ETV Bharat / state

ଆଜି ଭାରତ ବନ୍ଦ: ସମସ୍ତ ଜିଲ୍ଲାରେ ଶ୍ରମିକ ଧର୍ମଘଟର ପ୍ରଭାବ

author img

By

Published : Nov 26, 2020, 11:30 AM IST

Updated : Nov 26, 2020, 7:13 PM IST

india strike effect on angul
ଶିଳ୍ପ ଜିଲ୍ଲାରେ ଶ୍ରମିକ ଧର୍ମଘଟର ପ୍ରଭାବ

19:11 November 26

ବୋଲଗଡରେ ଭାରତ ବନ୍ଦର ପ୍ରଭାବ

ବୋଲଗଡରେ ଭାରତ ବନ୍ଦର ପ୍ରଭାବ

ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବୋଲଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ କରାଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

18:54 November 26

ଭାରତ ବନ୍ଦ, ବ୍ୟାଙ୍କ କର୍ମଚାରୀଙ୍କ ପ୍ରଦର୍ଶନ

ଭାରତ ବନ୍ଦ, ବ୍ୟାଙ୍କ କର୍ମଚାରୀଙ୍କ ପ୍ରଦର୍ଶନ

ଭୁବନେଶ୍ବର: ଆଜି ଦେଶବ୍ୟାପୀ ଭାରତ ବନ୍ଦ ଥିବାବେଳେ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିଛି । ତେବେ ଭୁବନେଶ୍ବର ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ବନ୍ଦ ରହିବା ସହ ଏହାର କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଦାବି ନେଇ ଏମାନେ ବ୍ୟାଙ୍କ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

18:42 November 26

ନୂଆପଡାରେ ଭାରତ ବନ୍ଦ ପ୍ରଭାବ

ନୂଆପଡାରେ ଭାରତ ବନ୍ଦ ପ୍ରଭାବ

ନୂଆପଡା: ଭାରତ ବନ୍ଦର ପ୍ରଭାବ ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ଖଡିଆଳଠାରେ 353 ଜାତୀୟ ରାଜପଥ ମିଶନ ରୋଡ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ମୋଟର ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସେହିପରି ଖଡ଼ିଆଳ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନକାରୀମାନେ ରାଲି କରିବା ସହ ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଛନ୍ତି ।  

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

18:28 November 26

ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ବର: ଭାରତ ବନ୍ଦକୁ ନେଇ ଦେଶବ୍ୟାପୀ ଟ୍ରେଡ ୟୁନିୟନ ଧର୍ମଘଟ କରିଥିବାବେଳେ ଭୁବନେଶ୍ବରରେ ମଧ୍ୟ ଏହା ଦେଖିବାକୁ ମିଳିଛି । ମିଳିତ ଭାବେ ସମସ୍ତ ଟ୍ରେଡ୍‌ ୟୁନିୟନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଯାଏ ଶୋଭାଯାତ୍ରାରେ ଯାଇଛନ୍ତି । ଏହାସହ ପିକେଟିଂ କରି ବନ୍ଦକୁ ସଫଳ କରିଛନ୍ତି ।  

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

17:33 November 26

ଭାରତ ବନ୍ଦ, ଜଗତସିଂହପୁରରେ ଆଶିଂକ ପ୍ରଭାବ

ଭାରତ ବନ୍ଦ, ଜଗତସିଂହପୁରରେ ଆଶିଂକ ପ୍ରଭାବ

ଜଗତସିଂହପୁର: ସାରାଦେଶରେ ଆଜି ଭାରତ ବନ୍ଦ ଚାଲିଥିବାବେଳେ ଜଗତସିଂହପୁରରେ ଏହାର ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି ।ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଏହାସହ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯିବା ସମୟରେ ପୋଲିସ ଏମାନଙ୍କୁ ଅଟକାଇଛନ୍ତି । ଏପଟେ ଦୋକାନ ବଜାର ଖୋଲା ରହିଥିବାବେଳେ ସରକାରୀ ଓ ବେସରକାରୀ ସଂସ୍ଥା ବି ଖୋଲିଥିବା ଦେଖାଯାଇଛି ।  

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

17:14 November 26

ନୟାଗଡରେ ଭାରତ ବନ୍ଦର ପ୍ରଭାବ

ନୟାଗଡରେ ଭାରତ ବନ୍ଦର ପ୍ରଭାବ

ନୟାଗଡ : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୁଦ୍ଧରେ ସାରା ଦେଶରେ ଆଜି ବନ୍ଦ ପାଳନ ହେଉଥିବାବେଳେ ନୟାଗଡ ଜିଲ୍ଲାରେ ମଧ୍ୟ ବନ୍ଦ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ନୟାଗଡ ଜିଲ୍ଲାର ବହୁ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ହେବା ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । କେନ୍ଦ୍ରସରକାରଙ୍କ କୃଷକ ମାରଣା ନୀତିକୁ ଟ୍ରେଡ ୟୁନିୟନ ସଂଘ ବିରୋଧ କରି ରଣପୁରର ପଞ୍ଚୁଦୋଳ ପଡିଆଠୁ ଏକ ରାଲି କରି ତହସିଲ ଅଫିସ ପର୍ଯ୍ୟନ୍ତ ଯାଇଥିଲା । ସେହିଭଳି ରାଜସୁନାଖଳା ଠାରେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ବନ୍ଦ କରାଯାଇଥିଲା । ନୟାଗଡର 8ଟି ବ୍ଲକରେ ବନ୍ଦକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି l  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

17:03 November 26

ଢେଙ୍କାନାଳରେ ଭାରତ ବନ୍ଦର ପ୍ରଭାବ, ଘଣ୍ଟାଏ ରାଜପଥ ବନ୍ଦ

ଢେଙ୍କାନାଳ: ଭାରତ ବନ୍ଦର ପ୍ରଭାବ ଚାରିଆଡେ ପଡିଥିବାବେଳେ ଢେଙ୍କାନାଳରେ ମଧ୍ୟ ଏହାର ପ୍ରଭାବ କିଛି ମାତ୍ରାରେ ପଡିଛି । ଶ୍ରମିକ ସଂଗଠନ ଗୁଡିକ 55 ନମ୍ବର ଜାତୀୟ ରାଜପଥକୁ ଢେଙ୍କାନାଳ କଲେଜ ବାଇପାସ ଠାରେ ଅବରୋଧ କରିଛନ୍ତି । ଫଳରେ ପ୍ରାୟ ଏକ ଘଣ୍ଟା ଧରି ରାଜପଥରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ସହରର ବାଜିଚୌକ ଠାରେ ମଧ୍ୟ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

16:46 November 26

ଭଦ୍ରକରେ ଭାରତ ବନ୍ଦ ପ୍ରଭାବ, ସମସ୍ତ ଅଫିସ ବନ୍ଦ

ଭଦ୍ରକ: ଭାରତ ବନ୍ଦର ପ୍ରଭାବ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି l ଏହି ଧର୍ମଘଟ ଯୋଗୁଁ ଜାତୀୟ ରାଜପଥରେ ମଧ୍ୟ ଶହ ଶହ ଗାଡି ଅଟକି ରହିଛି । କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ, ସବୁକିଛି ବନ୍ଦ ରଖାଯାଇଥିବା ଦେଖିବାକୁ ମିଳିଛି l ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଏହି ଧର୍ମଘଟରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ନାରାବାଜି ଦେଇଥିଲେ l ଧର୍ମଘଟକୁ ସଫଳ କରିବା ପାଇଁ ସହରରେ ବିଭିନ୍ନ ସ୍ଥାନରେ ଟ୍ରେଡ୍‌ ୟୁନିଅନର କର୍ମକର୍ତ୍ତାମାନେ ପିକେଟିଂ କରି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ବିଭିନ୍ନ ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

15:51 November 26

କଳାହାଣ୍ଡିରେ ଅନୁଭୂତ ହୋଇଛି ଭାରତ ବନ୍ଦ ପ୍ରଭାବ

ଭବାନୀପାଟଣା: କଳାହାଣ୍ଡିରେ ଅନୁଭୂତ ହୋଇଛି ଭାରତ ବନ୍ଦ ପ୍ରଭାବ । କେନ୍ଦ୍ର ସରକାରଙ୍କ ଶ୍ରମି ଆଇନ ଓ ଏକ ଛାତ୍ରାବାଦ ଶାସନ ବିରୋଧରେ ଆଜି 10 କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ସମର୍ଥନ କରି କଳାହାଣ୍ଡିରେ ବିଭିନ୍ନ ସଂଗଠନ ପକ୍ଷରୁ ଅନେକ ସ୍ଥାନରେ ରାସ୍ତା ଅବରୋଧ କରାଯିବା ସହ ପିକେଟିଂ କରାଯାଉଛି । ଫଳରେ ଜିଲ୍ଲାରେ ଅଖଚକ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି ।  

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

15:33 November 26

ଭାରତ ବନ୍ଦ; ବୌଦ୍ଧରେ ଅଖଚକ ଠପ୍‌

ଭାରତ ବନ୍ଦ; ବୌଦ୍ଧରେ ଅଖଚକ ଠପ୍‌

ବୌଦ୍ଧ: କେନ୍ଦ୍ରର କୃଷି ନୀତି ଓ ଶ୍ରମିକ ଆଇନ ବିରୁଦ୍ଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଆସିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜିଲ୍ଲାର ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଗାଡି ମୋଟର, ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ସେପଟେ ଆଜି ଡାକ କର୍ମଚାରୀମାନେ ମଧ୍ୟ ବିଭିନ୍ନ ଦାବି ନେଇ ଡାକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଆଜି ସମ୍ବିଧାନ ଦିବସ ଥିବାରୁ ଆଜିର କୋର୍ଟ ବନ୍ଦକୁ ନେଇ ଜିଲ୍ଲା ଜର୍ଜ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

15:23 November 26

ମୟୂରଭଞ୍ଜ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସାରା ଭାରତରେ ଦେଶବ୍ୟାପୀ ଧର୍ମଘଟ ଚାଲିଥିବାବେଳେ ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ପରିବର୍ତ୍ତନ, ସରକାରୀ ଶିଳ୍ପୀ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର, ଦରଦାମ ବୃଦ୍ଧି ଆଦି 16 ଦଫା ଦାବିରେ ଏହି ଆନ୍ଦୋଳନ ଚାଲିଛି । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ସରକାରୀ ଅଫିସ, କୋର୍ଟ, କଚେରୀ, ପେଟ୍ରୋଲ ପମ୍ପକୁ ବନ୍ଦ କରିଛନ୍ତି । ବିଭିନ୍ନ ଟ୍ରେଡ ୟୁନିୟନ ସହ ସହବନ୍ଧିତ ଶ୍ରମିକ ସଂସ୍ଥାଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ଓ ନାରାବାଜି ଜାରି ରହିଛି । ବିଭିନ୍ନ ଟ୍ରେଡ ୟୁନିୟନ ସଂଗଠନର କର୍ମକର୍ତ୍ତାମାନେ ଘରୋଇ ଉଦ୍ୟୋଗ, ବ୍ୟାଙ୍କ ସମେତ ଗାଡି ମୋଟର ଚଳାଚଳ ବନ୍ଦ ରହିଛି ।  

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ 

15:05 November 26

ରାୟଗଡାରେ ରାସ୍ତାକୁ ଓହ୍ଲାଇଲେ 9ଟି ସଙ୍ଗଠନ

ରାୟଗଡାରେ ରାସ୍ତାକୁ ଓହ୍ଲାଇଲେ 9ଟି ସଙ୍ଗଠନ

ରାୟଗଡା: ବିଭିନ୍ନ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଭାରତ ବନ୍ଦର ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାୟଗଡା ଜିଲ୍ଲାରେ ମଧ୍ୟ ପଡିଛି । ଆଜି ଜିଲ୍ଲାରେ କାର୍ଯ୍ୟରତ 9ଟି ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତୀକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇଛନ୍ତି । ଶ୍ରମିକ ସଂଗଠନର ଶତାଧିକ କର୍ମୀ ଆଜି ସହରର କପିଳାସ ଛକରେ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଭାରିଯାନ ଅଟକ ରହିଛି । ସେହିପରି ରାୟଗଡ଼ା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଫଳରେ ସାଧାରଣ ଜନ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ବ୍ୟବସାଇକ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ଶ୍ରମିକ ସଂଗଠନର କର୍ମୀ ମାନେ ପିକେଟିଂ କରି ଭାରତବନ୍ଦ ଡାକରାରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

14:52 November 26

ଭାରତ ବନ୍ଦରେ ଆଜି ବଲାଙ୍ଗୀର ମଧ୍ୟ ବନ୍ଦ ରହିଛି

ବଲାଙ୍ଗୀର: ବିଭିନ୍ନ ଶ୍ରମିକ ଅନୁଷ୍ଠାନ ଓ ସଂଗଠନ ଦ୍ବାରା ଦିଆ ଯାଇଥିବା ଭାରତ ବନ୍ଦରେ ଆଜି ବଲାଙ୍ଗୀର ମଧ୍ୟ ବନ୍ଦ ରହିଛି । ଏଠି ମଧ୍ୟ ବିଭିନ୍ନ ଶ୍ରମିକ ଅନୁଷ୍ଠାନ ଏ ଆଇ ଟ୍ୟୁସି, ସିଟୁ, ଏଚ ଏମ, ଏ ନ ଟିୟୁସି ଭଳି ସଂଗଠନ ମାନେ ଏହି ବନ୍ଦ ରେ ସାମିଲ ହୋଇଛନ୍ତି । ଏଠି ବସ ଟ୍ରକ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେହିପରି ଜିଲ୍ଲାର ସବୁ କେନ୍ଦ୍ରୀୟ ଅନୁଷ୍ଠାନ ମଧ୍ୟ ଏଥିରେ ବନ୍ଦ ରହିଛି । ଏଥିରେ ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କାର୍ଯ୍ୟାଳୟ ମଧ୍ୟ ଏଥିରେ ବନ୍ଦ ରହିଛି । ସେପଟେ ବିଭିନ୍ନ ସଂଗଠନ ମାନେ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସମାନ ଭାବରେ ଅନ୍ୟାନ୍ୟ ସଂଗଠନ ମାନେ ମଧ୍ୟ ପୋଷ୍ଟ ଅଫିସ ଓ ବେଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି ।  ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତି ତଥା କୃଷକ ମାରଣ ନୀତିକୁ ଏମାନେ ତୀବ୍ର ବରୋଧ କରିବା ସହ ଆଗକୁ ଏଥିପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ 

14:52 November 26

ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହାତ

ଖୋର୍ଦ୍ଧା : କେନ୍ଦ୍ର ସରକାରଙ୍କ ଜନ ବିରୋଧି ଓ ଶ୍ରମିକ ବିରୋଧୀ ନିତି ବିରୁଦ୍ଧରେ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡକରା । ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ । ଖୋର୍ଦ୍ଧା ସହରରେ ଦୋକାନ ବଜାର ବନ୍ଦ। ବିଭିନ୍ନ ଅଫିସ ଏବଂ ବ୍ୟାଙ୍କ ସମ୍ମୁଖରେ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବନ୍ଦକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

14:46 November 26

ଭାରତ ବନ୍ଦକୁ ବରଗଡ କଂଗ୍ରେସର ସମର୍ଥନ

ବରଗଡ: ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ ହୋଇ ସର୍ବଭାରତ ବନ୍ଦ ଡାକରା ଦେଇଛନ୍ତି 10 ଟି ଟ୍ରେଡ ୟୁନିୟନ ସଂସ୍ଥା । ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଆନ୍ଦୋଳନକୁ ଜିଲ୍ଳା କଂଗ୍ରେସ ମଧ୍ୟ ସମର୍ଥନ କରି ଆନ୍ଦୋଳନ ରେ ସାମିଲ ହୋଇଛି । ତେବେ ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ବରଗଡ଼ରେ ଭୋରରୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ବରଗଡ଼ର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ଠପ୍ ହୋଇପଡ଼ିଛି । ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଏବଂ ନିପନ ଦାସ ସହିତ ଅନେକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ 

14:30 November 26

ଭାରତ ବନ୍ଦର ପ୍ରଭାବ : ଝାରସୁଗୁଡ଼ାର ସ୍ଥାନରେ ଶ୍ରମିକ ସଂଗଠନର ବିକ୍ଷୋଭ

ଭାରତ ବନ୍ଦର ପ୍ରଭାବ : ଝାରସୁଗୁଡ଼ାର ସ୍ଥାନରେ ଶ୍ରମିକ ସଂଗଠନର ଧାରଣା, ବିକ୍ଷୋଭ

ଝାରସୁଗୁଡ଼ା: କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି 10 କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦର ପ୍ରଭାବ ଝାରସୁଗୁଡ଼ାରେ ମଧ୍ୟ ଅନୁଭୂତ ହୋଇଛି । ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି । ସହରର ପ୍ରମୁଖ ଛକ ସମେତ ରେଳଷ୍ଟେସନ, ବସଷ୍ଟାଣ୍ଡ ସହିତ ୫ଟି ବ୍ଲକର ବିଭିନ୍ନ ସ୍ଥାନରେ ପିକେଟିଂ କରଯାଇଥିଲା । ଏଥିପାଇଁ ପୋଲିସ ପକ୍ଷରୁ ବିଶେଷ ବନ୍ଦୋବସ୍ତ କରାଯାଇ ଫୋର୍ସ ମୁତୟନ ହୋଇଛନ୍ତି । ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିପରି ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ଶ୍ରମିକ ସଂଗଠନ ନଭେମ୍ବର ୨୬ ଓ ୨୭ରେ ସମର୍ଥନ କରିଛନ୍ତି ।  

14:29 November 26

କେନ୍ଦ୍ର ସରକାରଙ୍କ ନୂତନ ଚାଷ ନୀତିକୁ ବିରୋଧ କରି କୋରାପୁଟରେ ରାସ୍ତାରୋକ

କୋରାପୁଟ: କେନ୍ଦ୍ର ସରକାରଙ୍କ ନୂତନ ଚାଷ ନୀତିକୁ ବିରୋଧ କରି ଦେଶ ତମାମ ଆନ୍ଦୋଳନ ଚାଲିଥିବା ବେଳେ କୋରାପୁଟରେ ସିପିଆଇ ଏମଏଲ (ରେଡ଼ଷ୍ଟାର) ଓ କଂଗ୍ରେସ ସମର୍ଥିତ ଆଇଏନଟିୟୁସି ତରଫରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତାରୋକ କରାଯାଇଛି । ଜିଲ୍ଳା ସଦର ମହକୁମାର ଟ୍ରାଫିକ ଛକରେ ଗାଡି ମଟରକୁ ଆଇଏନଟିୟୁସି ଦ୍ବାରା ସମ୍ପୂର୍ଣ୍ଣ ରୂପେ ଅଟକାଇ ଦିଆଯାଇଥିବା ବେଳେ କଳାନିକେତାନ ଛକରେ ସିପିଆଇ ଏମଏଲ (ରେଡ଼ଷ୍ଟାର)ର କର୍ମୀ ମାନେ ସ୍ଲୋଗାନ ଦେଇ ଏହି ନୀତିକୁ ବରୋଧ କରିଛନ୍ତି । ତେବେ ଜିଲ୍ଳାରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ଯଥାରୀତି ଚାଲୁଥିବା ଦେଖାଯାଇଛି ।

14:28 November 26

କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ମାଲକାନଗିରିରେ ବନ୍ଦ ଡାକରା

ମାଲକାନଗିରି: କେନ୍ଦ୍ର ସରକାରଙ୍କ ନୂତନ ଚାଷ ନୀତିକୁ ବିରୋଧ କରି ଦେଶବ୍ୟାପୀ ହରତାଲ ଚାଲିଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । କୃଷକ ଓ କୃଷି ବଞ୍ଚାଅ ଆହ୍ୱାନରେ ଏଆଇକେଏସସିସି ତରଫରୁ ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ଠପ କରିଦିଆଯାଇଛି । ଦୋକାନ ବଜ଼ାର ବନ୍ଦ ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ କୃଷି କ୍ଷେତ୍ରରୁ କର୍ପୋରେଟ ହଟାଇବା, କୃଷକ ସର୍ବନାସକାରୀ କୃଷି ଆଇନ ୨୦୨୦ ରଦ୍ଧ କରିବା, କୃଷକକୁ ଜମିର ଅଧିକାର ଦେବା, କଣ୍ଟ୍ରାକ୍ଟ ଫର୍ମିଂ ବନ୍ଦ କରିବା ଏବଂ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ଆଦି ଦାବି କରାଯାଇଛି । ଏପଟେ ଯାନବାହନ ଚଳାଚଳ ବନ୍ଦ ଥିବା ଯୋଗୁଁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

14:27 November 26

ବାଲେଶ୍ଵରରେ ବନ୍ଦ ପାଳନ ସଫଳ କଲେ ବିଭିନ୍ନ ଶ୍ରମିକ ସଂଗଠନ

ବାଲେଶ୍ଵର: କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ବାନ କ୍ରମେ ବାଲେଶ୍ଵରର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି । ଏନେଇ ବାଲେଶ୍ଵରର ସରକାରୀ ଅଫିସ, କୋର୍ଟ ଓ ଦୋକାନ ବଜାର ବନ୍ଦ ରହିଛି । ତେବେ କେନ୍ଦ୍ର ସରକାରଏହି ନୂତନ ଶ୍ରମିକ ଆଇନ, କମ୍ପାନୀମାଲିକଙ୍କୁ ସୁହାଇଲା ଭଳି ନିୟମ ପ୍ରଣୟନ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସକାଳେ ଟ୍ରେନ ଅଟକାଇବା ସହ, କୋର୍ଟ ଭିତରକୁ ଜଜଙ୍କୁ ମଧ୍ୟ ଛଡା ଯାଇ ନଥିଲା ।  

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

13:41 November 26

୨୭ ଦଫା ଦାବିରେ ଯାଜପୁର ବିଭିନ୍ନ ସ୍ଥାନରେ ଧର୍ମଘଟ

ଯାଜପୁର: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଅ।ଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାର ୧୦ ବ୍ଲକ ଦୁଇଟି ପୌରପରିଷଦରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଏଥିରେ ଆଇଏନଟିୟୁସି ,ଏଆଇଟିୟୁସି,ସିଆଇଟିଇଉ ପ୍ରଭୁତି ୧୦ଟି ସର୍ଵଭାରତୀୟ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ସଂଶୋଧିତ ବିଲ ପ୍ରତ୍ୟାହାର ,ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ବିଭାଗ ଘରୋଇକରଣ ବନ୍ଦକରିବା, ବେକାରୀ ଯୁବକ,ଯୁବତୀଙ୍କ ପ୍ରତି ଅଣଦେଖା କରିବା ତଥା ନିତ୍ୟାବଶ୍ୟକୀୟ ଜିନିଷ ଉପରୁ କଟକଣା ଉଠାଇବା, ୪୪ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ୪ଗୋଟି କୋଡ଼ରେ ପରିଣତ କରି ବଡ଼ ବଡ଼ ଶିଳ୍ପପତିଙ୍କ ହାତକୁ ଟେକିଦେବା ଏପରି ୨୭ ଦଫା ଦାବିରେ ଆଜି ରାଷ୍ଟ୍ରବ୍ୟାପୀ ହରତାଲ କରାଯାଇଛି । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଶ୍ରମିକ ,କର୍ମଚାରୀ ଅଂଶ ଗ୍ରହଣ କରିଛନ୍ତି । ଏହାର ପ୍ରଭାବ ସମଗ୍ର ଜିଲ୍ଲାରେ ଦୋକାନ ବଜାର, ରାସ୍ତାଘାଟ, କାର୍ଯ୍ୟଳୟ ଆଦି ବନ୍ଦ ଥିବା ଦେଖିବାକୁ ମିଳିଛି । ତେବେ ଯାଜପୁର ଜିଲ୍ଲାରେ କିଭଳି ଅଛି ସ୍ଥିତ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

13:39 November 26

ଦେଶବ୍ୟାପୀ ହରତାଳକୁ ନେଇ ଭଞ୍ଜନଗରରେ ଟ୍ରେଡ଼ ୟୁନିୟନ ସମୁହଙ୍କ ଧର୍ମଘଟ

ଭଞ୍ଜନଗର: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଅ।ଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦରେ ୨୫ କୋଟି ଶ୍ରମିକ ସାମିଲ ହେବେ ବୋଲି ଟ୍ରେଡ ୟୁନିଅନ ପକ୍ଷରୁ କୁହାଯାଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ଗଂଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ପଡିଛି । ଜିଲ୍ଲାର ଅ।ସିକା, ଭଂଜନଗର, କବିସୂର୍ଯ୍ୟନଗର, ପୋଲସରା ସମେତ ସମସ୍ତ ଅଞ୍ଚଳରେ ଅ।ଜି ସକାଳୁ ସକାଳୁ ଟ୍ରେଡ ୟୁନିୟନର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଛନ୍ତି । ନୂଆ କରି ପ୍ରଣୟନ କରିଥିବା ଶ୍ରମ ଓ କୃଷକ ଆଇନକୁ ବିରୋଧ କରି ଟ୍ରେଡ ୟୁନିୟନଗୁଡ଼ିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।  

ଭଞ୍ଜନଗରରୁ ରଞ୍ଜନ ସ୍ବାଇଂ, ଇଟିଭି ଭାରତ

13:10 November 26

କଟକରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଦେଶବ୍ୟାପୀ ହରତାଲରେ କଟକରେ ପଡିଛି ଏହାର ଆଂଶିକ ପ୍ରଭାବ

କଟକ: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଡ଼କାଯାଇଥିବା ଭାରତ ବନ୍ଦ ଆନ୍ଦୋଳନର ଆଂଶିକ ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣା ନୀତିକୁ ବିରୋଧ କରି ଟ୍ରେଡ଼ ୟୁନିୟନ ମାନଙ୍କ ଦ୍ବାରା ଏହି ସର୍ବଭାରତୀୟ ଧର୍ମଘଟ କରାଯାଉଛି । କିନ୍ତୁ କଟକରେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ଯେଉଁଠାରେ ବି ଆନ୍ଦୋଳନ କି ରାଲି ହେଲେ ସିଧାସଳଖ ଗିରଫ କରି ଗାଡ଼ିରେ ଥାନା ନେଉଛି କମିଶନରେଟ ପୋଲିସ । ତେବେ କେନ୍ଦ୍ର ସରକାରଙ୍କ ଏହି ଦୋମୁହାଁ ନୀତି ପାଇଁ ଆଜି ସାରା ଭାରତ ବର୍ଷରେ ଆନ୍ଦୋଳନର ମୁଣ୍ଡ ଟେକିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ।  

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

12:47 November 26

ଦେଶବ୍ୟାପୀ ଧର୍ମଘଟକୁ ନେଇ ସମ୍ବଲପୁରେ ଟ୍ରେଡ଼ ୟୁନିୟନ ସମୁହଙ୍କ ଧର୍ମଘଟ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ଼ ୟୁନିୟନ ମାନଙ୍କ ଦ୍ବାରା କରାଯାଉଥିବା ସର୍ବଭାରତୀୟ ଧର୍ମଘଟର ପ୍ରଭାବ ଆଜି ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଧନୁପାଲି ଛକ ଓ ଆଇଁଠା ପାଲି ଛକରେ ରାସ୍ତା ଅବରୋଧ କରାଯାଇଛି । ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ,ବଜାର,ବ୍ୟାଙ୍କ, ବୀମା ଅଫିସ, ଗାଡି ମୋଟର ବନ୍ଦ ରହିଛି । ଆଜିର ଏହି ଧର୍ମଘଟରେ 300 ଚାଷୀ ସଂଗଠନ,10 ଟି ଜାତୀୟ ଟ୍ରେଡ଼ ୟୁନିୟନ,100 ରୁ ଅଧିକ ଫେଡରେସନର 25 କୋଟି ସଦସ୍ୟ ଜାତୀୟ ସ୍ତରରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତି କୃଷକ ,ଶ୍ରମିକ ଓ ସାଧାରଣ ଜନତାର ହିତର ନୁହେଁ ବୋଲି ଏଥିରେ କୁହାଯାଇଛି । ଏହା ସହ ବିଭିନ୍ନ ଲାଭ ଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣକୁ ମଧ୍ୟ ଟ୍ରେଡ଼ ୟୁନିୟନ ଗୁଡ଼ିକ ପକ୍ଷରୁ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କୁ 7 ବର୍ଷ ହେଲା 21 ଟି ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ଏହା କେନ୍ଦ୍ର ସରକାର ମାନି ନଥିବାରୁ ଏହି ଧର୍ମଘଟ କରାଯାଇଛି ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

12:30 November 26

ଦେଶବ୍ୟାପୀ ହରତାଲରେ ସୁବର୍ଣ୍ଣପୁରରେ ସାମୟିକ ପ୍ରଭାବ

ସୁବର୍ଣ୍ଣପୁର: ଭାରତର ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାର ପ୍ରଭାବ ସୁବର୍ଣ୍ଣପୁରରେ ବି ଦେଖିବାକୁ ମିଳିଛି । ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ଏହି ବନ୍ଦକୁ ସମର୍ଥନ କରିଥିବା ବେଳେ ଜିଲ୍ଲାର 5 ଟି ରାଜ୍ୟ ଆଞ୍ଚଳିକ ଓ କେନ୍ଦ୍ର ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଏହି ବନ୍ଦରେ ସାମିଲ ହୋଇଛନ୍ତି । ବନ୍ଦ ଯୋଗୁଁ ସୁବର୍ଣ୍ଣପୁରରେ ଗାଡିମଟର ଚଳାଚଳ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ସହରର ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ କର୍ମକତ୍ତାମାନେ ପିକେଟିଂ କରି ବନ୍ଦ କରିଛନ୍ତି । ମହାନଦୀ ବ୍ଲକ ଛକ ଓ କୁଞ୍ଚ ଛକ ଆଦି ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଫଳରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ଗାଡିମଟର ଚଳାଚଳ ବନ୍ଦ ରହିଛି । ଜିଲ୍ଲା ନଗର କଂଗ୍ରେସ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି  ।  

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

12:18 November 26

ଦେଶବ୍ୟାପୀ ହରତାଲରେ କେନ୍ଦୁଝରରେ ସାମୟିକ ପ୍ରଭାବ

କେନ୍ଦୁଝର:  ଆଜି ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଦେଶବ୍ୟାପୀ ହରତାଲ ଡାକରା ଦିଆଯାଇଥିବା ବେଳେ ଏହାର ସାମୟିକ ପ୍ରଭାବ କେନ୍ଦୁଝରରେ ଦେଖିବାକୁ ମିଳିଛି । ବିଜେପି ପରିଚାଳିତ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ଏହି ଶ୍ରମିକ ସଂଗଠନ । ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର, ନୂତନ କୃଷି ଆଇନ ଉଛେଦ, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ, ନୂତନ ଶିକ୍ଷାନୀତି ପ୍ରତ୍ୟାହାର ଆଦି ଦାବି ନେଇ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଏହି ଦେଶ ବ୍ୟାପି ହରତାଲ ଡ଼ାକରା ଦିଆଯାଇଛି । ଜିଲ୍ଲାର ବିଭିନ୍ନ ଛକ ଗୁଡିକରେ ଶ୍ରମିକ ସଂଗଠନର କର୍ମୀମାନେ ପ୍ଲାକ କାର୍ଡ ଧରି ଗାଡି ଚଳାଚଳକୁ ବନ୍ଦ କରିଛନ୍ତି ।  

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

12:06 November 26

ଦେଶବ୍ୟାପୀ ଧର୍ମଘଟକୁ ନେଇ କେନ୍ଦ୍ରାପଡ଼ା ମିଳିତ ଶ୍ରମିକ ସଙ୍ଗଠନର ବିରୋଧ ପ୍ରଦର୍ଶନ

କେନ୍ଦ୍ରାପଡ଼ା: ବିଭିନ୍ନ ପ୍ରକାର ଶ୍ରମିକ ଓ କୃଷକ ମାରଣା ନୀତିକୁ ବିରୋଧ କରି ଆଜି ମିଳିତ ଶ୍ରମିକ ଶ୍ରେଣୀର ଆହ୍ବାନକ୍ରମେ ଦେଶବ୍ୟାପୀ ହରତାଳ ପ୍ରଦର୍ଶନ କରାଯାଇଥିବା ବେଳେ  କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକ ୯ନଂ ରାଜ୍ୟ ରାଜପଥକୁ ମିଳିତ ଶ୍ରମିକ ଶ୍ରେଣୀର ହରତାଳ ଅବରୋଧ କରିଛି । ଏହି ହରତାଳ ଯୋଗୁଁ ସମସ୍ତ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ,ଗାଡିମୋଟର ଆଦିକୁ ବନ୍ଦ କରାଯାଉଥିବା ବେଳେ ଜରୁରୀକାଳୀନ ସେବାକୁ ସମ୍ମାନ ଜଣାଇ ଆମ୍ବୁଲାନ୍ସ,ମେଡ଼ିସିନ ଦୋକାନ ଆଦିକୁ ବନ୍ଦରୁ ବାଦ ଦିଆଯାଇଛି । ୨୭ଦଫା ଦାବି ନେଇ INTUC,AITUC,HMS,CITU,AIUTUC, AICCTU, ବ୍ୟାଙ୍କ,ବୀମା,ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ସଙ୍ଗଠନ ଓ ସ୍ବାଧୀନ ଫେଡରେସନ ସମୂହ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏଥିସହ ରାଜନୈତିକ ଦଳ କଂଗ୍ରେସ ଓ ସିପିଆଇ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।  

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

11:54 November 26

ଦେଶବ୍ୟାପୀ ଧର୍ମଘଟକୁ ନେଇ ବ୍ରହ୍ମପୁରରେ ଟ୍ରେଡ୍ ୟୁନିଅନର ପ୍ରତିବାଦ

ବ୍ରହ୍ମପୁର: ଦେଶବ୍ୟାପୀ ଧର୍ମଘଟକୁ ନେଇ ବ୍ରହ୍ମପୁରରେ ଟ୍ରେଡ୍ ୟୁନିଅନର ପ୍ରତିବାଦ । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆହ୍ବାନରେ ସହରର ବିଭିନ୍ନ ସ୍ଥାନରେ ହରତାଳ କରାଯାଇଛି । ସ୍ଥାନୀୟ ରେଳଷ୍ଟେସନ ସମୁଖରେ ପ୍ରତିବାଦ ପରେ ମୁଖ୍ୟ ଡାକଘର ସମୁଖରେ ସମସ୍ତ ଟ୍ରେଡ୍ ୟୁନିଅନର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସରକାରଙ୍କ କୃଷି ,ଶ୍ରମିକ ,ଶିକ୍ଷା ଓ ଦରବୃଦ୍ଧିକୁ ପ୍ରତିବାଦ କରାଯାଇଥିଲା । ଏହି ଅବସରରେ ଟ୍ରେଡ୍ ୟୁନିଅନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା  ସମୀର ଆଚାର୍ଯ୍ୟ ।  

10:37 November 26

କାରଖାନା ଆଗରେ ଶ୍ରମିକ ସଂଗଠନ ପ୍ରତିବାଦ

ଅନୁଗୋଳ: ସାରା ଭାରତରେ ଦେଶବ୍ୟାପୀ ଧର୍ମଘଟ ଚାଲିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଶିଳ୍ପ ଜିଲ୍ଲା ଅନୁଗୋଳରେ । ଅନୁଗୋଳର ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ ଶିଳ୍ପସଂସ୍ଥା ଆଗରେ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଧର୍ମଘଟ କରାଯାଇଛି । ବିଭିନ୍ନ ଟ୍ରେଡ଼ ୟୁନିୟନ ସହ ସହବନ୍ଧିତ ଶ୍ରମିକ ସଂସ୍ଥା ମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ଓ ନାରାବାଜି ଜାରି ରହିଛି । ପ୍ରାୟ ୧୦ ରୁ ଅଧିକ ସଂଗଠନର କର୍ମକର୍ତ୍ତା ନାଲକୋ ସ୍ମେଲ୍ଟର ଓ ସିପିପି କାରଖାନା ଆଗରେ ହର୍ତ୍ତାଲ କରୁଛନ୍ତି । ଫଳରେ କାରଖାନା ଭିତରକୁ କୌଣସି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ପ୍ରବେଶ କରି ପାରୁ ନାହାନ୍ତି । ଏହାଛଡା ଜିଲାର ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ, ଘରୋଇ ଉଦ୍ୟୋଗ, ବ୍ୟାଙ୍କ ସମେତ ଗାଡି ମୋଟର ଚଳା ଚଳ ବନ୍ଦ ରହିଛି । ତେବେ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ପରିବର୍ତ୍ତନ, ସରକାରୀ ଶିଳ୍ପୀ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର, ଦରଦାମ ବୃଦ୍ଧି ଆଦି 16 ଦଫା ଦାବିରେ ଏହି ଆନ୍ଦୋଳନ ଚାଲିଛି । 

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ  

Last Updated : Nov 26, 2020, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.