ETV Bharat / state

ଶିଳ୍ପାୟନକୁ ପୋତ୍ସାହନ ଯୋଗାଇବ ‘ଇଣ୍ଡଷ୍ଟ୍ରି କେୟାର’ - ଶିଳ୍ପକୁ ଭିତ୍ତିଭୂମି ଯୋଗାଇବା

ଅନୁଗୋଳ ଓ ଢେଙ୍କାନାଳର ଶିଳ୍ପାୟନ ଓ ଶିଳ୍ପ ସଂସ୍ଥାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଇଣ୍ଡଷ୍ଟ୍ରି କେୟାର । ଆଉ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

ଶିଳ୍ପକୁ ଭିତ୍ତିଭୂମି ଯୋଗାଇବା ପାଇଁ ନୂତତ ପ୍ରାୟସ ‘ଇଣ୍ଡଷ୍ଟ୍ରି କେୟାର’

author img

By

Published : Nov 11, 2021, 11:20 AM IST

ଅନୁଗୋଳ: କେମିତି ହେବ ଶିଳ୍ପର ଉନ୍ନତି । କ’ଣ କଲେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଆସିପାରିବ ଆଉ ଲୋକେ ରୋଜଗାରକ୍ଷମ ହୋଇ ପାରିବେ। ଏହାର ବାସ୍ତବ ସ୍ଥିତି ପରଖିବା ସହ ଶିଳ୍ପ ସଂସ୍ଥା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଇଣ୍ଡଷ୍ଟ୍ରି କେୟାର । ଆଉ ଶିଳ୍ପ ଜିଲ୍ଲା ଅନୁଗୋଳ ଓ ଢେଙ୍କାନାଳର ଶିଳ୍ପାୟନ ଓ ଶିଳ୍ପ ସଂସ୍ଥାମାନଙ୍କର ସମସ୍ୟା ଓ ଏହାର ସମାଧାନର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଅନୁଗୋଳ ନାଲକୋ ଅଡିଟୋରୀୟମ ଠାରେ ଉଭୟ ଜିଲ୍ଲାର 42 ବୃହତ ଶିଳ୍ପର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ। '

ଶିଳ୍ପକୁ ଭିତ୍ତିଭୂମି ଯୋଗାଇବା ପାଇଁ ନୂତତ ପ୍ରାୟସ ‘ଇଣ୍ଡଷ୍ଟ୍ରି କେୟାର’

‘ଇଣ୍ଡଷ୍ଟ୍ରି କେୟାର' ମାଧ୍ୟମରେ କିଭଳି ଶିଳ୍ପ ସଂସ୍ଥାମାନକୁ ସେମାନଙ୍କର ସମସ୍ୟାର ଉପଯୁକ୍ତ ସମାଧାନ କରାଯିବ, ତାର ସମୀକ୍ଷା କରିଛନ୍ତି । ଆଗକୁ ଅନୁଗୋଳ ଜିଲ୍ଲାରେ 9ଟି ନୂଆ କୋଇଲା ଖଣି ହେବାକୁ ଥିବାରୁ ତାର କୋଇଲା ପରିବହନ ପାଇଁ କୋଲ କରିଡର କରିବାର ଆବଶ୍ୟକତା ରହିଥିବା କହିଛନ୍ତି ଅସିତ ତ୍ରିପାଠୀ । ଏହା ବ୍ୟତୀତ ନାଲକୋରେ ହେବାକୁ ଥିବା 236 ଏକର ଆଲୁମିନିୟମ ପାର୍କର ସମ୍ପ୍ରସାରଣ କରାଯାଇ 500 ଏକରକୁ ବୃଦ୍ଧି କରାଯିବା ସହ ଆଉ ଦୁଇଟି ନୂତନ MSME ପାର୍କ କରାଯିବାକୁ ଯୋଜନା କରାଯାଇଛି ।

ଅନ୍ୟପଟେ କିଭଳି ପାୱାର ପ୍ଲାଣ୍ଟମାନଙ୍କର ପାଉଁଶ ପରିଚାଳନା ଠିକରେ ହେବ, ସେଥିପାଇଁ ଅବ୍ୟବର୍ହୃତ କୋଇଲା ଖଣି ଯୋଗାଇ ଦିଆଯିବ । ଆଉ ଏଥିପାଇଁ ଅନୁଗୋଳ ଜିଲ୍ଲାପାଳଙ୍କୁ ଦିଆଯାଇଛି ଦାୟିତ୍ବ । ତେବେ ଏହି 'ଇଣ୍ଡଷ୍ଟ୍ରି କେୟାର' ସମୀକ୍ଷାରେ ଇଣ୍ଡଷ୍ଟ୍ରି ସଚିବ ହେମନ୍ତ ଶର୍ମା , MD IPICOL ଡକ୍ଟର ନିତିନ ବି ଜାୱଲେ ଓ ଉଭୟ ଜିଲ୍ଲାର ଜିଲ୍ଲାପାଳ ଏବଂ ଶିଳ୍ପୀ ସଂସ୍ଥା ଅଧିକାରୀମାନେ ଉପସ୍ଥିତ ଥିଲେ। ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.