ETV Bharat / state

JCB ଧକ୍କାରେ ନାବାଳକ ମୃତ, ଉତ୍ତ୍ୟକ୍ତ ଲୋକେ ପୋଡ଼ିଲେ ମେସିନ - ଅନୁଗୋଳ ଖବର

ଜିନ୍ଦଲ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ବେଳେ ଘଟିଛି ଅଘଟଣ । ମାଟି ଖୋଳୁଥିବା ମେସିନ ଧକ୍କାରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ...

jcb accident minor boy death in anugul
ଜେସିବି ଧକ୍କାରେ ନାବାଳକ ମୃତ, ଉତ୍ତ୍ୟକ୍ତ ଲୋକେ ପୋଡ଼ିଲେ ଜେସିବି ମେସିନ
author img

By

Published : Sep 24, 2021, 10:35 PM IST

ଅନୁଗୋଳ: ଜିନ୍ଦଲ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ବେଳେ ଘଟିଛି ଅଘଟଣ । ମାଟି ଖୋଳୁଥିବା ମେସିନ ଧକ୍କାରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା । ଉତ୍ୟକ୍ତ ଲୋକେ ଜେସିବି ପୋଡ଼ିଦେବା ସହ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଛନ୍ତି ।

ଜେସିବି ଧକ୍କାରେ ନାବାଳକ ମୃତ, ଉତ୍ତ୍ୟକ୍ତ ଲୋକେ ପୋଡ଼ିଲେ ଜେସିବି ମେସିନ

ଅନୁଗୋଳ ଜିଲ୍ଲା ନିଶା ଥାନା କଳିଆକଟା ଗାଁ ରେ ଜିନ୍ଦଲ କମ୍ପାନୀ ପାଇଁ ମାଟି କାମ ଚାଲୁଥିବା ବେଳେ ଘଟିଛି ଅଘଟଣ । କାଳିଆକଟା ଗାଁର ସୁଜିତ ପ୍ରଧାନ ନାମକ ଜଣେ ବାଳକ ଗାଧୋଇବା ପାଇଁ ପୋଖରୀକୁ ଆସିଥିବା ବେଳେ ମାଟି ଖୋଳୁଥିବା ମେସିନ ଦୁର୍ଘଟଣା ଘଟାଇଥିଲା। ଫଳରେ ଘଟଣାସ୍ଥଳରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ପୋଲିସ ଜନତା ମୁହାଁମୁହିଁ ଭଳି ସ୍ଥିତି ଉପୁଜିଥିଲା। ଲୋକେ ମାଟି ଖୋଳୁଥିବା ଦୁଇଟି ମେସିନକୁ ପୋଡିଦେଇ ଥିଲେ ।

ଖରବ ପାଇଁ ଜିନ୍ଦଲ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଲୋକେ କ୍ଷତିପୂରଣ ପାଇଁ ଅଡି ବସିଥିଲେ । ମୃତ୍ୟୁ ନାବାଳକ ପରିବାରରେ ଜଣକୁ ଚାକିର ଓ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ ଲୋକେ। ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.