ଅନୁଗୋଳ: ଗାଁ କେନାଲରୁ ବେଆଇନ ବାଲି ଚାଲାଣକୁ ବିରୋଧ। ଏନେଇ ବାଲି ଗାଡି ସବୁକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ।
![ଗାଁ ଭିତରେ ବେଆଇନ ବାଲି ଚାଲାଣ କୁ ବିରୋଧ](https://etvbharatimages.akamaized.net/etvbharat/prod-images/od-ang-03-angul-balichalan-ku-birodha-avo-7202779_10102020165730_1010f_1602329250_9.jpg)
ଛେଣ୍ଡିପଦା ତହସିଲର ଚାଙ୍ଗୁଡିଆ ଗାଁ ଦେଇ ଦିନରାତି ବେଆଇନ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ଗ୍ରାମବାସୀ ଗାଡିଗୁଡିକୁ ଅଟକ ରଖିଛନ୍ତି । ସୂଚନା ଯେ, ଛେଣ୍ଡିପଦା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ତହସିଲ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଉନଥିବାରୁ ବାଲି ମାଫିଆ ମାନେ ବେଧଡକ ଭାବେ ବାଲି ଚୋରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଶନିବାର ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ଚାଙ୍ଗୁଡିଆ ଗ୍ରାମବାସୀଙ୍କ ରାସ୍ତା ନଷ୍ଟ ହେଉଥିବା ଓ ଯାତାୟାତରେ ଅନେକ ଅସୁବିଧା ସମୁଖୀନ ହେଉଛନ୍ତି । ଆଉ ଏ ସମ୍ପର୍କରେ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଅଧିକାରୀ ମାନେ ଚୁପ ରହୁଛନ୍ତି । ଏଥିରେ ଉତ୍ତେଜିତ ହୋଇ ଗ୍ରାମବାସୀ ମାନେ ଗାଁ ଦେଇ ଯାଉଥିବା ବେଆଇନ ବାଲି ଗାଡିକୁ ଅଟକ ରଖିଛନ୍ତି । ଏନେଇ ଗ୍ରାମରେ ଉତେଜନା ପରିସ୍ଥିତି ଦେଖାଦେଇଥିଲା ବେଳେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ