ETV Bharat / state

ବାଜା ବାଣରେ କମ୍ପିଲା ଅନୁଗୋଳ, ମେଲାଣି ନେଲେ ମା ଗଜଲକ୍ଷ୍ମୀ

author img

By

Published : Oct 24, 2019, 4:42 AM IST

Updated : Oct 24, 2019, 3:12 PM IST

୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭସାଣୀ ଉତ୍ସବ ଓ ମେଲଣ ଯାତ୍ରା । ପାରମ୍ପରିକ ବାଦ୍ୟ ସହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅନ୍ନପୂର୍ଣ୍ଣାଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ଅଧିକ ପଢ଼ନ୍ତୁ...

immersion, maa laxmi, anugul, ମା ଗଜଲକ୍ଷ୍ମୀ, ଲକ୍ଷ୍ମୀ ପୂଜା, ଅନୁଗୋଳ

ଅନୁଗୋଳ: ବାଜା ବାଣରେ କମ୍ପି ଉଠିଥିଲା ସହର । ପାରମ୍ପରିକ ବାଦ୍ୟ ସହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅନ୍ନପୂର୍ଣ୍ଣାଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭସାଣୀ ଉତ୍ସବ ଓ ମେଲଣ ଯାତ୍ରା । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଅନୁଗୋଳ ସହରରେ ।

ମେଲାଣି ନେଲେ ମା ଗଜଲକ୍ଷ୍ମୀ

ଶୋଭାଯାତ୍ରା, ଆତସବାଜି ସହ ରଙ୍ଗୀନ ଆଲୋକ ଆଉ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟ, ବାଦ୍ୟ ମା’ଙ୍କ ଭସାଣି ଉତ୍ସବର ସବୁଠାରୁ ବଡ ଆକର୍ଷଣ । କଳାହାଣ୍ଡିର ପାରମ୍ପରିକ ଲୋକ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ଓ ଭିଲାଇର ବ୍ରାସବ୍ୟାଣ୍ଡ ପ୍ରତ୍ୟକ ଦେଖଣାହାରୀଙ୍କ ମନକୁ ଛୁଇଁଥିଲା । ଯାହାର ତାଳରେ ପ୍ରତ୍ୟକ ପୂଜା ମଣ୍ଡପ ନାଚି ନାଚି ମା’ଙ୍କ ଶୋଭାଯାତ୍ରାକୁ ସହର ପରିକ୍ରମା କରାଇଥିଲେ । ଅପରାହ୍ନ ପ୍ରାୟ ୩ ଟାରୁ ଥାନା ଛକ ଠାରୁ ବାହାରି ଥିଲା ଭସାଣୀ ଶୋଭାଯାତ୍ରା ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମା’ଙ୍କ ଭସାଣି ଉତ୍ସବ । ଥାନା ଛକ ଠାରୁ ବାହାରିଥିବା ଭସାଣି ଶୋଭାଯାତ୍ରା ବାସଷ୍ଟାଣ୍ଡ, ସଞ୍ଜୀବନି ମାର୍କଟେ, ଲକ୍ଷ୍ମୀ ବଜାର ଦେଇ ବଜାର ଛକ ଓ ସେଠାରୁ ସୂଚନା କେନ୍ଦ୍ର ଛକ ଦେଇ ଜାତୀୟ ରାଜପଥକୁ ବାହାରିବା ପରେ ମେଢ଼ ଗୁଡିକ ମେଲଣ ପଡିଆରେ ପହଞ୍ଚିଥିଲା । ରଙ୍ଗୀନ ଆଲୋକ ଓ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ କମ୍ପି ଉଠିଲା ସାରା ଅନୁଗୋଳ । ମେଳନ ପଡିଆରେ ପ୍ରଥମେ ବସଷ୍ଟାଣ୍ଡ ଓ ହୁଲୁରିଶିଙ୍ଘା ମେଢ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତଶବାଜି ପ୍ରତିଯୋଗୀତା । ଯାହା ଥିଲା ଭସାଣୀ ଉତ୍ସବର ସବୁ ଠାରୁ ବଡ଼ ଆକର୍ଷଣ ।

ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ସାରା ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇ ଜଣ ଅତିରିକ୍ତ ଏସପି ନିୟୋଜିତ ହୋଇଥିଲେ । ପ୍ରତିକୂଳ ପାଗ ସତ୍ତ୍ବେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଭସାଣୀ ଉତ୍ସବରେ । ମାଙ୍କୁ ମେଲାଣି ଦେଇ ସମସ୍ତେ ଫେରିଛନ୍ତି ନିଜ ନିଜ ଘରକୁ ଆଉ ଚାହିଁ ବସିଛନ୍ତି ଆସନ୍ତା ବର୍ଷର ଲକ୍ଷ୍ମୀ ପୂଜାକୁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବାଜା ବାଣରେ କମ୍ପି ଉଠିଥିଲା ସହର । ପାରମ୍ପରିକ ବାଦ୍ୟ ଶହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅର୍ଣ୍ଣପୂର୍ଣା ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳ ବାସୀ । ଦୀର୍ଘ ୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭାଷାଣୀ ଉତ୍ସବ ଓ ମେଳନ ଯାତ୍ରା । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡଜମିଥିଲା ଅନୁଗୋଳ ରେ । Body:Vo – 1
ଶେଷ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭାଷାଣୀ ଉତ୍ସବ ଓ ମେଳନ ଶୋଭାଯାତ୍ରା ସହ ଆତସବାଜି । ରଙ୍ଗୀନ ଆଲୋକ ଆଉ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ତା ସାଙ୍ଗକୁ ମାଙ୍କ ଭାଷାଣୀ ମେଢ ସଜା ହୋଇଥିଲା ଏଥର ଭସାଣି ଉତ୍ସବ ର ସବୁଠାରୁ ଆକର୍ଷଣୀୟ । କଳାହାଣ୍ଡି ର ପାରମ୍ପରିକ ଲୋକ ନୃତ୍ୟ ସାଙ୍ଗକୁ , ସମ୍ବଲପୁରୀ ଓ ଭିଲାଇ ର ବ୍ରାସବ୍ୟାଣ୍ଡ ପ୍ରତ୍ୟକ ଦେଖଣା ହାରିଙ୍କ ମନକୁ ଛୁଇଁଥିଲା । ଏହା ସାଙ୍ଗକୁ ଆଧୁନିକ ବ୍ରାସ ବ୍ୟାଣ୍ଡ ସାଉଣ୍ଡ ଭଷାଣୀ ଉତ୍ସବର ଥିଲା ଅନ୍ୟତ୍ତମ ଆକର୍ଷଣ । ଯାହାର ତାଳରେ ପ୍ରତ୍ୟକ କ ପୂଜା ମଣ୍ଡପ ନାଚି ନାଚି ମାଙ୍କୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ । ଅପରାହ୍ନ ପ୍ରାୟ ୩ ଟାରୁ ଥାନା ଛକ ଠାରୁ ବାହାରି ଥିଲା ଭାଷାଣୀ ଶୋଭାଯାତ୍ରା ।
Byte – 1 କିଶୋର କର , ସଭାପତି ଲକ୍ଷ୍ମୀ ବଜାର
Vo – 2
ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଭସାଣି ଉତ୍ସବ । ଥାନା ଛକ ଠାରୁ ବାହାରିଥିବା ଭସାଣି ଶୋଭାଯାତ୍ରା ବାସଷ୍ଟାଣ୍ଡ ,ସଞ୍ଜୀବନିମାର୍କଟେ ,ଲକ୍ଷ୍ମୀ ବଜାର ଦେଇ ବଜାର ଛକ ଓ ସେଠାରୁ ସୂଚନା କେନ୍ଦ୍ର ଛକଦେଇ ଜାତୀୟ ରାଜପଥ କୁ ବାହାରିବା ପରେ ମେଢ ଗୁଡିକ ମେଳଣ ପଡିଆ ରେ ପହଞ୍ଚି ଥିଲା । ରଙ୍ଗୀନ ଆଲୋକ ଓ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟ ରେ କମ୍ପି ଉଠିଲା ସାରା ଅନୁଗୋଳ । ମେଳନ ପଡିଆରେ ପ୍ରଥମେ ବସଷ୍ଟାଣ୍ଡ ଓ ହୁଲୁରିଶିଙ୍ଘା ମେଢ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତଶବାଜି ପ୍ରତିଯୋଗୀତା । ଯାହା ଥିଲା ଭାଷାଣୀଉତ୍ସବର ସବଠାରୁ ଆକର୍ଷଣ ।ଆଇନ ଶ୍ରୁଙ୍ଖଳା ପରିସ୍ଥିତି ପାଇଁ ସହର ସାରା ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇ ଜଣ ଅତିରିକ୍ତ SP ନିୟୋଜିତ ହୋଇଥିଲେ । ପ୍ରତିକୂଳ ପାଗ ସତ୍ବେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଭାଷାଣୀ ଉତ୍ସବ ରେ ।
Byte – 2 କ୍ରୀଷ୍ଣା ପଣ୍ଡା , ଦର୍ଶକ
Byte – 3 ପଞ୍ଚାନନ ଦାସ , ଦର୍ଶକ
Conclusion:ମାଙ୍କୁ ମେଲାଣି ଦେଇ ସମସ୍ତେ ଫେରିଛନ୍ତି ନିଜ ନିଜ ଘରକୁ ଆଉ ଚାହିଁ ବସିଛନ୍ତି ଆସନ୍ତା ବର୍ଷ ର ଲକ୍ଷ୍ମୀ ପୂଜା କୁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Oct 24, 2019, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.