ETV Bharat / state

କଟକଣାକୁ ଫୁ, ବେଆଇନ ମଦ ବିକି ଭାଟି ମାଲିକ ସମେତ 43 ଗିରଫ - anugul news

ଆଇନ ଓ କଟକଣା କୁ ଫୁ କରି ବେଆଇନ ମଦ କାରବାର । ଭାଟି ମାଲିକ ସହ 43 ଗିରଫ । ଅଧିକ ପଢନ୍ତୁ...

illegal wine seized from anugul,
ବେଆଇନ ମଦ ବିକି ଭାଟି ମାଲିକ ସମେତ 43 ଗିରଫ
author img

By

Published : Apr 25, 2020, 12:30 AM IST

Updated : Apr 25, 2020, 10:46 AM IST

ଅନୁଗୋଳ: ଲକଡାଉନ ବେଳେ ଚାଲିଛି ବେଆଇନ ମଦ କାରବାର । ଏକକାଳୀନ ଜଣେ ମଦ ବ୍ୟବସାୟୀ ଠାରୁ ଚାରି ହାଜର ଲିଟରରୁ ଅଧିକ ମଦ ଜବତ କରିଛି ଅନୁଗୋଳ ପୋଲିସ । ଘଟଣାରେ ପୋଲିସ ମୁଖ୍ୟ ମଦ ବ୍ୟବସାୟୀ ବିକ୍ରମ ସାହୁ ସମେତ 43 ଜଣଙ୍କୁ ଗିରଫ କରିଛି ।

କଟକଣାକୁ ଫୁ, ବେଆଇନ ମଦ ବିକି ଭାଟି ମାଲିକ ସମେତ 43 ଗିରଫ

କୋରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଏହାର ସୁଯୋଗ ନେଇ ମଦ କାରବାର ଚାଇଥିଲେ ଏହି ବ୍ୟବସାୟୀ । ଏନେଇ ଅନୁଗୋଳ ପୋଲିସ ଏକ ପ୍ରେସ ଇସ୍ତହାର ଜାରି କରି ସୂଚନା ଦେଇଛି । ପୋଲିସ ସୂଚନା ମୁତାବକ କୋରୋନା କଟକଣାକୁ ଫୁ କରି ଅନୁଗୋଳ ସହର ଉପକଣ୍ଠ କରଡ଼ା ଗାଡିଆ ମଦ ଭାଟିରେ ଚାଲିଥିଲା ଏହି ଚୋରା କାରବାର ।

ପୋଲିସ ଚଢ଼ାଉ କରି ୪୪୪୦ଲିଟର ଦେଶୀ ମଦ, ୬୦୦୦ ଲିଟର ପୋଚ, 18ଟି ମୋଟର ସାଇକଲ ଓ ଗୋଟିଏ ଲେଖାଏଁ ଟେମ୍ପୁ ଓ ଗୋଟିଏ ସୌଖିନ ଗାଡି ଜବତ କରିଛି। ମଦ ଭାଟି ମାଲିକ ବିକ୍ରମ କେଶରୀ ସାହୁ ଓ ତାଙ୍କ ୧୨ ଜଣ କର୍ମଚାରୀ ଏବଂ ୩୦ ଜଣ ବେପାରୀଙ୍କୁ ଗିରଫ କରିଛି । କୋରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଆମ ଦେଶ ଓ ରାଜ୍ୟ ମଧ୍ୟ ଏହି ମହାମରୀରୁ ରକ୍ଷା ପାଇବା ପାଇଁ ସଂଗ୍ରାମ ଜାରି ରଖିଛି। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଲାଗି ପଡିଛନ୍ତି।

କିନ୍ତୁ ସରକାରୀ ନିୟମକୁ ଫୁ କରି ଏହି ମଦ ବେପାରୀ ନିଜର ସ୍ୱାର୍ଥ ପାଇଁ ଚୋରା ମଦ କାରବାର କରିବା ଘଟଣାକୁ ସାରା ଅନୁଗୋଳରେ ନାପସନ୍ଦ କରିଛନ୍ତି। ତେବେ ଏହି ମଦ ବ୍ୟବସାୟୀ ଯେ କେବଳ ଅନୁଗୋଳରେ ନୁହେଁ ବରଂ ସାରା ରାଜ୍ୟରେ ମଦ କାରବାର କରନ୍ତି । ଦେଶୀ ସହ ଅନେକ ବିଦେଶୀ ମଦ ଦୋକାନ ରହିଛି ଏହି ବ୍ୟବସାୟୀଙ୍କ । ତେବେ ଦେଶ ଏହିଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ଏହି ବାବୁ ଜଣକ କିଭଳି ଏଭଳି କାରବାର କରୁଥିଲେ ତାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 25, 2020, 10:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.