ଅନୁଗୋଳ: ଧରାପୃଷ୍ଠକୁ ବିରାଯିବେ ଧନଦାତ୍ରୀ ମା ଲକ୍ଷ୍ମୀ । ମାଙ୍କ ଆଗମନରେ ଧରା ଉତ୍ସବ ମୁଖରିତ ହୋଇଯିବା କଥା । ହେଲେ ଏଥର ପୂଜା ବଜାର ଫିକା ପଡିଛି । କାରଣ ଏଥର କୋରୋନା କଟକଣା ଲାଗିଛି ପୂଜା ଉତ୍ସବରେ । କେବଳ ବିଧି ରଖିବାକୁ ପୂଜା କରିବାକୁ ପ୍ରାସଶନ ଅନୁମତି ଦେଇଛି। ଯାହାକୁ ମାନି ମାଙ୍କୁ ପୁଜିବେ ଅନୁଗୋଳବାସୀ ।
ଅନୁଗୋଳ ଜିଲ୍ଲାର ଗଣପର୍ବ ହେଉଛି ଧନଦାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଉତ୍ସବ । ମାଙ୍କ ପୂଜାରେ ଅନୁଗୋଳ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ସବୁଠି ଦେଖିବାକୁ ମିଳେ ଉତ୍ସବ । ଶହ ଶହ ମଣ୍ଡପରେ ମାଙ୍କୁ ପୂଜା କରାଯାଏ। 13 ଦିନ ବ୍ୟାପୀ ପୁରା ଜିଲ୍ଲା ଆଲୋକମାଳାରେ ସଜେଇ ହୋଇଥାଏ । ହେଲେ ଏଥର କୋରୋନା କାରଣରୁ ନିରାଡମ୍ବର ଭାବେ ମାଙ୍କ ପୂଜା ହେବ ।
![କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ](https://etvbharatimages.akamaized.net/etvbharat/prod-images/od-ang-04-angul-laxmipuja-spl-pkg-7202779_30102020163630_3010f_01905_11.jpg)
କୋରୋନା ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ମଣ୍ଡପରେ 7 ଜଣକ ମଧ୍ୟରେ ପୂଜା ପାଳିବାକୁ ନିର୍ଦେଶନମା ରହଛି । ଯାହାକୁ ମାନି ଏଥର ପୂଜା କରିବେ ଅନୁଗୋଳବାସୀ । ତେବେ କେବଳ ଅନୁଗୋଳ ସହରରେ 40 ଅଧିକ ମଣ୍ଡପରେ 13 ଦିନ ଧରି ମାଙ୍କୁ ପୂଜା କରାଯାଏ। ଏଥର କିନ୍ତୁ ସେସବୁ ହେବ ନାହିଁ । କେବଳ ଚାରିଫୁଟ ମୂର୍ତ୍ତି ନିର୍ମାଣ କରି ଛୋଟ ଛୋଟ ମଣ୍ଡପ କରି ମା ଙ୍କୁ ମାତ୍ର ତିନିଦିନ ପାଇଁ ପୂଜା କରାଯିବ।
![କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ](https://etvbharatimages.akamaized.net/etvbharat/prod-images/od-ang-04-angul-laxmipuja-spl-pkg-7202779_30102020163630_3010f_01905_677.jpg)
![କୋରୋନା କଟକଣାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ](https://etvbharatimages.akamaized.net/etvbharat/prod-images/od-ang-04-angul-laxmipuja-spl-pkg-7202779_30102020163630_3010f_01905_29.jpg)
କୁମାରପୂର୍ଣ୍ଣିମା ତିଥିରେ ପୂଜା ଆରମ୍ଭ ହେବାକୁ ଥିବାବେଳେ ଅନୁଗୋଳବାସୀ କଟକଣାକୁ ମାନି ମାଙ୍କୁ ଆରାଧନା କରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ