ଅନୁଗୋଳ: ଜିଲ୍ଲାରେ ପୁଣି ସମ୍ନାକୁ ଆସିଲା ବାଘ ମୃତ୍ୟୁ ଘଟଣା । 8 ମଲ୍ଲିକ ବନଖଣ୍ଡ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟ ଘଟିଛି । ବନଖଣ୍ଡର ହାରିଧର ସଂରକ୍ଷିତ ଜଙ୍ଗଲର ଯୋଧପୁର ନିକଟରୁ ବାଘର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।
ମୃତ୍ୟର କାରଣ ଅସ୍ପଷ୍ଠ ଥିବା ବେଳେ ଘଟଣାକୁ ଲୁଚେଇବାର ଉଦ୍ୟମ କରୁଛି ବନ ବିଭାଗ । ତେବେ ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ 3ଟି ବାଘର ମୃତ୍ୟୁ ହୋଇସାରିଲାଣି । ସେପଟେ ବନ ବିଭାଗ ଏଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।
ଅନୁଗୋଳରୁ ସଂଗ୍ରାମ ନାଥ, ଇଟିଭି ଭାରତ