ETV Bharat / state

Cyclone Sitrang: ଦୀପ ବ୍ୟବସାୟ ମାନ୍ଦା, ଚିନ୍ତାରେ କୁମ୍ଭକାର ପରିବାର

author img

By

Published : Oct 22, 2022, 4:27 PM IST

ଆଉ ମାତ୍ର ଦିନ କେଇଟା ପରେ ଦୀପାବଳି(Diwali)। ଦିନ ଯେତିକି ପାଖାଉଛି ଦୀପ ବ୍ୟବସାୟଙ୍କ ଚିନ୍ତା ସେତିକି ବଢୁଛି । ଗତ ଦୁଇବର୍ଷ ହେଲା କୋରୋନା କରିଗରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଚଳିତ ବର୍ଷ ସମ୍ଭାବ୍ୟ ବାତ୍ୟା ଦୀପ ବେପାରରେ ଦାଉ ସାଧିଛି । ଅଧିକ ପଢନ୍ତୁ

ଦୀପ ବ୍ୟବସାୟ ମାନ୍ଦା
ଦୀପ ବ୍ୟବସାୟ ମାନ୍ଦା

ଅନୁଗୋଳ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali) । ଚଳିତ ବର୍ଷ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । ଗତ ଦୁଇବର୍ଷ ହେଲା କୋରୋନା କରିଗରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଚଳିତ ବର୍ଷ ସମ୍ଭାବ୍ୟ ବାତ୍ୟା ଦୀପ ବେପାରରେ ଦାଉ ସାଧିଛି । ଏନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲାର ସହର ପାଖ ଜରାସିଂହା ଗାଁରେ ପ୍ରାୟ ୨ଶହରୁ ଅଧିକ କୁମ୍ଭକାର ପରିବାର ।

ଦୀପ ବ୍ୟବସାୟ ମାନ୍ଦା

ଭଲ ରୋଜଗାର କରିବା ଆଶାରେ ଏ ବର୍ଷ ମଧ୍ୟ ସମସ୍ତେ ମାଟିର ଦୀପ ତିଆରି କରିଥିଲେ । ଆଶା ଥିଲା କରୋନା କଟକଣା ପରେ ଏବର୍ଷ ଭଲ ବିକ୍ରି ହେବ । ଭଲ ଦି ପଇସା ଲାଭ ପାଇବେ । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଦୀପ ବିକ୍ରି ଭଲ ହେଉନି । ଏହାଛଡା ସୂର୍ଯ୍ୟ ପରାଗ ଥିବାରୁ ଆଗକୁ ଦୀପ ବିକ୍ରି ହେବ କି ନାହିଁ ସେନେଇ ମଧ୍ୟ ସନ୍ଦେହରେ । ସମସ୍ତଙ୍କ ଘରେ ହଜାର ହଜାର ଦୀପ ମହଜୁଦ ରହିଛି, ତେଣୁ କଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ଏହି କୁମ୍ଭକାର ପରିବାର ।

ଏହା ମଧ୍ୟ ପଢନ୍ତୁ:Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ଜରାସିଂହା ଗାଁର ଏହି କୁମ୍ଭାର ପରିବାର ପୁରୁଷ ପୁରୁଷ ଧରି ମାଟିର କଲସ, ହାଣ୍ଡି ଓ ଦୀପ ତିଆରି କରିଆସୁଛନ୍ତି । ବିଶେଷ କରି ଦୀପାବଳି ଆସିଲେ ସମସ୍ତେ ଚଳଚଞ୍ଚଳ ହୋଇପଡନ୍ତି । ଘରର ମହିଳାଙ୍କ ଠାରୁ ପୁରୁଷ ଓ ବୁଢ଼ାବୁଢ଼ୀ ସମସ୍ତେ ଲାଗି ପଡନ୍ତି ମାଟିର ଦୀପ ତିଆରି କାମରେ । ପୁରୁଷମାନେ କିଏ ଚକିରେ କାମ କରୁଥାଏ ତ ଆଉ କିଏ ଭାଟିରେ ଦୀପ ପୋଡ଼ୁ ଥାଏ । ଏଠାରେ ଗୋଟିଏ ଗୋଟିଏ ପରିବାର ପ୍ରାୟ ୧୦ ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଦୀପ ତିଆରି କରି ବିକ୍ରି କରନ୍ତି । ଚଳିତ ବର୍ଷ ମଧ୍ୟ ସେମିତି ହୋଇଛି ।

ଏହା ମଧ୍ୟ ପଢନ୍ତୁ: CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ସମ୍ଭାବ୍ୟ ବାତ୍ୟା ଏବଂ ସୂର୍ଯ୍ୟପରାଗ ସେମାନଙ୍କ ଜୀବିକାରେ ବାଧକ ସାଜିଲା ଭଳି ମନେହେଉଛି । ଏଠାରୁ ବାହାର ବେପାରୀମାନେ ଆସି ଦୀପ କିଣି ନେଉଥିଲେ । କିନ୍ତୁ ଚଳିତବର୍ଷ କେହି ଆସି ନାହାଁନ୍ତି । ଏହାଛଡା କିଛି ପରିବାରର ସଦସ୍ୟ ନିଜେ ସାହି ସାହି ବୁଲି ଦୀପ ବିକ୍ରି କରୁଛନ୍ତି । ବଜାର ଓ ହାଟକୁ ନେଉଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ଦୀପ ବିକ୍ରି ହେଉ ନାହିଁ । ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ଏହି କୁମ୍ଭକାର ପରିବାର । ଏନେଇ କାରିଗରଙ୍କ କହିବା କଥା ହେଲା," ଦୀପାବଳି ପାଇଁ ଆମେ ମାଟି ଦୀପ ଦିଆରି କରିଥିଲୁ । କିନ୍ତୁ ଭଲ ଦିପଇସା ରୋଜଗାର ହେବ କି ନାହିଁ ସନ୍ଦେହ । ବାତ୍ୟା ଏବଂ ସୂର୍ଯ୍ୟପରାଗ ଯୋଗୁଁ ଦୀପ ବିକ୍ରି ହୋଇପାରୁନାହିଁ । କେହି ଦୀପ କିଣୁନାହାନ୍ତି । କଣ କେମିତି ଚଳିବୁ ସେନେଇ ଚିନ୍ତା ଲାଗୁଛି ।"

ଏହା ମଧ୍ୟ ପଢନ୍ତୁ: Dhanteras 2022: କାହିଁକି ଧନତେରସରେ ସୁନା କିଣାଯାଏ, ଜାଣନ୍ତୁ

ଆଉ ମାତ୍ର ଦିନ କେଇଟା ପରେ ଦୀପାବଳି । ଦିନ ଯେତିକି ପାଖାଉଛି ଏମାନଙ୍କ ଚିନ୍ତା ସେତିକି ବଢୁଛି । କାରଣ ବର୍ତ୍ତମାନ ମାଟି ଓ କାଠର ଘୋର ଅଭାବ ରହିଥିବା ବେଳେ ବହୁ କଷ୍ଟ ଓ ଖର୍ଚ୍ଚ କରି ବିକ୍ରି ହେବା ଆଶାରେ ଦୀପ ତିଆରି କରି ଘରେ ମହଜୁଦ ରଖିଛନ୍ତି । ସମ୍ଭାବ୍ୟ ବାତ୍ୟାର ଖବର ଶୁଣି ଦୀପ ବିକ୍ରି ହେବାର ଆଶା ମଧ୍ୟ ମଉଳି ଯାଉଛି । ତେଣୁ କଣ କରିବେ, କେମିତି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୀପାବଳି ପାଳିଲେ ଆମେରିକା ଉପରାଷ୍ଟ୍ରପତି: ବାଣ ଫୁଟାଇଲେ, ବଲିଉଡ ଗୀତରେ ଝୁମିଲେ

ବର୍ଷ ବର୍ଷ ଧରି ପୁରୁଷାନୁକ୍ରମେ ମାଟିରେ ଦୀପ ଓ ଅନ୍ୟାନ୍ୟ ଜିନିଷ ତିଆରି କରି ପେଟ ପୋଷୁଥିଲେ ମଧ୍ୟ କୌଣସି ସରକାରୀ ପ୍ରୋତ୍ସାହନ ମିଳୁ ନାହିଁ । ସେମାନେ ନିଜେ ନିଜେ ସେହି ଚିରାଚରିତ ଓ ପାରମ୍ପରିକ କୌଶଳରେ ମାଟିରେ ଜିନିଷ ତିଆରି କରୁଛନ୍ତି । ତେଣୁ ଚଳିତ ବର୍ଷ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି ଏହି କୁମ୍ଭାର ପରିବାର । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଣ ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, 3 ଗୁରୁତର

ଜିଲ୍ଲାର ଜରସିଂହା ବ୍ୟତୀତ ଛେଳିଆପଡା, ଆଠମଲ୍ଲିକ, ଛେଣ୍ଡିପଦା ଅଞ୍ଚଳରେ ଥିବା ହଜାର ହଜାର କୁମ୍ଭାର ପରିବାରର ସ୍ଥିତି ମଧ୍ୟ ଠିକ ସେହିପରି । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା କୁମ୍ଭାର ପରିବାର ଗୁଡିକର ଜୀବିକା ଛଡାଇ ନେଇଥିଲା । ଚଳିତ ବର୍ଷ କଟକଣା କୋହଳ ହେବା ପରେ ଅନେକ ଆଶା ନେଇ ଦୀପ ତିଆରି କରିଥିଲେ । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ତାହା ମଧ୍ୟ ମଉଳିଲା ଭଳି ମନେହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.