ETV Bharat / state

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ, ନୃତ୍ୟ ଗୀତରେ ଦୁଲୁକୁଛି ଅନୁଗୋଳ - ମେଲାଣି ନେଉଛନ୍ତି ଜଗଜଜନନୀ

ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗଜଜନନୀ । ଅନୁଗୋଳ ସହରରେ ଦିନ ୧୨ଟାରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି । ଅଧିକ ପଢନ୍ତୁ

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ
author img

By

Published : Oct 6, 2022, 10:41 PM IST

ଅନୁଗୋଳ: ଦଶଦିନର ପୂଜାର୍ଚ୍ଚନା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା'। ସହରରେ ଆରମ୍ଭ ହୋଇଯାଇଛି ମନା'ଙ୍କର ମେଲାଣୀ ଉତ୍ସବ । ଭଳିକି ଭଳି ବଜା ସାଙ୍ଗକୁ ନୃତ୍ୟ ଗୀତରେ ଫାଟି ପଡୁଛି ସହର । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି ।

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ

ଏହା ମଧ୍ୟ ପଢନ୍ତୁ: ଦେବୀଗଡାରେ ବିସର୍ଜନ: ମା’ଙ୍କ ଆଗମନରେ ମନରେ ବାନ୍ଧିଥିଲେ ଆଶା, ସବୁ ଉଜାଡି ଦେଲା ବର୍ଷା

ସରିଲା ଶାରଦୀୟ ଦୁର୍ଗା ପୂଜା । ଅନୁଗୋଳ ସହର ଚାଲିଛି ଦୁର୍ନୀତି ନାଶିନୀ ମା ଦୁର୍ଗାଙ୍କ ଭସାଣି ଉତ୍ସବ । ବାଜା ବଜାଇ ଓ ବିରାଟ ପଟୁଆରରେ ମାଙ୍କୁ ଦିଆ ଯାଉଛି ବିଦାୟ । ଏହି ଅବସରରେ ଆଜି ଅପରାହ୍ନ ଠାରୁ ଦୁଲୁକୁଛି ଅନୁଗୋଳ ସହର । ବିଭିନ୍ନ ପୂଜା କମିଟି ଗୁଡିକ ଶୋଭାଯାତ୍ରା କରି ମାଙ୍କୁ ପରିକ୍ରମା କାରାଉଛନ୍ତି। ଅନୁଗେଳ ସହରରେ ସମୁଦାୟ ୧୧ଟି ପୂଜା ମଣ୍ଡପ ହୋଇଥିଲା। ଆଜି ସମସ୍ତେ ନିଜ ନିଜ ସମୟ ଅନୁସାରେ ଭଷାଣ ଉତ୍ସବ ପାଳନ କରୁଛନ୍ତି।

ବିଶେଷ କରି ଅମଲାପଡା, ହୁଳୁରୁସିଂହା, ବସଷ୍ଟାଣ୍ଡ, ଦୁର୍ଗା ଶଙ୍କର ପୂଜା ସମିତି, ଗାନ୍ଧିମାର୍ଗ ଓ ହେମସୁରପଡା ପୂଜା କମିଟି ତରଫରୁ ବିଭିନ୍ନ ପ୍ରକାର ବାଜା, ନୃତ୍ୟ, ବାଣ ଆଦିରେ ମାଙ୍କୁ ବିଦାୟ ଦେଉଛନ୍ତି। ମା'ଙ୍କ ଭସାଣ ଉତ୍ସବରେ ଦୁଲୁକୁଛି ସାରା ସହର । ଛତି, ତରାଟ, ଲଉଡି ଖେଳ, ରଣପା, ପାଇକ ଖେଳ, ବାଘ ନାଚ, ଆଦିବାସୀ ନୃତ୍ୟ ଆଦି ଦେଖିବାକୁ ମିଳିଛି ଏହି ଉତ୍ସବରେ । ହଜାର ହଜାର ଲୋକ ମାଙ୍କ ଭଷାଣ ଉତ୍ସବକୁ ଉପଭୋଗ କରୁଛନ୍ତି।

ଏନେଇ ପୂଜା କମିଟି ସଦସ୍ୟ କହିଛନ୍ତି," ଆଜି ଆମେ ମା'ଙ୍କୁ ମେଲଣି ଦେଉଛୁ । ଭସାଣି ଉତ୍ସବ ମହାସମାରୋହରେ ପାଳନ କରାଯାଉଛି । ୧୨ଟାରୁ ଆରମ୍ଭ ହୋଇଛି ମା'ଙ୍କ ମେଲାଣି । ଏଥିରେ ଛତି, ତରାଟ, ଲଉଡି ଖେଳ, ରଣପା, ପାଇକ ଖେଳ, ବାଘ ନାଚ, ଆଦିବାସୀ ନୃତ୍ୟ ସହ ମା'ଙ୍କୁ ବିଦାୟ ଦେଉଛୁ । ମନରେ ଦୁଃଖ ବି ଲାଗୁଛି ମା'ଙ୍କୁ ବିଦାୟ ଦେଇ । ସତେ ଯେମିତି ଆମେ ନିଜ ମା'ଙ୍କୁ ହରାଇଛୁ ସେଭଳି ଲାଗୁଛି ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.