ETV Bharat / state

କୋରୋନା ଛଡାଇଲା ଆହାର, ଦୁର୍ଦ୍ଦିନରେ 100 ଲେପର୍ସି ରୋଗୀଙ୍କ ପରିବାର - Leprosy patient family suffer

କୋରୋନା କଟକଣା ଯୋଗୁଁ ଭୋକରେ ରହୁଛି ଶତାଧିକ ଭିକାରୀଙ୍କ ପେଟ । ବର୍ଷ ବର୍ଷ ଧରି ଘର ଘର ବୁଲି ଏବଂ ବିଭିନ୍ନ ମନ୍ଦିର ପରିସରରେ ଭିକ ମାଗି ପେଟ ପୋଷୁଥିବା ଏହି ଭିକାରୀଙ୍କ ପରିବାର ଖାଇବା ଗଣ୍ଡେ ପାଇଁ ଚାତକ ପରି ଚାହିଁ ବସିଛନ୍ତି ଅନ୍ୟର ସହାୟତାକୁ । ଅଧିକ ପଢନ୍ତୁ...

କୋରୋନା ଛଡାଇଲା ଆହାର, ଦୁର୍ଦ୍ଦିନରେ 100 ଲେପର୍ସି ରୋଗୀଙ୍କ ପରିବାର

author img

By

Published : May 30, 2021, 10:33 PM IST

ଅନୁଗୋଳ: କରୋନା କଟକଣା ଯୋଗୁଁ ଭୋକରେ ରହୁଛି ଶତାଧିକ ଭିକାରୀଙ୍କ ପେଟ । ବର୍ଷ ବର୍ଷ ଧରି ଘର ଘର ବୁଲି ଏବଂ ବିଭିନ୍ନ ମନ୍ଦିର ପରିସରରେ ଭିକ ମାଗି ପେଟ ପୋଷୁଥିବା ଏହି ଭିକାରୀଙ୍କ ପରିବାର ଖାଇବା ଗଣ୍ଡେ ପାଇଁ ଚାତକ ପରି ଚାହିଁ ବସିଛନ୍ତି ଅନ୍ୟର ସହାୟତାକୁ । କିଏ ଦେଲେ ଗଣ୍ଡେ ଖାଉଛନ୍ତି, ନଚେତ ଉପାସ ରହୁଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବେଲସୁଣ୍ଠା ବସ୍ତିରେ ।

କୋରୋନା ଛଡାଇଲା ଆହାର, ଦୁର୍ଦ୍ଦିନରେ 100 ଲେପର୍ସି ରୋଗୀଙ୍କ ପରିବାର

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ସାକସିଙ୍ଗା ଓ କୁମଣ୍ଡ ଏହି ଦୁଇଟି ପଞ୍ଚାୟତର ସୀମାରେ ଅବସ୍ଥିତ ବେଳସୁଣ୍ଠା ବସ୍ତି । ଗତ ପ୍ରାୟ 32 ବର୍ଷ ପୂର୍ବେ ସରକାରଙ୍କ କୁଷ୍ଠ ରୋଗୀ କଲ୍ୟାଣ ଭିତ୍ତିକ ଯୋଜନାରେ ସେଠାରେ ୪୪ଟି ପରିବାରକୁ ଜମିପଟା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ସେଠାରେ ପ୍ରାୟ ୧୨୦ ପରିବାରର ପ୍ରାୟ ୫୦୦ରୁ ଅଧିକ ଲୋକ ରହୁଛନ୍ତି । କିଛି ଦାତବ୍ୟ ଅନୁଷ୍ଠାନ ସହଯୋଗରେ ସେମାନେ ସେତେବେଳେ ଘର ଖଣ୍ଡିଏ ଲେଖାଏଁ କରିଥିଲେ, ଯାହାକି ଏବେ ସେସବୁ ଭାଙ୍ଗି ରୁଜି ଗଲାଣି । ଅଧିକାଂଶ ପରିବାର କୁଷ୍ଠ ରୋଗରେ ଆକ୍ରାନ୍ତ । ତେଣୁ, ସାମାଜିକ କଟକଣା ଭିତରେ ରହୁଛନ୍ତି । ସେମାନଙ୍କର ମୁଖ୍ୟ ଜୀବିକା ଭିକ୍ଷାବୃତି କରିବା । ଯଦିଓ କିଛି ଲୋକଙ୍କୁ ସରକାରଙ୍କ ତରଫରୁ ମାସିକ ୫୦୦ଟଙ୍କା ଓ କିଛି ଚାଉଳ ମିଳୁଛି କିନ୍ତୁ ତାହା ଯଥେଷ୍ଟ ହେଉନାହିଁ । ଏହାଛଡା ସବୁ ପରିବାରକୁ ସେ ସୁବିଧା ମିଳିପାରିନାହିଁ ।

ସେମାନେ ରୋଗର ଶିକାର ହୋଇଥିବାରୁ ବାହାରେ କାମଧନ୍ଦା କରିବା ସମ୍ଭବ ହୋଇପାରୁନାହିଁ । ଫଳରେ ବାଧ୍ୟ ହୋଇ ଭିକ୍ଷା କରି ପେଟ ପୋଷୁଛନ୍ତି । ରୋଗର ଶିକାର ହୋଇଥିବା ପରିବାରର ସମସ୍ତ ସଦସ୍ୟ ଗାଁ ଗାଁ ବୁଲି ଭିକ ମାଗନ୍ତି, ମନ୍ଦିର ପରିସରରେ ବସନ୍ତି । ଯାହା ମିଳେ ସେଥିରେ ହିଁ ପେଟ ପୋଷା ହୁଏ । ହେଲେ ଏବେ ପ୍ରାୟ ୧ ମାସ ହେଲା କରୋନା କଟକଣା ସେମାନଙ୍କ ପାଇଁ ଘୋର ସମସ୍ୟା ଆଣି ଦେଇଛି । ସବୁ ମନ୍ଦିର ବନ୍ଦ ହୋଇ ଯାଇଛି । ଯେଉଁ ଗାଁକୁ ଗଲେ ଲୋକେ ଭିକ ଦେବାତ ଦୂରର କଥା ଦୂର ଦୂର ମାର ମାର କହି ତଡି ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ନିଜ ନିଜ ଘରେ କର୍ମକୁ ଆଦରି ଭୋକ ଉପାସରେ ପଡି ରହିଛନ୍ତି । କିଏ କେମିତି କେତେବେଳେ ଖାଇବା ଦେଲେ ଖାଉଛନ୍ତି ।

କରୋନା କାଳରେ ବିଭିନ୍ନ ବର୍ଗର ଲୋକଙ୍କୁ ପଞ୍ଚାୟତ ସ୍ତରରେ ହେଉ ଅବା ବ୍ଲକ ଓ ଜିଲ୍ଲା ପ୍ରଶାସନ ସ୍ତରରେ ବିଭିନ୍ନ ସହାୟତା ଦିଆଯାଉଛି । କିନ୍ତୁ, ବେଲସୁଣ୍ଠା ବସ୍ତି ପ୍ରତି କାହାର ନଜର ପଡ଼ିନାହିଁ । କେବଳ କିଛି ବ୍ୟକ୍ତି ଏମାନଙ୍କର ଦୁଃଖ ସହି ନପାରି କେତେବେଳେ କେମିତି ରନ୍ଧା ଖାଦ୍ୟ ଆଣି ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ଚିନ୍ତା ବଢି ଯାଇଛି । ଆଗକୁ ଆହୁରି କଟକଣା ବଢିବାର ଆଶଙ୍କା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଛି । କଣ ଖାଇବେ, କେମିତି ବଞ୍ଚିବେ ଏମିତି କେତେ କଣ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି । ଯଦିଓ ସରକାରଙ୍କ ତରଫରୁ ଅଳ୍ପ କିଛି ପରିବାରକୁ ଚାଉଳ ମିଳୁଛି, ତେଣୁ ଏହି କଟକଣା ସମୟରେ ସବୁ ପରିବାରକୁ ଅଧିକ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଛି ବେଲସୁଣ୍ଠା କୁଷ୍ଠ ରୋଗୀଙ୍କ ବସ୍ତି । ତେବେ ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.