ETV Bharat / state

ଠିକାରେ କାମ କରାଇ ଠକିଦେଲା TTPS, ପୁନଃନିଯୁକ୍ତି ଦାବିରେ ଛଟେଇ କର୍ମଚାରୀଙ୍କ ଆମରଣ ଅନଶନ - ଟିଟିପିଏସରେ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଅନଶନ

TTPSରେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ । ଅଧିକ ପଢନ୍ତୁ

TTPSରେ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ

author img

By

Published : Apr 26, 2022, 3:44 PM IST

ଅନୁଗୋଳ: ସ୍ଥାୟୀ ନିଯୁକ୍ତିର ପ୍ରତିଶୃତି ସହ ଠିକା କର୍ମଚାରୀ ଭାବେ ୧୦ କାମ କରାଇଲା କମ୍ପାନୀ । ମାତ୍ର ସ୍ଥାୟୀ ନିଯୁକ୍ତି ବଦଳରେ ଭରଷା ଭାଙ୍ଗି ଛଟେଇ କରିଦେଲା । ଏମିତି କିଛି ଅଭିଯୋଗ ସହ NTPC/ TTPSରେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କମ୍ପାନୀ ପାଇଁ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ ।

TTPSରେ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ

ସୂଚନା ଅନୁଯାୟୀ, ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତର ପ୍ରାୟ ୮୬ଟି ପରିବାର NTPC କାରଖାନାର ପାଉଁଶ ପୋଖରୀ ପାଇଁ ଜମି ହରାଇଥିଲେ । କ୍ଷତିପୂରଣ ବାବଦରେ ବର୍ଷ ୨୦୦୫ରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଜ ଖର୍ଚ୍ଚରେ ଆଇଟିଆଇ ତାଲିମ ଦେଇ ଠିକା ଭିତିରେ ନିଯୁକ୍ତି ଦେଇଥିଲେ । ସୁବିଧା ଦେଖି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଗତବର୍ଷ(୨୦୨୧) ଅକ୍ଟୋବର ମାସରେ ସମସ୍ତଙ୍କୁ ଛଟେଇ କରିଦିଆଯାଇଛି । ଫଳରେ ତତ୍କାଳୀନ ଅନୁଗୋଳ ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର ପରି ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କେହି ନ ଶୁଣିବାରୁ ଭିଟାମାଟି ହରାଇଥିବା ଲୋକେ ଭାଗ୍ୟକୁ ନିନ୍ଦୁଛନ୍ତି । ଜମି ବଦଳରେ ପାଇଥିବା ଅସ୍ଥାୟୀ ନିଯୁକ୍ତି ମଧ୍ୟ ହରାଇଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବାକୁ କଷ୍ଟକର ହୋଇପଡିଥିବାରୁ ବାଧ୍ୟ ହୋଇ ଆମରଣ ଅନଶନ କରିଥିବା କହିଛନ୍ତି, ଅନଶନକାରୀ ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତର ପ୍ରାୟ ୮୬ଟି ପରିବାର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

Angul TTPS
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.