ETV Bharat / state

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଳି ପଡିଲେ ଶତାଧିକ ଗଛ - ବେଆଇନ ଗଛ କଟା

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁଇଓ ଗାଁରେ ଜଣେ ବ୍ୟକ୍ତି ନିଜ ଜାଗାକୁ ରାସ୍ତା ନିର୍ମାଣ କରିବାକୁ ଯାଇ ସରକାରୀ ଜଙ୍ଗଲ ଜମିରୁ ବହୁ ଗଛ କାଟି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ...

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଳି ପଡିଲେ ଶତାଧିକ ଗଛ

author img

By

Published : Jan 23, 2021, 2:57 PM IST

ଅନୁଗୋଳ: ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଳି ପଡିଲେ ଶତାଧିକ ଗଛ। ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁଇଓ ଗାଁରେ ଜଣେ ବ୍ୟକ୍ତି ନିଜ ଜାଗାକୁ ରାସ୍ତା ନିର୍ମାଣ କରିବାକୁ ଯାଇ ସରକାରୀ ଜଙ୍ଗଲ ଜମିରୁ ବହୁ ଗଛ କାଟି ଦେଇଛି । ସେହି ଜମିରେ ବନ ସୁରକ୍ଷା ସମିତି ତରଫରୁ ଚାରା ରୋପଣ କରା ଯାଇଥିବା ବେଳେ ବ୍ୟକ୍ତି ଜଣକ ପ୍ରାୟ ୩/୪କିମି ରାସ୍ତା ନିର୍ମାଣ କରିବାକୁ ଶତାଧିକ ବିଭିନ୍ନ କିଶମର ଗଛ କାଟି ସଫା କରି ଦେଇଛି।

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଳି ପଡିଲେ ଶତାଧିକ ଗଛ

ବନ ବିଭାଗର ଅନୁମତି ବିନା ଗଛ ଗୁଡିକ କାଟି ଦିଆ ଯାଇଥିବାରୁ ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେବେ ବ୍ୟକ୍ତି ଜଣକ ବ୍ୟାପକ ଅର୍ଥ ଖର୍ଚ୍ଚ କରି ଏବଂ ଗୁଣ୍ଡା ଗିରି କରି ଏଭଳି କରିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅନୁଗୁଳ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି କହିବାକୁ ମନା କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.