ETV Bharat / state

କୁଆପଥର ମାଡ, ମାଟିରେ ମିଶିଗଲା 4 ଏକର ଫସଲ

ଲଗାତାର 2ଦିନର କାଳବୈଶାଖୀ ଯୋଗୁଁ ଏକର-ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି । ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନୁଗୋଳ ଜିଲ୍ଲା ପାଳଲହଡା ଅଞ୍ଚଳର ଶହ ଶହ ଅଭାବୀ ଚାଷୀ ।

author img

By

Published : Mar 1, 2019, 2:56 PM IST

ପ୍ରତିକାତ୍ମକ ଫଟୋ

ଅନୁଗୋଳ: ଅଦିନିଆ ବର୍ଷାର ତାଣ୍ଡବରେ ଶୂନଶାନ ସବୁଜ କ୍ଷେତ । । ପ୍ରବଳ କୁଆପଥରମାଡରେ ଶୋଇଯାଇଛି ଫଳ ଭରା ତରଭୁଜ ଗଛ । ଲଗାତାର 2ଦିନର କାଳବୈଶାଖୀ ଯୋଗୁଁ ଏକର-ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି । କରଜ ଟଙ୍କା କେମିତି ସୁଝିବେ, ପରିବାର କିପରି ପୋଷିବେ, ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନୁଗୋଳ ଜିଲ୍ଲା ପାଳଲହଡା ଅଞ୍ଚଳର ଶହ ଶହ ଅଭାବୀ ଚାଷୀ । ଏ ନେଇ ଜିଲ୍ଲାପାଳଙ୍କୁ ନିଜ ସମସ୍ୟାର ଦାବି ମଧ୍ୟ ଜଣାଇଛନ୍ତି ।

ଗୋଟିଏ ପଟେ ଟାଇଁ ଟାଇଁ ଖରାରେ କେତେକ ଜିଲ୍ଲାରେ ବିଲ ଆଁ କରିଦେଇଥିବାବେଳେ ଅନୁଗୋଳ ଜିଲ୍ଲାରେ ଅଦିନିଆ ବର୍ଷା ଜମିକୁ ଫୁଙ୍ଗୁଳା କରିଦେଇଛି । ଲଗାତାର 2ଦିନ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷଣରେ ଶହ ଶହ ଏକର ତରଭୁଜ ଓ ପରିବା ଚାଷ ମାଟିରେ ମିଶିଯାଇଛି । ବିଶେଷକରି ଶଇଡା ଓ ଶିମିଳିପାଳ ପଞ୍ଚାୟତର ଶିମିଳିପାଳ, ପେଚାମୁଣ୍ଡି, କାଳିଆ କୁଦର ଓ ଡାଲୋ ଅଞ୍ଚଳର ଚାଷୀ କ୍ଷତି ସହିଛନ୍ତି।

ଏ ସବୁ ଅଞ୍ଚଳରେ ପ୍ରାୟ ଚାରି ଶହ ଏକରରୁ ଊର୍ଦ୍ଧ୍ବ ଜମିରେ କରାଯାଇଥିବା ତରଭୁଜ, ପନିପରିବା, କଦଳୀ ଓ ରବି ଜାତୀୟ ଫସଲ କାଳ ବୈଶାଖୀ ସାଙ୍ଗକୁ କୁଆପଥର ମାଡରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କରଜ କରି ଚାଷ କରିଥିବା ଚାଷୀ ଏବେ ଆଗକୁ କଣ କରିବେ, ସେଥିପାଇଁ ମାନସିକ ଭାବେ ଭାରକ୍ରାନ୍ତ ହୋଇପଡିଛନ୍ତି । ଏପଟେ ଏ ନେଇ ଉପଜିଲ୍ଲା ପାଳଙ୍କୁ ଭେଟି ସେମାନେ ନିଜର ଦାବି ଜଣାଇଛନ୍ତି ।

undefined

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ସଦର ଠାରେ ଆଜି ରାଜ୍ୟ ସରକାରଙ୍କ ଆଦିବାସୀ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହୋଇଛି ଜନଜାତି ସମ୍ମିଳନୀ । ଏହି ଜନଜାତି ସମ୍ମିଳନୀ ରେ ଜିଲ୍ଲାର 32 ପ୍ରକାର ଆଦିବାସୀ ଯୋଗ ଦେଇ ସିଧା ସଳଖ ମୁଖ୍ୟମନ୍ତ୍ରୀ ଙ୍କ ସହ କଥା ହୋଇ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ମାଲକାନଗିରି ଆଦିବାସୀ ବିକାଶ ପରିଷଦର ଅଧକ୍ଷ ଆଡ଼ମା ରାବା ଯୋଗ ଦେଇଥିବା ବେଳେ ଜିଲ୍ଲାର ଦୁଇ ବିଧାୟକ ଓ ପିଡ଼ି ଡିଆରଡିଏ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଥିଲେ । ବିଶେଷ କରି ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ରେ ଆଦିବାସୀ ଜିଲ୍ଲା ମାଲକାନଗିରି ର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଆଦିବାସୀଙ୍କ ଠାରେ ସରକାରୀ ଯୋଜନା କିଭଳି ପହଁଚୁଛି ତାହା ସ୍ଥାନୀୟ ଆଦିବାସୀ ହିତାଧିକାରୀ ଙ୍କ ଠାରୁ ଶୁଣି ଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପରଜା ସମ୍ପ୍ରଦାୟର ଯୁବକ ଦେବରାଜ କୋପେ ନିଜ ଅଞ୍ଚଳର ଅସୁବିଧା କହିବା ସହ ଆଦିବାସୀଙ୍କ ବିକାଶ ଲାଗି ନବୀନ ସରକାର ଅନେକ କିଛି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରି ଥିଲେ ।

Body:ଆଦିବାସୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସବୁ କଥା ଶୁଣିବା ପରେ ମାଲକାନଗିରି ଜିଲ୍ଲାରେ ଵସ ବାସ କରୁଥିବା 7ଟି ବ୍ଲକର ଆଦିବାସୀଙ୍କ ଉନ୍ନତି ସକାଶେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ନିର୍ମାଣ ହୋଇଥିବା ପବିତ୍ର ପୀଠ ସ୍ଥଳୀ ସହ ଜନଜାତି ହାଟର ଉନ୍ନତି କରଣ, ଆଦିବାସୀ ଲୋକ ନୃତ୍ୟ ସହ ଆଦିବାସୀଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଯୋଗାଇ ଦେବା ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଭିଡିଓ କୋନଫେରସିଂ ଜରିଆରେ ଲୋକାର୍ପଣ କରିଥିଲେ ।

Conclusion:ଆଜିର ଏହି ବିଶାଳ ଆଦିବାସୀ ଜନଜାତି ସମ୍ମିଳନୀକୁ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ରାମକୃଷ୍ଣ ଗଣ୍ଡ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ହଜାର ହଜାର ଜନତା ଯୋଗଦେଇଥିଲେ । ବାଇଟ- ଆଡ଼ମା ରାୱା, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଦ୍ଧକ୍ଷ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.