲା ସେମାନଙ୍କ ଜୀବିକା ଉଜୁଡି ଯାଇଛି । କୃଷଚକ୍ରଗଡ଼ ଗାଁର ଦୁଇଜଣ ଲୋକ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ ଏକ କକରାପତାରିଆ ବାଘ ଛେଳିକୁ ଖାଇବାକୁ ଝାମ୍ପ ମାରିଥିଲା । ଛେଳିକୁ ବଞ୍ଚାଇବାକୁ ଯାଇ ଦୁଇଜଣ ଛେଳି ଚରାଳି ବାଘ ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କ ପାଟି ଶୁଣି ଆଖପାଖରେ ଥିବା ଅନ୍ୟମାନେ ଦୌଡ଼ି ପଳାଇ ଆସିବାରୁ ବାଘ ସେଠାରୁ ଦୌଡ଼ି ପଳାଇଥିଲା । ତେବେ ଗୁରୁତର ଅବସ୍ଥାରେ ଆହତଙ୍କୁ ବନ ବିଭାଗ ସହାୟତାରେ ଗ୍ରାମବାସୀ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ଏବେ ସୁଦ୍ଧା ଆହତ ମାନଙ୍କ ଅବସ୍ଥା ଭଲ ନାହିଁ । ସେହି ଦିନ ଠାରୁ ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ, ଆକ୍ରମଣ କଲା ବାଘ

ଅଞ୍ଚଳବାସୀଙ୍କ କହିବା କଥା, "ଗାଁରୁ କାମଧନ୍ଦା ପାଇଁ ସହରକୁ ଯିବା ଆସିବା ବହୁତ ଅସୁବିଧା। କାରଣ ଦୁର୍ଗମ ରାସ୍ତାରେ ସବୁବେଳେ ବଣୁଆ ହାତୀ ଉପଦ୍ରବ । ତେଣୁ ଜଙ୍ଗଲ ହିଁ ସେମାନଙ୍କର ଏକମାତ୍ର ଭରସା । କିନ୍ତୁ ଏବେ ବାଘ ଭୟ ଘାରିଛି । ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଆସି ଯାଉଛନ୍ତି । ଆଉ ଜଙ୍ଗଲକୁ ଛେଳି, ଗାଈ, ମେଣ୍ଢା ଚରାଇବାକୁ ଯାଉ ନାହାଁନ୍ତି । ଜଙ୍ଗଲ ଭିତରକୁ ଯାଇ କୌଣସି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପାରୁ ନାହୁଁ। ପିଲାମାନେ ପାଠ ପଢିବାକୁ ନିକଟସ୍ଥ ଗାଁ ସ୍କୁଲକୁ ଯାଉ ନାହାଁନ୍ତି । ତେଣୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି ।" ଏଭଳି ସ୍ଥିତିରେ ପରିବାର କେମିତି ଚାଲିବ ସେ ଚିନ୍ତାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ । କେମିତି ଏହାର ସମାଧାନ ହୋଇ ପାରିବ ସେନେଇକି ମଧ୍ୟ ଡିଏଫଓଙ୍କ ସହ ଆଲୋଚନା କରିଥିଲ। ବାଘ ଭୟ ଥିବା ଗାଁ ଚାରିପଟେ ସୋଲାର ତାର ବାଡ଼ ଲଗାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଠମଲ୍ଲିକ ବିଧାୟକ । ଖୁବଶୀଘ୍ର ସୋଲାର ତାରବାଡ଼ ଲଗାଇବାକୁ ସର୍ଭେ କାମ ଆରମ୍ଭ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ହାତୀ ପରେ ଏବେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ରହିଛି ବାଘ ଭୟ । ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟ ବିପଦରେ ରହିଛି । ତେଣୁ ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଉଭୟ ବନ୍ୟଜନ୍ତୁ ଓ ମଣିଷଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.